Advertisements
Tuesday, June 2, 2020
Home Cultural & Festival ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ କୁଷ୍ଠାଶ୍ରମରେ ଦ୍ବାଦଶତମ ନୁଆଁଖାଇ ଭେଟଘାଟ ଅନୁଷ୍ଠିତ

ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ କୁଷ୍ଠାଶ୍ରମରେ ଦ୍ବାଦଶତମ ନୁଆଁଖାଇ ଭେଟଘାଟ ଅନୁଷ୍ଠିତ

ରିପୋର୍ଟ: ନିରୋଜ ପାଣି
ବରଗଡ଼(୦୬/୧୦): ଅବହେଳିତ, ନିଷ୍ପେଷିତ ଏବଂ ଶୋଷିତ ବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟକୁ ନେଇ ବରଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ବିଗତ ୧୨ ବର୍ଷ ଧରୀ ଏକ ଅଭିନବ କାର୍ୟକ୍ରମ ଅନୁଷ୍ଠିତ କରି ଆସୁଛି | ନିଜ ପରମ୍ପରା ଅନୁଯାଇ ବିଭିନ୍ନ କୁଷ୍ଠାଶ୍ରମଠାରେ ନିଜ ସଂଘ ବାର୍ଷିକ ଉତ୍ସବକୁ ନୂଆଁଖାଇ ଭେଟଘାଟ କାର୍ୟକ୍ରମ ଭାବେ ପାଳନ କରି ନିଜ ଦାୟିତ୍ବ ତୋଳାଇ ଆସୁଛି |

ଏହି ଅବସରରେ ବରଗଡ଼ ୱାର୍ଡ ନଂ ୧ ନଦିଖଣ୍ଡୀ ସ୍ଥିତ କୁଷ୍ଠାଶ୍ରମଠାରେ ସଂଘ ସଭାପତି ନାସିର ଖାନଙ୍କ ଅଧ୍ୟକ୍ଷତାରେ ଏହି ନିଆରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ଏବଂ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଂଘର ଏହି ପ୍ରୟାସକୁ ପ୍ରଶଂସା କରିଥିଲେ ଏବଂ କୁଷ୍ଠାଶ୍ରମ ନାମ ପରିବର୍ତ୍ତନ କରିବାକୁ ପରିପ୍ରକାଶ କରିଥିଲେ | ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଓ ବରଗଡ ବିଧାୟକ ଦେବେଶ ଆଚ଼ାର୍ୟ ଯୋଗ ଦେଇ ଜିଲ୍ଲା ସାମ୍ବାଦିକ ସଂଘର ଏହି କାର୍ଯକ୍ରମ ଅନ୍ୟଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ ବୋଲି ନିଜ ଉଦ୍ବୋଧନରେ କହିଥିଲେ | ଅଖିଳ ଭାରତୀୟ ସାମ୍ବାଦିକ ସଂଘ ସଭାପତି ପିତବାସ ମିଶ୍ର କାର୍ଯ୍ୟକ୍ରମ ପ୍ରଶଂସା ସହ ସାମ୍ବାଦିକଙ୍କ ସମସ୍ୟା ପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ଉତ୍କଲମେଲ ଟିଭି ସଂଯୋଜକ ବିବେକ ଦାଶ, ବରଗଡ ବିଜେଡି ନଗର ସଭାପତି କିଶୋର ମିଶ୍ର, ଯୁବ ନେତା ଉମେଶ ପଣ୍ଡା, ବିଶିଷ୍ଟ ସମାଜସେବୀ ଚ଼ନ୍ଦ୍ରଶେଖର ବାଗ ଯୋଗ ଦେଇଥିବା ବେଲେ ବିଶିଷ୍ଠ କଥାକାର ସଦାକର କୁମ୍ଭାର ମୁଖ୍ୟବକ୍ତା ରୁପେ ଯୋଗଦାନ କରି ସମାଜର ଅବହେଳିତ ବର୍ଗ ପାଇଁ ସାମ୍ବାଦିକ ମାନଙ୍କ ଏହି କାର୍ଯ୍ୟକ୍ରମ ସୁସ୍ଥ ସମାଜ ଗଠନ କରିବା ପାଇଁ ନିଜ ଦାୟିତ୍ବ ସଂପାଦନ କରିବା ସଙ୍ଗେ ସଙ୍ଗେ ଏହା ସମସ୍ତଙ୍କ ପାଇଁ ଏକ ଦିଗଦର୍ଶନ ପ୍ରଦାନ କରିଛି ବୋଳି କହିଥିଲେ | ଏହି କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଲାର ବିଭିନ୍ନ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବରଗଡ଼ ଚ୍ୟାମ୍ବର ଅଫ କମର୍ସ ଅଧ୍ୟକ୍ଷ ଦିଲିପ ସାୱଡ଼ିଆ, ଯୁବ ସମାଜସେବୀ ସୁବ୍ରତ କୁମାର ବିର୍ତ୍ତିଆ, ସୋହେଲା ବ୍ଲକ ଅଧ୍ୟକ୍ଷ ଜୀବର୍ଧନ ବରିହା, ସମ୍ବଲପୁରି ବସ୍ତ୍ରାଳୟ ସଂପାଦକ ହେମନ୍ତ ମିଶ୍ର, କର୍ମଯୋଗୀ ଜଗଦିଶ ଲୁହା ଏବଂ ନିର୍ଭିକ ସାମ୍ବାଦିକତା ପାଇଁ ସାମ୍ବାଦିକ ଳଲାଟେନ୍ଦୁ ଦାଶ ଭଳି ପ୍ରତିଭା ସମ୍ପନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ମାନଫଳକ ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା | ପରେ କୁଷ୍ଠାଶ୍ରମ ଅନ୍ତେବାସୀଙ୍କୁ କମ୍ବଲ, ଲୁଙ୍ଗୀ,ସାଢୀ, ଗେଂଜୀ, ଗାମୁଛା ଇତ୍ୟାଦି ବସ୍ତ୍ର ପ୍ରଦାନ କରି ଭୋଜନ ବ୍ୟବସ୍ଥା ମଧ୍ୟ କରାଯାଇଥିଲା | ପ୍ରାରମ୍ଭରେ ହେମବନ୍ତ ଦାଶ ଓ ସାଥି ବିଭିନ୍ନ ପ୍ରକାର ସଂଙ୍ଗୀତ ପରିବେଷଣ କରିଥିବା ବେଲେ ସଂପାଦକ ବିପିନ ଦାଶ କାର୍ୟକ୍ରମକୁ ପରିଚ଼ାଳନା କରିଥିଲେ | ଏହି ଅବସରରେ ହାସ୍ୟ ବ୍ୟଙ୍ଗ କବି ଜଟାଧାରୀ ପ୍ରଧାନ, ବାବଲୁ ଦାଶ, ରାମଗୋପାଲ ଦାଶଙ୍କ କବିତା ଆସର ଜମିଥିଲା | ଅନ୍ୟଙ୍କ ମଧ୍ୟରେ ଅସିତ ସ୍ବାଇଁ, ଅଜୟ ଦୁବେ, ଗୋପୀରାମ ଶର୍ମା, ଦିବାକର ମାଝୀ, ବିଦେଶ ପ୍ରଧାନ, ବୁଦ୍ଧଦେବ ପ୍ରଧାନ, ହେମନ୍ତ ସାହୁ, ନରେନ୍ଦ୍ର ନାଏକ, ବିନୋଦ ବୈକାର, ଚ଼ିତ୍ରସେନ ବିଶ୍ବାଳ,ତୁଳସୀଚ଼ରଣ ଦାଶ,ରମାକାନ୍ତ ପଟେଲ ପ୍ରମୁଖ ସହଯୋଗ କରିଥିଲେ | ପରିଶେଷରେ ସଂଘ ସହ ସଂପାଦକ ମହମ୍ମଦ ଅସଲମ ଧନ୍ୟବାଦ ଅର୍ପଣ କରିଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ବଦାନ୍ୟତା, ଦାଦନ ବଜାରରୁ ଉଦ୍ଧାର ହେଲେ ବନ୍ଧକ ନାବାଳିକା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //ନବରଙ୍ଗପୁର (୦୧/୦୬): ତେଲେଙ୍ଗାନା ଇଟା ଭାଟିରୁ ଉଦ୍ଧାର ହେଲେ ନବରଙ୍ଗପୁର ନାବାଳିକା । ନାବାଳିକା ଝିଅର ମା ନିଜ ଶରୀରର ଚିକିତ୍ସା କରାଇବା ପାଇଁ...

