ସୁବର୍ଣ୍ଣପୁର ଜିଲ୍ଲା ବିକାଶ ସକାଶେ ଇଛାଶକ୍ତି ଆବଶ୍ୟକ ସାମ୍ବାଦିକ ସଂଘରେ ଆଲୋଚନା

ରିପୋର୍ଟ: ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର(୦୬/୧୦): ସୁବର୍ଣ୍ଣପୁର ଜିଲ୍ଲା ର ସମୂହ ବିକାଶ ସକାଶେ ରାଜନୈତିକ ଓ ପ୍ରଶାସନିକ ଇଛାଶକ୍ତିଯହିଁର କରିବା ନିତ୍ୟାନ୍ତ ଆବଶ୍ୟକ ବୋଲି ଜିଲ୍ଲା ସାମ୍ବାଦିକ ସଂଘର ଏକ ବୈଠକରେ ଆଜି ସର୍ବସମ୍ମତି ମତ ପ୍ରକାଶ ପାଇଥିଲା | ଗୋଟିଏ ଜିଲ୍ଲାରୁ ଦୁଇଟି ବରିଷ୍ଠ ଓ ବଳିଷ୍ଠ କେବିନେଟ ପାହ୍ୟା ମନ୍ତ୍ରୀ ହେବ ବିକାଶ ସକାଶେ ପରମ ସୁଯୋଗ ବୋଲି ସଭ୍ୟମାନେ ମତଦେଇଥିଲେ |

ସେହି ଦୃଷ୍ଟିରୁ ପ୍ରାଥମିକତା ଭିତ୍ତିରେ ଖୋର୍ଦ୍ଧା ବଲାଙ୍ଗୀର ରେଳଲାଇନ , ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ, ପଶ୍ଚିମ ଓଡିଶାବାସୀଙ୍କ ଭାଷା ସଂସ୍କୃତିର ସୁରକ୍ଷା ଓ ସମୃଦ୍ଧି ନିମନ୍ତେ ସୁବର୍ଣ୍ଣପୁର ରେ କୋଶଳ ବିଶ୍ୱ ବିଦ୍ୟାଳୟ, ପର୍ଯ୍ୟଟନର ବିକାଶ ନିମନ୍ତେ ପାତାଳି ଶ୍ରୀକ୍ଷେତ୍ରରେ ରୋପ ୱେ, ସୋନପୁର ତ୍ରସ୍ତ ଫଣ୍ଡକୁ କାର୍ଯ୍ୟକାରୀ କରିବା, ଜିଲ୍ଲାର ସମସ୍ତ ଜଳସେଚନ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା, ମହାନଦୀ ଓ ତେଲନଦୀ ଖଣ୍ଡିରେ ରିଂ ରୋଡ଼, ସାମ୍ବାଦିକ ଭବନର ଉନ୍ନତିକରଣ, ପଂଚାୟତ ସ୍ତରରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ବିଭିନ୍ନ କମିଟିରେ ସାମ୍ବାଦିକ ମାନଙ୍କର ସଦସ୍ୟତା, ସୋନପୁର ବାଲିଯାତ୍ରାର ସ୍ଥାୟୀତ୍ୱ ତଥା ସମୃଦ୍ଧି ଆଜି ଅନେକ ଉନ୍ନତି ମୂଳକ କାମ ଉପରେ ଆଲୋଚନା ହୋଇଥିଲା | ଏଥିରେ ସଂଘର ସଭାପତି ଗୋରେଖନାଥ ସାହୁ ଅଧ୍ୟକ୍ଷତା କରିଥିଲେ | ସମ୍ପାଦକ ବ୍ୟୋମକେଶ ଦାସ ସମ୍ପାଦକୀୟ ବିଣାବାରନି ଉପସ୍ଥାପିତ କରିଥିଲେ | ଆଲୋଚନା ରେ ରତ୍ନ ପଟ୍ଟନାୟକ, ବିବେକାନନ୍ଦ ମିଶ୍ର, ସଞ୍ଜୟ କୁମାର ସାହୁ, ପ୍ରକାଶ ଚନ୍ଦ୍ର ବେବର୍ତ୍ତା, ଓଁ ପ୍ରକାଶ ମିଶ୍ର, ଶିବ ଯୋଶୀ, ବିନୟ ରଞ୍ଜନ ପଧାନ, ଉଗ୍ରସେନ କର୍ମୀ, ଗୋବିନ୍ଦ ଠାକୁର, ପିତାମ୍ବର ମହାପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ | ଶେଷରେ କୋଷାଧ୍ୟକ୍ଷ ଇନ୍ଦ୍ରମଣି ଦାସ ଧନ୍ୟବାଦ ଅର୍ପଣ କରିଥିଲେ |

Comments are closed.