ରାୟଗଡାରେ ବିଜୟା ଦଶମୀ, ରାବଣ ପୋଡି-ମିଥ୍ୟା ଉପରେ ସତ୍ୟର ବିଜୟ

ରିପୋର୍ଟ: ଗୋପୀନାଥ ଗୌଡ଼
ରୟାଗଡ(୦୮/୧୦): ମାଙ୍କର ନବଦିନାତ୍ମକ ପୂଜା ନବରାତ୍ରୀର ଶେଷ ହୋଇଥାଏ ନବମୀ ଦିନ | ନବଦିନ ବ୍ୟାପି ଯେହେତୁ କି ମାଙ୍କର କୁମାରୀ ସ୍ୱରୂପକୁ ପୂଜା କରାଯାଇଥାଏ ତେଣୁ ନବମୀ ଦିନ ନଅ ଜଣ କୁମାରୀ କନ୍ୟାଙ୍କୁ ପୂଜା କରାଯିବା ସହିତ ଶିଙ୍ଗାର ଦ୍ରବ୍ୟ ଦିଆଯାଇଥାଏ |

ନବମୀଦିନ ମାଙ୍କ ବିଶ୍ରାମ ପୂଜାର ବିଧାନ ରହିଛି | ଦଶହରାର ଅନ୍ତିମ ପୂଜା ହେଉଛି ମାଆଙ୍କ ଦଶମୀ ପୂଜା, ଏହି ଦଶମୀକୁ ବିଜୟାଦଶମୀ ମଧ୍ୟ କୁହାଯାଏ | କୁହାଯାଏ ଏହିଦିନ ରାମଚନ୍ଦ୍ର ମାଆଙ୍କ ଆଶୀର୍ବାଦ ନେଇ ରାବଣର ବଦ୍ଧ କରିଥିଲେ | ଯଥା ଅଧର୍ମ ଉପରେ ଧର୍ମର ବିଜୟ ହୋଇଥିଲା | ତେଣୁ ଏହି ଦିନ ବିଭିନ୍ନ ସ୍ଥାନରେ ରାବଣପୋଡ଼ି ମଧ୍ୟ କରାଯାଏ | ଅନ୍ୟ ଏକ କିମ୍ବଦନ୍ତୀ ଅନୁଯାୟୀ ମହାଅଷ୍ଟମୀ ଦିନ ମା ଦୁର୍ଗାଙ୍କ ଉତ୍ପତ୍ତି ହୋଇଥିଲା । ନବମୀ ଦିନ ମାଆଙ୍କୁ ସର୍ଵଦେଵତା ନିଜ ନିଜ ଶକ୍ତି ପ୍ରଦାନ କରିଥିଲେ | ପୁଣି ଦଶମୀଦିନ ନିଜ ନିଜ ଅସ୍ତ୍ର ପ୍ରଦାନକରି ମାଙ୍କୁ ଦଶଭୁଜା ରୂପରେ ଭୂଷିତ କରିଥିଲେ | ତେଣୁ ଏହିଦିନ ଅସ୍ତ୍ର ଶସ୍ତ୍ର, ଯାନ ବାହାନ ଇତ୍ୟାଦି ପୂଜା କରିବାର ଵିଧି ରହିଛି | ଅନ୍ୟପଟେ ମା ସର୍ବଶକ୍ତିସ୍ୱରୂପିଣୀ ହୋଇ, ଦାନଵ ରାଜା ମହିଷାସୁରର ବଧ କରିଥିଲେ | ତେଣୁ କରି ଏହି ଦଶହରା ଦିବସଟିକୁ ଅତ୍ୟନ୍ତ ଶୁଭ ମନେ କରାଯାଏ | ଏହି ଦିନ ନିଜର ଯେକୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ଦ୍ୱାରା ବିଜୟ ପ୍ରାପ୍ତି ହେବାର ବିଶ୍ୱାସ ରହିଛି | କିନ୍ତୁ ରାବଣ ପୋଡି ମିଥ୍ୟା ଉପରେ ସତ୍ୟର ବିଜୟର ଏକ ଉଦାହରଣ ମାତ୍ର |ଏହି ପରମ୍ପରା ଜନସମାଜ ପ୍ରତି ଏକ ସଚେତନ ବାର୍ତ୍ତା ଦେଇଥାଏ, କି ପ୍ରତ୍ୟେକ ମନୁଷ୍ୟ ନିଜ ନିଜ ଭିତରେ ଥିବା ରାବଣକୁ ବଧ କରି ସତ୍ୟ ଏବଂ ଧର୍ମର ଦୀକ୍ଷାରେ ଦୀକ୍ଷିତ ହେବା | ଏହି ବିଜୟାଦଶମୀ ବା ଦୁର୍ଗାପୂଜା ଆମକୁ ଅନେକ ଆନନ୍ଦ ଉଲ୍ଲାସ ଦେବା ସହିତ ଏକ ସଚେତନ ବାର୍ତ୍ତା ମଧ୍ୟ ପ୍ରଦାନ କରିଥାଏ | ପ୍ରତେକ ମନୁଷ୍ୟ ନିଜ ଭିତରେ ଥିବା ରାମ ସ୍ୱରୂପକୁ ଜାଗ୍ରତ କରାଇଲେ ଏହି ମଣିଷ ସମାଜ ଦିନେ ରାମରାଜ୍ୟରେ ପରିଣତ ହୋଇଯିବ |

Comments are closed.