Advertisements
Tuesday, June 2, 2020
Home Cultural & Festival ୟା ଦେବୀ ସର୍ଵଭୁତେଷୁ ଶକ୍ତିରୂପେଣ ଶଂସୀତା, ନମଃ ତାସୟେ ନମଃ ତାସୟେ ନମଃ ତାସୟେ ନମଃ...

ୟା ଦେବୀ ସର୍ଵଭୁତେଷୁ ଶକ୍ତିରୂପେଣ ଶଂସୀତା, ନମଃ ତାସୟେ ନମଃ ତାସୟେ ନମଃ ତାସୟେ ନମଃ ନମଃ

ରିପୋର୍ଟ: ଗୋପୀନାଥ ଗୌଡ଼
ରାୟଗଡା (୦୬/୧୦): ପାର୍ବଣରଋତୁର ଆଗମନ ସହିତ ଧରାପୃଷ୍ଠରେ ଅବତୀର୍ଣ ହୋଇଛନ୍ତି ଜଗତଜନନୀ ମା ଦୁର୍ଗା | ଧରା ଆଜି କାଶତଣ୍ଡୀର ଆଲଟ ପ୍ରସ୍ତୁତ କରି ସ୍ୱାଗତ ଜଣାଇଛି ମାଙ୍କୁ | ଗଗନ ପବନ, ଜନ ଜୀବନ, ଗାଁ ସହର, ଗଳି କନ୍ଦି ସବୁକିଛି ଆଜି ଉତ୍ସବ ମୁଖର | ସମସ୍ତଙ୍କ ମୁଖରେ ଆଜି ହସଖୁସି ଆନନ୍ଦ ଉଲ୍ଲାସ | ୟା ସହିତ ପ୍ରବେଶ କରିସାରିଛି ଷଷ୍ଠୀ ତିଥି, ମା ଙ୍କ ବିଲ୍ୱବରଣ ନୀତି ସମାପନ ହୋଇସାରିଛି |

