ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ର ଉଦଘାଟନ ଓ ଉଦଯାପନ ସମାରୋହ ଅନୁଷ୍ଠିତ

0
216
ବ୍ଲକ ସ୍ତରୀୟ ସୁରଭି

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୩/୧୧) : କୋରାପୁଟ ଜିଲ୍ଲା ବୋରିଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶିଶୁ ମାନଙ୍କ ପ୍ରତିଭା ଅନ୍ୱେଷଣ ନିମନ୍ତେ ପ୍ରସ୍ତୁତ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମର ଭିନ୍ନ ଭିନ୍ନ ସମୟରେ ଉଭୟ ଉଦଘାଟନ ଓ ଉଦଯାପନ ସମାରୋହ ଅନୁଷ୍ଠିତ ହୋଇଯାଇଛି ।

ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ର ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ରୂପେ ବୋରିଗୁମ୍ମା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀମତି ମଧୁସିକ୍ତା ମିଶ୍ର ଯୋଗଦେଇ ଥିବା ବେଳେ ଉଦଯାପନୀ ସମାରୋହରେ ମାନ୍ୟବର ଜୟପୁର ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତି ଯୋଗଦାନ କରିଥିଲେ । ଉଦଘାଟନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତି ମଞ୍ଜୁଳା ଘାସି ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମ ର ସଭାପତିତ୍ୱ କରୁଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ସଚ୍ଚିନ ମଲିକ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ କରିଥିଲେ ।

ବକ୍ତୃତା, ଚିତ୍ରାଙ୍କନ, ନୃତ୍ୟ, ସଙ୍ଗୀତ ସମେତ ସମୁଦାୟ ୧୭ ଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉଦଯାପନୀ ଉତ୍ସବରେ ମାନ୍ୟବର ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତି ଯୋଗ ଦେଇ ବୋରିଗୁମ୍ମାରେ 5T ସ୍କୁଲ ହେବା ସହ ଶିକ୍ଷାର ବିକାଶ ହୋଇଥିବା ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ନୃସିଂହନାଥ ଶତପଥୀ, ବିଡିଓ ପ୍ରଣୟ ରଞ୍ଜନ ବେହେରା, ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଶତୃଘ୍ନ ଖଣ୍ଡା, ସୁବାସ ଚନ୍ଦ୍ର ମାଝୀ, ଭଗବାନ ମାଝି ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ୪ ତାରିଖରେ ହେବାକୁ ଯାଉଥିବା ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଯାଇଥିଲା ।