କଳିକେଶ ନାରାୟଣ ସିଂ ଦେଓ ଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ରେ ସ୍ୱାଗତ ସମ୍ବର୍ଦ୍ଧନା

0
136
କଳିକେଶ ନାରାୟଣ

ରିପୋର୍ଟ: ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୩/୧୧) : ପୂର୍ବତନ ସାଂସଦ, ବିଜୁ ଜନତା ଦଳ ର ବରିଷ୍ଠ ରାଜ୍ୟ ସାଧାରଣ ସମ୍ପାଦକ ତଥା ରାଜ୍ୟ ହାଉସିଂ ବୋର୍ଡ ର ଅଧ୍ୟକ୍ଷ କଳିକେଶ ନାରାୟଣ ସିଂ ଦେଓ ଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ର ବ୍ଲକ ଛକ, ବୁଢାରଜା ଛକ, ମହାନଦୀ ହିକୁଡି ଛକ, ବିଶିପଡା ଓ ଉଲୁଣ୍ଡା ବ୍ଲକ ର ବିଭିନ୍ନ ଜାଗାରେ ଦଳୀୟ ନେତା ଓ ବିଭିନ୍ନ ସଙ୍ଗଠନ ଦ୍ୱାରା ଉଚ୍ଚ କୋଟିର ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।

କଳିକେଶ ନାରାୟଣ ସିଂ ଦେଓ ଙ୍କର ସ୍ୱାଗତ ସମ୍ବର୍ଦ୍ଧନା ରେ ଅଶୋକ ନାଏକ, ଗୁପ୍ତ ମିଶ୍ର, ମନୋରଞ୍ଜନ ତ୍ରିପାଠୀ, ଲଡ଼ୁ କିଶୋର ମଲ୍ଲିକ, ଅରବିନ୍ଦ ବାରିକ, ଦିଲ୍ଲୀପ ପାତ୍ର, ଅକ୍ଷୟ ମେହେର, ସନ୍ତୋଷ ମିଶ୍ର, ମହାଦେବ ମଲ୍ଲିକ, ପ୍ରମୁଖ ବିଜେଡି ର ବହୁ ନେତୃ ସ୍ଥାନୀୟ ଓ ଶୁଭେଛୁ ସୋନପୁର ଠାରେ ସ୍ୱାଗତ କରିଥିବା ବେଳେ ହିକୁଡି ଛକ, ଜାଲୋଏ, ଉଲୁଣ୍ଡା, ମେଟାକାନି ଠାରେ ଝସ କେତନ ବଘାର, ରାଜୁ ବିଶି, କୃତ୍ତିବାସ ମିଶ୍ର ନେତୃତ୍ୱ ନେଇଥିଲେ ।

ବିନିକା ଓ ଚରଦା ଠାରେ ଧରମ ପଣ୍ଡା, ଦୀନ ମେହେର ଓ ଧୂବଳେଶ୍ୱର ବାବୁ ଙ୍କ ନେତୃତ୍ୱ ରେ ସମସ୍ତ ଜାଗା ମାନଙ୍କ ରେ ଶତାଧିକ ନେତା, କର୍ମୀ ଓ ଶୁଭେଛୁ ଙ୍କ ଭିଡ଼ ଲାଗିଥିଲା । ଯାହାକି ସୁବର୍ଣ୍ଣପୁର ଜିଲ୍ଲା ରେ ପ୍ରାକ୍ତନ ସାଂସଦ କଳିକେଶ ନାରାୟଣ ସିଂହ ଦେଓ ଙ୍କ ଲୋକ ପ୍ରିୟତା ଓ ତାଙ୍କ ପ୍ରତି ଭଲ ପାଇବା ଆହୁରି ବୃଦ୍ଧି ପାଇଥିବା ଏବେ ପରିଲକ୍ଷିତ ହୋଇଛି ।