ନିୟମଗିରିରେ ୪ଜି ଜିଓ ଟାୱାର ଉଦ୍ଘାଟନ

0
474
ନିୟମଗିରିରେ ୪ଜି

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୪/୧୧) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ପାର୍ସାଲୀ ଗ୍ରାମ ଠାରେ ମାନ୍ୟବର ସାଂସଦ କୋରାପୁଟ ଲୋକସଭା ଶ୍ରୀଯୁକ୍ତ ସପ୍ତଗିରି ଉଲାକା ଙ୍କ ଦ୍ୱାରା ନିୟମଗିରିରେ ୪ଜି ଜିଓ ଟାୱାର ଶୁଭ ଉଦ୍ଘାଟନ କରିଥିଲେ ।

ସରକାରୀ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ପାର୍ସାଲୀ ଗ୍ରାମ ଠାରେ ମହିଳା ମଣ୍ଡଳି ମାନଙ୍କୁ ଚେକ୍ ଏବଂ ଜମି ହୀନ ପରିବାର ଙ୍କୁ ପଟ୍ଟା ବଣ୍ଟନ କରିଥିଲେ । ଦୀର୍ଘ ଦସନ୍ଧି ରୁ ଏଠାକାର ଲୋକମାନେ ଫୋନ ଯୋଗେ କଥା ହେବା ପାଇଁ ଇଚ୍ଛା ଥିଲେ ସୁଦ୍ଧା ଏହି ସୁଯୋଗ ସେମାନେ ପାଇପାରୁନଥିଲେ । ନିୟମଗିରିରେ ୪ଜି ଜିଓ ଟାୱାର ପାଇଁ ମାନ୍ୟବର ସାଂସଦ ପାର୍ଲିଆମେଣ୍ଟ ରେ ଦାବୀ ରଖି ଆସିଥିଲେ ସାଂସଦ ନିଜ ଅଞ୍ଚଳରେ ସ୍ୱାଗତ ପାଇଁ ସହ ସହ ଲୋକ ରୁଣ୍ଡ ହୋଇଥିବାରୁ ଓଡ଼ିଶା ପୋଲିସ ଏବଂ ସିଆରପିଏଫ ତରଫରୁ ଉକ୍ତ ଅଞ୍ଚଳ ରେ କଡାକଡି ସୁରକ୍ଷା କରାଯାଇଥିଲା ।

ସେହି ଠାରୁ ଫେରିବା ବେଳେ ଗୁଟୁକା ପଙ୍ଗା ର ସ୍କୁଲ ଯାଇ ପରିଦର୍ଶନ କରିଥିଲେ । ପରେ ନାରାୟଣପୁର ର ଶିବ ମନ୍ଦିର ନିକଟସ୍ଥ କଲ୍ୟାଣମଣ୍ଡପ ରେ ଏକ ଜରୁରୀ କାଳୀନ କନ୍ଧକୂଳ ସମାଜ ପରିଷଦର ବୈଠକରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସାଂସଦ ଉପସ୍ଥିତ ରହି କନ୍ଧକୁଳ ପରିଷଦ କୁ ସାନ୍ତନା ଦେଇ କହିଥିଲେ ମୁଁ କନ୍ଧକୂଳ ସମାଜ ବହୁ ପ୍ରଶଂସା କରୁଛି ଏବଂ ସମାଜ ସାଙ୍ଗରେ ଅଛି ରହିବି ସମାଜ ପାଇଁ ମୋ ତରଫରୁ ଯାହା ଆବଶ୍ୟକ ହୁଏ ମୁଁ ସହଯୋଗ କରିବି ବୋଲି କହିଛନ୍ତି ।