ଏସ ପିଙ୍କ ବିଳମ୍ବିତ ରାତିରେ ଅଚାନକ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଏ.ସତୀଶ
ନବରଙ୍ଗପୁର(୦୭/୧୦): ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏସ ପି ନିତିନ କୁଳେସକର ରାତି ଅଧିଆ ଅଚାନକ ପରିଦର୍ଶନ କରିଛନ୍ତି ।

ଏସପି ମୁଖ୍ୟ ଚିକିତ୍ସାଳୟ ଯାଇ ରୋଗୀମାନଙ୍କୁ ଠିକ ଭାବରେ ସ୍ୱାସ୍ଥ୍ୟ ସେବା ମିଳିପାରୁଛି କି ନାହି ଓ ଦଲାଲ ମାନେ ହଇରାଣ କରୁଛନ୍ତି କି ବୋଲି ରୋଗୀ ଓ ରୋଗୀର ସମ୍ପର୍କକୀୟ ଲୋକ ମାନଙ୍କୁ ଭେଟି ବୁଝିବା ସହ ରୋଗୀ ମାନଙ୍କୁ ମାଗଣାରେ ଔଷଧ ମିଳିଛି କି ନାହିଁ ତାହାର ତଦାରଖ କରିଥିଲେ । ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ପାଇଁ ୫ଟି ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଜିଲ୍ଲାର ସମସ୍ତ ଚିକିତ୍ସାଳୟରେ ରୋଗୀ ମାନେ ଯେପରି ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇପାରିବା ସହ ଚିକିତ୍ସାଳୟରେ ଦଲାଲ ମୁକ୍ତ କରିବା ପାଇଁ ପ୍ରଶାସନ ଚେଷ୍ଟା ଜାରି ରଖିଛି । ଏସ ପିଙ୍କ ଅଚାନକ ଚିକିତ୍ସାଳୟର ପରିଦର୍ଶନ ବେଳେ ରାତିରେ ଡାକ୍ତର, ନର୍ସ ଓ କର୍ମଚାରୀ ମାନେ ସଜାଗ ରହି ରୋଗୀଙ୍କ ସେବା କରୁଥିବାର ଦେଖି ଏସ ପି ଖୁସି ହୋଇଥିଲେ । ଏସପି ଙ୍କ ଏହିପରି ବିଳମ୍ବିତ ରାତିରେ ମୁଖ୍ୟ ଚିକିତ୍ସାଳୟ ଅଚାନକ ପରିଦର୍ଶନକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି ।

Comments are closed.