ଜନଗହଳି ପୂର୍ଣ୍ଣ ଛକ ରାସ୍ତା ଉପରେ ଡିଭାଇଡର ଉପରେ ଚଢିଲା କାର

ରିପୋର୍ଟ: ଡିଳେଶ୍ୱର ବାଗ
ପଦ୍ମପୁର(୦୬/୧୦): ଆଜି ପଦ୍ମପୁରର ଜନଗହଳି ପୂର୍ଣ୍ଣ ଅଂଚଳ ଭେଉଁରିଆ ଛକରେ ଏକ କାର ଭାରସାମ୍ୟ ହରାଇ ରାସ୍ତା ଉପରେ ଥିବା ଡିଭାଇଡର ଉପରେ ଚଢ଼ିଯାଇଥିଲା |

ସୂଚନା ଅନୁଯାୟୀ ମୁଖ୍ୟ ରାସ୍ତାରେ ଥିବା ବିଭାଜକ ଉପକୁ ଏକ କାର ମାଡ଼ି ଯାଇଛି | ହେଲେ କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି | କିନ୍ତୁ ପାର୍ବଣ ସଂଧ୍ୟାରେ କିଭଳି ପରିସ୍ଥିତିରେ ଏହି କାର ମାଡ଼ି ଗଲା, ତାହା ବର୍ତ୍ତମାନ ଜନସାଧାରଣଙ୍କ ମଧ୍ୟରେ ବେଶ ଚର୍ଚ୍ଚାର ବଷୟ ପାଲଟିଛି । ଏ ସମୟରେ ପୋଲିସର ଟ୍ରାଫିକ ବ୍ୟବସ୍ଥା ଉପରେ ଲୋକେ ପ୍ରଶ୍ନ ଉଠାଇଛନ୍ତି ଯେ ଯଦି କିଛି ଅଘଟଣ ଘଟିଥିଲେ କିଏ ଦାୟୀ ରହିଥାନ୍ତେ |

Comments are closed.