ପବିତ୍ର ମହାସପ୍ତମୀ ତିଥିରେ ମାଙ୍କ ପ୍ରାଣପ୍ରତିଷ୍ଠା ଓ ଚକ୍ଷୁ ଦାନ ନୀତି ମଧ୍ୟ ନିର୍ଘଣ୍ଟ ସମୟରେ ସମାପନ ହୋଇଯାଇଛି | ପୁଣି ଉପସ୍ଥିତ ହୋଇଛି ମହାଅଷ୍ଟମୀ ତିଥି | ଏହି ତିଥିଟି ଅତ୍ୟନ୍ତ ଗୁରୁତ୍ୱ ପୁର୍ଣ ହୋଇଥାଏ | କୁହାଯାଏ ଏହି ତିଥିଟି ମା ଜଗତଜନନୀଙ୍କ ଜନ୍ମ ତିଥି | ତେଣୁ ମହାଅଷ୍ଟମୀ ତିଥିରେ ମହିଳା ପୁରୁଷ ଉପବାସ ରଖିଥାନ୍ତି | ଏହି ତିଥିରେ ବିଭିନ୍ନ ଫଳ ପାଚିଲା ସହିତ ମୁଖ୍ୟତଃ ମାଆଙ୍କୁ ନଡ଼ିଆ ଭୋଗ ଲାଗିକରାଯାଏ | ମାଆଙ୍କ ଅଷ୍ଟମୀ ପୂଜା ଦିନ ନବଦୁର୍ଗା ପୂଜା, ଚୌଷଠି ଯୋଗିନୀ ପୂଜା, ଉପ ଯୋଗିନୀ ପୂଜା, କୋଟି ଯୋଗିନୀ ପୂଜା, ମାଆଙ୍କ ଷଡ଼ପୋଚର, ସନ୍ଧିପୂଜା, ହେବା ସହିତ ମାଆଙ୍କୁ କୁଷ୍ମାଣ୍ଡ ବଳି ଦିଆଯାଇଥାଏ | ତାପରେ ସର୍ଵଦେଵ ହୋମ ସହିତ ଚଣ୍ଡୀ ହୋମ ହୋଇଥାଏ | ହୋମ ପରେ ପୁଷ୍ପାଞ୍ଜଳି ସହିତ ମହା ଆଳତୀ ପରେ ଉପବାସଳିଙ୍କ ଆଣିଥିବା ଭୋଗ ଲାଗି ହୁଏ ମାଙ୍କୁ | ଚଳିତ ବର୍ଷ ପୂଜାରେ ମାଙ୍କ ଅଷ୍ଟମୀ ତିଥିରେ ଅଳ୍ପସମୟ ଥିଲା ତଥାପି ପୂଜକ ମାଆଙ୍କ ସମସ୍ତ ପୂଜା ଉପଚାର ନିଷ୍ଠା ଓ ବିଧିବିଧାନ ସହିତ ସମାପନ କରିଥିଲେ | ଆଜି ପିଠେ ମହାନବମୀ ପୂଜା ହେଉଥିବା ବେଳେ ମଣ୍ଡପ ଗୁଡିକରେ ମହାଅଷ୍ଟମୀ ପୂଜା ଆଗେଇଥିଲା | ଏହି ଅବସରରେ ବିଭିନ୍ନ ମଣ୍ଡପ ମାନଙ୍କରେ ଭିନ୍ନ ଭିନ୍ନ ସାଜସଜାରେ ଦର୍ଶନ ଦେଉଛନ୍ତି ମା | ସପ୍ତମୀ ଠାରୁ ମଣ୍ଡପ ଗୁଡିକରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି | ସୁନ୍ଦର ସୁନ୍ଦର ସୁଉଚ୍ଚ ତୋରଣ ସାଙ୍ଗକୁ ସୁନ୍ଦର ଆଲୋକ ସଜା ଲିଚୁ ମାଳରେ ଝଲସି ଉଠୁଛି ପୂଜା ମଣ୍ଡପ ଓ ରାସ୍ତାଘାଟ | ପ୍ରତିବର୍ଷ ଭଳି ଏହିବର୍ଷ ମଧ ରାୟଗଡା ସହରର ଅନେକ ସ୍ଥାନରେ ମାଙ୍କ ପୂଜା କରାଯାଉଛି | କିନ୍ତୁ ଏହି ବର୍ଷର ମୁଖ୍ୟ ଆକର୍ଷଣ ହେଉଛି ବ୍ରାହ୍ମଣ ସାହିର ଦୁର୍ଗା ପୂଜା | ପ୍ରଥମ ଥର ଲାଗି ଏହିବର୍ଷ ମାଆଙ୍କୁ ରୁପା ଆଭୂଷଣରେ ଭୂଷିତ କରାଯାଇଛି | ପୁଣି ଅଷ୍ଟମୀ ପୂଜା ପରେ ଅର୍ଣ୍ଣପ୍ରାସାଦ ସେବନର ବ୍ୟବସ୍ଥା କରାଯାଇଥିଲା |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ବଦାନ୍ୟତା, ଦାଦନ ବଜାରରୁ ଉଦ୍ଧାର ହେଲେ ବନ୍ଧକ ନାବାଳିକା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //ନବରଙ୍ଗପୁର (୦୧/୦୬): ତେଲେଙ୍ଗାନା ଇଟା ଭାଟିରୁ ଉଦ୍ଧାର ହେଲେ ନବରଙ୍ଗପୁର ନାବାଳିକା । ନାବାଳିକା ଝିଅର ମା ନିଜ ଶରୀରର ଚିକିତ୍ସା କରାଇବା ପାଇଁ...

ବଡ ଖବର: ବଲାଙ୍ଗୀର ଜିଲ୍ଲା ପ୍ରତ୍ୟେକ ଶନିବାର ଓ ରବିବାର ସଟ୍ ଡାଉନ, ଜୁନ ୩୦ ଯାଏଁ କଟକଣା ଅବ୍ୟାହତ

ରିପୋର୍ଟ: ଓଡିଶା ନ୍ୟୁଜ୨୪ ବ୍ୟୁରୋବଲାଙ୍ଗୀର (୦୧/୦୬): ଆଜିଠୁ ଦେଶରେ ଆରମ୍ଭ ହୋଇଛି ଅନଲକ-୧। ହେଲେ ନିଜ ନିଜ ରାଜ୍ୟର ପରିସ୍ଥିତି ଦେଖି ସରକାର ଯେ କୌଣସି ପଦକ୍ଷେପ ନେଇପାରିବେ...

ଗୁଡାରି ପୋଲିସ ର ବଡ ସଫଳତା, ୧୧୭୦ କେଜି ଗଂଜେଇ ସହ ୯ ବାଇକ ଜବତ

ରିପୋର୍ଟ: ପ୍ରଦୀପ ପାତ୍ର //ଗୁଣୁପୁର(୩୧/୦୬): ରାୟଗଡା ଜିଲ୍ଲା ଗୁଡାରି ପୋଲିସର ବଡ଼ ସଫଳତା,୧୧୭୦ କେଜି ଆନୁମାନିକ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜାଇ ଜବତ ସହ ୭ ATM...

ପଦ୍ମପୁର ରେ ମୋଦି ଅନ୍ନର ଅନ୍ତିମ ଦିବସ ଉଦଯାପିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୧/୦୬): ବର୍ତ୍ତମାନ ସାରା ଭାରତରେ କରୋନା ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଦେଶବାସୀ...

Recent Comments

%d bloggers like this: