କଲ୍ୟାଣସିଂହପୁର ଠାରେ ମାଁ କନକ ଦୁର୍ଗା ମାଁଙ୍କ ପୂଜା

ରିପୋର୍ଟ-ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର(୫/୧୦): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସଦର ମହକୁମା ଠାରେ ମାଁକନକ ଦୁର୍ଗାଙ୍କ ପୂଜା ଆରମ୍ଭ ହୋଇଯାଇଛି । ଏହି ମାଁ କନକ ଦୁର୍ଗା କଲ୍ୟାଣସିଂହପୁର ଅଞ୍ଚଳରେ ଥିବା ସମସ୍ତ ଗ୍ରାମବାସୀଙ୍କୁ ଆନନ୍ଦ ଉଲ୍ଲାସରେ ସାହା ହୋଇ ଆସୁଅଛି ।

ଏହି ଦେବୀଙ୍କୁ କଲ୍ୟାଣସିଂହପୁର ବାସୀ ସମସ୍ତେ ମାନନ୍ତି ଯେ କୌଣସି ପର୍ଵ ପର୍ବାଣି ହେଲେ ପ୍ରଥମେ ଦର୍ଶନ କରନ୍ତି ତାପରେ ଅନ୍ୟ ପୂଜା ପାଠ ଆରମ୍ଭ କରନ୍ତି ଯଦିଓ ମାଁକନକ ଦୁର୍ଗାଙ୍କୁ ଦର୍ଶନ ନ କରି ଅନ୍ୟ ପୂଜା ପାଠ କରନ୍ତି ତେବେ କାର୍ଯ୍ୟ ଅସଫଳ ହେବାର ନିଶ୍ଚିନ୍ତ ବୋଲି କଲ୍ୟାଣସିଂହପୁର ବାସୀ ପ୍ରକାଶ କରନ୍ତି । ସେହି କାରଣରୁ ପଞ୍ଚମୀ ତିଥିରେ ମାଁ ନିକଟରେ ସର୍ବ ପ୍ରଥମେ ଶୁଭ କୁଣ୍ଠି ପୁତିଲା ପରେ ହିଁ ଦଶହରା ଯାତ୍ରା ଆରମ୍ଭ କରାଯିବ ବୋଲି ପ୍ରକାଶ କରିଛନ୍ତି । ଆଉ ଯେ କୌଣସି ଘରୋଇ କାର୍ଯ୍ୟ କଲେ ମଧ୍ୟ ମାଁ ଙ୍କ ନିକଟକୁ ଯାଇ ଦର୍ଶନ କଲା ପରେ ହିଁ ଶୁଭ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ଅଞ୍ଚଳ ବାସୀ କହୁଥିବାର ଶୁଣିବାକୁ ମିଳିଛି ।

Comments are closed.