Friday, March 29, 2024

Top 5 This Week

Related Posts

ମାଛ ମରା କୁ କେନ୍ଦ୍ର କରି ନିର୍ମମ ହତ୍ୟା : ହତ୍ୟା କାଣ୍ଡ ର ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ଗିରଫ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୦୩/୧୧) : ମାଛ ମରା କୁ କେନ୍ଦ୍ର କରି ନିର୍ମମ ହତ୍ୟା । ହତ୍ୟା କାଣ୍ଡ ଘଟିବା ପରେ ମାତ୍ର ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳତା ହାସଲ କରିଛି ପୋଲିସ୍ ।WhatsApp Image 2022 11 04 at 01.52.17 ମାଛ ମରା କୁ କେନ୍ଦ୍ର କରି ନିର୍ମମ ହତ୍ୟା : ହତ୍ୟା କାଣ୍ଡ ର ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ଗିରଫ

ମହିଳା ଙ୍କୁ ହତ୍ୟା ! ମାଛ ମରା କୁ କେନ୍ଦ୍ର କରି ନିର୍ମମ ହତ୍ୟା ଅଭିଯୋଗ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ଥାନା ଅନ୍ତର୍ଗତ ଆମ୍ବପାଲି ଗାଁ’ର ଜାନକୀ ମହାନନ୍ଦ (୪୮) ତାଙ୍କର ବିଲକୁ ମାଛ ଧରିବା ପାଇଁ ଗତ ମାସ ୩୧ ତାରିଖ ରେ ପ୍ରତିଦିନ ଭଳି ଯାଇଥିଲେ । ହେଲେ ସେ ଯାଇ ଦୀର୍ଘ ସମୟ ଧରି ଘରକୁ ଫେରି ନ ଥିଲେ । ପରିବାର ଲୋକେ ଖୋଜାଖୋଜି କରି ପରେ ରାତି ପ୍ରାୟ ୭ ଟାରେ ମହିଳାଙ୍କ ମୃତ ଦେହକୁ ଏକ ବିଲ ପାଖେ ରକ୍ତ ଜୁଡୁ ବୁଡୂ ଅବସ୍ଥାରେ ଦେଖିବାକୁ ପାଇଥିଲେ । ପରେ ପରିବାର ଲୋକେ ତାଙ୍କୁ ସଇଁନ୍ତଲା ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ମହିଳା ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ହତ୍ୟା କରାଯାଇଥିବା ଅଭିଯୋଗ ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ତାଙ୍କ ପୁଅ ପଦ୍ମନାଭ ମହାନନ୍ଦ । ତେବେ ଘଟଣା ସମ୍ପର୍କରେ ସଇଁନ୍ତଳା ପୁଲିସ ୩ ଜଣକୁ ଅଟକ ରଖି ପଚରାଉଚରା କରିଥିଲା । ୨ ଜଣ ଯୁବକ ନିର୍ଦ୍ଦୋଶ ଥିବା ବେଳେ ପ୍ରକୃତ ଅଭିଯୁକ୍ତ ହତ୍ୟା କରିଥିବା ପୁଲିସ ଆଗରେ ସ୍ଵିକାର କରିଥିଲା । ହତ୍ୟା କରିଥିବା ବ୍ୟକ୍ତି ଜଣଙ୍କ ହେଲେ ପୁଷ୍କର ଗହିର(୩୫) ।

ତାକୁ ଆଜି ଟିଟିଲାଗଡ ଏସଡିପିଓ ଅଙ୍କିତା କୁମ୍ଭାର, ସଇଁନ୍ତଳା ଥାନା ଅଧିକାରୀ ଅବନୀ ସାହୁ, ଏସ୍‌ଆଇ ସଙ୍ଗିତା ବେଙ୍କ, ଏଏସ୍‌ଆଇ ଥବିର ମହାରଣା ସମେତ ଅନ୍ୟ ପୁଲିସ ଅଧିକାରୀ ମାନେ ଅପରାଧୀକୁ ଧରି ଘଟଣାସ୍ଥଳକୁ ନେଇ ସିନ୍‌ରିକ୍ରିଏସନ୍‌ କରାଇଥିଲେ । ଘଟଣାସ୍ଥଳରୁ ଏକ ଧାନ କଟା ଅସ୍ତ୍ର (ଦାଆ) ଜବତ କରିବା ସହ ଏକ ବାଉଁଶ ଜବତ କରିଥିଲା । ସୂଚନା ଯୋଗ୍ୟ ଯେ, ପୁଷ୍କର ଗହୀର କହିବାନୁଯାୟୀ ବିଲରେ ମହିଳା ଜଣକ ମାଛ ମାରିବା ପାଇଁ ଆସିଥିଲେ । ସେହି ସମୟରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।

ଯାହା ଫଳରେ ଅଭିଯୁକ୍ତ ଉତ୍ତେଜିତ ହୋଇ ପ୍ରଥମେ ଧାନ କଟା ଅସ୍ତ୍ର (ଦାଆ) ସାହାଯ୍ୟରେ ମହିଳାଙ୍କ ଉପରେ ଆକ୍ରମଣ କରିଥିଲେ । ଯାହାଦ୍ୱାରା ମହିଳା ଜଣକ ବିଲ ଭିତରେ ପଡ଼ିଯାଇଥିଲେ । କିଛି ସମୟ ପରେ ମହିଳା ଜଣକ ଉଠିବା ପାଇଁ ପ୍ରୟାସ କରୁଥିବା ଦେଖି ପୁଣି ଅଭିଯୁକ୍ତ ତାକୁ ବାଉଁଶ ଠେଙ୍ଗା ସାହାଯ୍ୟରେ ମାଡ ମାରିଥିଲେ । ପରେ ରକ୍ତାକ୍ତ ଧାନ କଟା ଯନ୍ତ୍ର (ଦାଆ) କୁ ନେଇ ବିଲକୁ ଯାଇ ପାଣିରେ ଧୋଇଥିଲେ ଓ ଠେଙ୍ଗାକୁ ପାଲ ଗଦା ଭିତରକୁ ଫିଙ୍ଗି ଦେଇଥିଲେ। ଅଭିଯୁକ୍ତ ଜଣକ କିଛି ସମୟ ପରେ ନିଜ ଘରକୁ ଫେରିଥିଲେ । ସିନ୍‌ରିକ୍ରିଏସନ୍‌ ପରେ ପୁଲିସ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ ଡ଼ାକ୍ତରୀ ପରୀକ୍ଷା ପରେ କୋର୍ଟ ଚାଲାଣ କରିଛି ।

Popular Articles