Related Contents

ରକ୍ତ ଅଭାବ ଯୋଗୁଁ ଗର୍ଭବତୀ ମାଁ ଓ ଶିଶୁ ମୃତ୍ୟୁ

ରିପୋର୍ଟ – ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର(୮ /୧୦): ରାୟଗଡା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ଗ୍ରାମ ପଞ୍ଚାୟତର ତଳ ଅଞ୍ଚଳବାଡ଼ି ଗ୍ରାମର ମୋହନ ମିଣିଆକାଙ୍କ ପତ୍ନୀ ଅର୍ଣ୍ଣାଲୁ ମିଣିଆକା ବୟସ ୩୦ ଦ୍ୱିତୀୟ ଗର୍ଭବସ୍ଥାରେ ରକ୍ତ ଅଭାବରୁ ମାଁ ଓ ଶିଶୁ ମୃତ୍ୟୁ ହୋଇଥିବା ଜଣାପଡିଛି ।

କିଛିଦିନ ପୂର୍ବେ ତାଙ୍କୁ କଲ୍ୟାଣସିଂହପୁର ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା ସେହି ସମୟରେ ମାଁ ଓ ଶିଶୁ ଭଲ ଥିବା ଡ଼. ଚିନ୍ମୟୀ ଲିମା ପ୍ରକାଶ କରିଛନ୍ତି | ଆହୁରି ମଧ୍ୟ ସେ କହିଛନ୍ତି ଯେ ଆଶା ଦିଦିଙ୍କୁ ରାୟଗଡା ହସ୍ପିଟାଲରେ ନେବା ପାଇଁ ପରାମର୍ଶ ଦେଇଥିଲେ କିନ୍ତୁ ଆଶା ଦିଦି କଲ୍ୟାଣସିଂହପୁର ଡାକ୍ତର ଖାନାରୁ ରେପର ଅର୍ଡର ନେବା ପାଇଁ ସେ ମେଡିକାଲକୁ ନେଇ କି ଆସିଥିଲେ | ମେଡିକାଲରେ ଭର୍ତ୍ତି କରି ପ୍ରାୟ ଏକ ଘଣ୍ଟା ପରେ ଜଣାପଡିଛି ଯେ ଏହି ଗର୍ଭବତୀ ମହିଳାଙ୍କ ଦେହରେ ରକ୍ତ ଅଭାବ ତେଣୁ ଆମେ ରାୟଗଡା ପଠାଇ ନ ଥିବା ଡାକ୍ତର ଲିମା ପ୍ରକାଶ କରିଛନ୍ତି ।

Leave a Reply

This site uses Akismet to reduce spam. Learn how your comment data is processed.