ବଡ ଖବର: ବଲାଙ୍ଗୀର ଜିଲ୍ଲା ପ୍ରତ୍ୟେକ ଶନିବାର ଓ ରବିବାର ସଟ୍ ଡାଉନ, ଜୁନ ୩୦ ଯାଏଁ କଟକଣା ଅବ୍ୟାହତ

ରିପୋର୍ଟ: ଓଡିଶା ନ୍ୟୁଜ୨୪ ବ୍ୟୁରୋବଲାଙ୍ଗୀର (୦୧/୦୬): ଆଜିଠୁ ଦେଶରେ ଆରମ୍ଭ ହୋଇଛି ଅନଲକ-୧। ହେଲେ ନିଜ ନିଜ ରାଜ୍ୟର ପରିସ୍ଥିତି ଦେଖି ସରକାର ଯେ କୌଣସି ପଦକ୍ଷେପ ନେଇପାରିବେ...

ଗୁଡାରି ପୋଲିସ ର ବଡ ସଫଳତା, ୧୧୭୦ କେଜି ଗଂଜେଇ ସହ ୯ ବାଇକ ଜବତ

ରିପୋର୍ଟ: ପ୍ରଦୀପ ପାତ୍ର //ଗୁଣୁପୁର(୩୧/୦୬): ରାୟଗଡା ଜିଲ୍ଲା ଗୁଡାରି ପୋଲିସର ବଡ଼ ସଫଳତା,୧୧୭୦ କେଜି ଆନୁମାନିକ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜାଇ ଜବତ ସହ ୭ ATM...

ପଦ୍ମପୁର ରେ ମୋଦି ଅନ୍ନର ଅନ୍ତିମ ଦିବସ ଉଦଯାପିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୧/୦୬): ବର୍ତ୍ତମାନ ସାରା ଭାରତରେ କରୋନା ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଦେଶବାସୀ...

Recent Comments

%d bloggers like this: