ଗାଁ କୁ ରାସ୍ତା ନ ହେଲେ ଭୋଟ ବର୍ଜନ କରିବାକୁ ଧମକ ଦେଲେ ଗ୍ରାମବାସୀ

ରିପୋର୍ଟ: ରିଙ୍କୁ ସାହୁ ଓ ନିରୋଜ ପାଣି
ଗାଇସିଲେଟ(୦୫/୧୦): ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକର ଗନିଆଁପାଲି ଗ୍ରାମପଞ୍ଚାୟତର ଗନିଆଁପାଲି, ମଳମୁଣ୍ଡା ଏବଂ ଯୁଗୀବନ୍ଧଲିକୁ ଚାରିଚକରୁ ଗନିଆଁପାଲି ମହାବିଦ୍ୟାଳୟକୁ ଥିବା ରାସ୍ତା ଅତ୍ୟନ୍ତ ଶୋଚନୀୟ ।

ଦୀର୍ଘ ୨୦ବର୍ଷ ହେବ ଏହି ରାସ୍ତା ଏପରି ପଡିରହିଛି | ମୁଖ୍ୟତ ବର୍ଷା ଦିନରେ ଏହି ରାସ୍ତାଟି ମରଣଜନ୍ତା ପାଲଟିଛି ଦୈନଦିନ ବିଭିନ୍ନ ଧରଣର ଅଘଟଣ ଘଟୁଛି । ନିର୍ବାଚନ ସମୟରେ ନେତା ମନ୍ତ୍ରୀ ମାନେ ଆସୁଛନ୍ତି ହେଲେ ଦେଖିକି ଭୋଟ ସରିଲେ ଏହା କରିଦେବୁ ବୋଲି କିନ୍ତୁ ପ୍ରତିଶ୍ରୁତି ପାଣିକୁ ଯାଉଛି । ଛୋଟରୁ ବଡ ପର୍ଯ୍ୟନ୍ତ ସମସ୍ତେ ଏହି ରାସ୍ତା ଦେଇ ସରକାରୀ କାମ ତଥା ସ୍କୁଲ, କଲେଜକୁ ଯାଉଛନ୍ତି | କିନ୍ତୁ ଏତେ ବର୍ଷ ହେବ ପଂଚାୟତବାସୀ ଅଭିଯୋଗ କଲେ ମଧ୍ୟ ଏହାର ସୁଫଳ ହେଉନି । ଗତ ଉପନିର୍ବାଚନରେ ମଧ୍ୟ ପ୍ରତିଶୃତି ରାଜନୈତିକ ଦଳରୁ ଦିଆଯାଇଥିଲା ହେଲେ କେହିବି ପୁରଣ କଲେନି, ଶେଷରେ ଆଜି ପଂଚାୟତ ବାସୀ ପୁଣି ବିଜେପୁର ଉପନିର୍ବାଚନ ଆଖିକୁ ରଖି ରାସ୍ତା ନ ହେଲେ ଭୋଟ ବର୍ଜନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଏହାର ପ୍ରଭାବ ନିଶ୍ଚିତ ଭାବରେ ରାଜନୈତିକ ଦଳକୁ ପଡିବ ବୋଲି ଆଶକରାଯାଉଛି ।

Comments are closed.