Thursday, March 28, 2024

Top 5 This Week

Related Posts

କାଳିଆ ତୁଳସୀ ରଥ କୁ ଭବ୍ୟ ସମ୍ବର୍ଦ୍ଧନା

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୩/୧୧) : ସୁବର୍ଣ୍ଣପୁର ଜିଲ୍ଲାର ପାତାଳୀ ଶ୍ରୀକ୍ଷେତ୍ର କୋଟସମଲେଇ ଠାରୁ ପୁରୀ ଶ୍ରୀକ୍ଷେତ୍ରକୁ ବାହାରିଛି କାଳିଆ ତୁଳସୀ ରଥ ।WhatsApp Image 2022 11 03 at 20.56.53 କାଳିଆ ତୁଳସୀ ରଥ କୁ ଭବ୍ୟ ସମ୍ବର୍ଦ୍ଧନା

ପ୍ରଥମେ ଉଲୁଣ୍ଡା, ପରେ ବିନିକା, ଖାରି, ନାରାୟଣ ପୁର, ବିଶିମୁଣ୍ଡା, ସୋନପୁର ସହର ଦେଇ ଏକ ସୁସଜ୍ଜିତ ରଥରେ କାଳିଆ ମହାପ୍ରଭୁଙ୍କ ସୁନାବେଶ ପାଇଁ ତୁଳସୀ ଓ ଫୁଲ ଭକ୍ତ ମାନଙ୍କଠାରୁ ସଂଗ୍ରହ କରି କାଳିଆ ତୁଳସୀ ରଥ ପୁରୀ ଅଭିମୁଖେ ବାହାରିଛି । ଏଥିପାଇଁ ଜିଲ୍ଲା ର ସବୁ ଗାଁ ଓ ସହର ର ପ୍ରତି ଛକ ଛକ ରେ ପୁରୁଷ ଓ ମହିଳା ଭକ୍ତ ଜଗନ୍ନାଥ ପ୍ରେମୀ ଖୁବ ଉତ୍ସାହ, ଉଦ୍ଦୀପନା, ଭକ୍ତି ଓ ଉତ୍କଣ୍ଠା ର ସହ ପ୍ରଭୁ ଙ୍କ ରଥ କୁ ସ୍ୱାଗତ ଓ ଦର୍ଶନ ଲାଭ କରିବା ପାଇଁ ବିଭିନ୍ନ ସଙ୍ଗଠନ ର ଶହ ଶହ ସଂଖ୍ୟାରେ ପ୍ରସ୍ତୁତ ଥିଲେ ।

ଆଉ ରଥ ବୁଲିବା ଏଇ ଖବର ପରେ ଚାରିଆଡେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ସହିତ ଭକ୍ତଙ୍କ ମନରେ ଅପୂର୍ବ ଆନନ୍ଦ ଖେଳିଯାଇଛି । ସୋନପୁର ସହର ର ବ୍ଲକ ଛକ ଯୁବ ସଙ୍ଗଠନ, ଦଧିବାମନ ମନ୍ଦିର କମିଟି ସମସ୍ତ ସଦସ୍ୟ, ସ୍ୱଚ୍ଛ ଭାରତ ସଙ୍ଗଠନ ସମେତ ବିଭିନ୍ନ ସଂଘ ପକ୍ଷରୁ ତୁଳସୀ ରଥ କୁ ଊଚ୍ଚ କୋଟିର ସ୍ୱାଗତ ସମ୍ବର୍ଦ୍ଧନା ଓ ଆର୍ଥିକ ରାଶି ମଧ୍ୟ ପ୍ରଦାନ କରାଯାଇଛି l

Popular Articles