Thursday, March 28, 2024

Top 5 This Week

Related Posts

ରାୟଗଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂଙ୍କ କୋଲନରା ଗସ୍ତ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପରିଦର୍ଶନ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୩/୧୧) : ରାୟଗଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂ ଆଜି କୋଲନାରା ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟ ପରିଦର୍ଶନ କରିଥିଲେ ।

ରାୟଗଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂଙ୍କ କୋଲନରା ଗସ୍ତ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପରିଦର୍ଶନ ଥେରୁବାଲି । ଗ୍ରାମ୍ୟ ପାଠାଗାର, ପ୍ରସ୍ତାବିତ ଗ୍ରାମ୍ୟ ପ୍ରମୋଦ ଉଦ୍ୟାନ, ପ୍ରସ୍ତାବିତ ଗ୍ରାମ୍ୟ ଖେଳ ପଡିଆ ଦେଖିବା ସହ ଏକ ଟ୍ରକ୍ ଗୋଟିଏ ରାସ୍ତା କରିବାକୁ ପ୍ରସ୍ତାବ ଦେଇଥିଲେ । ଏହା ପରେ କେଲିଗୁଡ଼ା ସ୍ଥିତ ପାତେଲେଶ୍ୱର ବନ୍ଧ ର ସୋନ୍ଦର୍ଯ୍ୟକରଣ କାମ ଦେଖି ସନ୍ତୋଷ ପ୍ରକାଶ କରିଥିଲେ । ତା’ପରେ କୋଲନରାରେ ଆରମ୍ଭ ହେଉଥିବା ବସ ଷ୍ଟାଣ୍ଡ କାମ ଓ ମିନି ଷ୍ଟାଡିୟମର କାମର ତଦାରଖ କରିବା ସହ କୋଲନରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖ ରେ ଆରମ୍ଭ ହୋଇଥିବା ଗ୍ରାମ୍ୟ ପ୍ରମୋଦ ଉଦ୍ୟାନର କାର୍ଯ୍ୟ ତଦାରଖ କରିଥିଲେ । ଜିଲ୍ଲାପାଳଙ୍କ କୋଲନରା ଗସ୍ତ ବେଳେ ବିଡିଓ ଗୌରଚନ୍ଦ୍ର ପଟ୍ଟନାୟକ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

Popular Articles