Friday, March 29, 2024

Top 5 This Week

Related Posts

ସାଇକେଲ କୁ ଧକ୍କା ଦେଲା ଅଜଣା ବାଇକ ଦୁଇ ଜଣ ଗୁରୁତର

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨/୧୧) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ସୁନାଖଣ୍ଡି ଗ୍ରାମ ପଞ୍ଚାୟତ ସଦର ଗ୍ରାମ ର ଗୋପାଳ କରସିକା ଓ ସରାଟି ଗ୍ରାମର ଆର୍ଜୁ ହୁଇକା କଲ୍ୟାଣସିଂହପୁର ପାନ କାର୍ଡ ଆବେଦନ କରିବା ପାଇଁ ଆସିଥିଲେ । ପାନ କାର୍ଡ ଆବେଦନ କଲାପରେ ଦୁଇ ସାଙ୍ଗ ମିଶି ନିଜ ଗାଁ କୁ ଫେରୁଥିବା ବେଳେ ବାଇକ ଦୃତ ଗତିରେ ଆସି ସାଇକେଲ କୁ ଧକ୍କା ଦେଇଥିଲା ।

ପାନ କାର୍ଡ ଆବେଦନ କଲାପରେ ଦୁଇ ସାଙ୍ଗ ମିଶି ନିଜ ଗାଁ କୁ ଫେରୁଥିବା ବେଳେ କାଟିଙ୍ଗି ନାଳ ନିକଟ ବୁଲାଣି ରାସ୍ତାରେ ଜଗନ୍ନାଥ ପୁର ଦେଇ ଆସୁଥିବା ଅଜଣା ବାଇକ ଦୃତ ଗତିରେ ଆସି ଗୋପାଳ ର ସାଇକେଲ କୁ ଧକ୍କା ଦେଇଥିଲା । ଅଳ୍ପ କେ ବର୍ତ୍ତୀ ଯାଇଥିଲେ ଗୋପାଳ ଓ ଆର୍ଜୁ ସେ ରାସ୍ତାରେ ଯାତାୟାତ କରୁଥିବା କିଛି ଲୋକମାନେ ସାଙ୍ଘାତିକ ଅବସ୍ଥାରେ ଦେଖି ୧୦୮ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ । ଘଟଣା ସ୍ଥଳରେ ଆମ୍ବୁଲାନ୍ସ କର୍ମଚାରୀ ପହଞ୍ଚି ଗୁରୁତର ଦୁଇ ଜଣ କୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ । ଏହି ଗୁରୁତର ଦୁଇ ଜଣ କୁ ଡାକ୍ତର ଶୋଭାଗ୍ୟ କୁମାର ହୁଇ ପ୍ରାଥମିକ ଚିକିତ୍ସା କରିଥିଲେ ।

Popular Articles