Advertisements
Tuesday, June 2, 2020
Home District News ହାତିବାରୀ ହାଇସ୍କୁଲର ଶିକ୍ଷକ ଓ କର୍ମଚାରୀଙ୍କୁ ଆକ୍ରମଣର ନିନ୍ଦା କରି ଜ଼ିଲ୍ଲାପାଳଙ୍କୁ ସ୍ମାରକ ପତ୍ର

ହାତିବାରୀ ହାଇସ୍କୁଲର ଶିକ୍ଷକ ଓ କର୍ମଚାରୀଙ୍କୁ ଆକ୍ରମଣର ନିନ୍ଦା କରି ଜ଼ିଲ୍ଲାପାଳଙ୍କୁ ସ୍ମାରକ ପତ୍ର

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡା(୦୫/୧୦): ରାୟଗଡା ଜ଼ିଲ୍ଲା ମଙ୍ଗଳ ବିଭାଗର ଶିକ୍ଷକ ମାନଙ୍କ ତରଫରୁ ଅନୁସୂଚିତ ଜାତି ଓ ଜନଜାତି ସଚିବଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ଜ଼ିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି | ମୟୁରଭଞ୍ଜ ଜ଼ିଲ୍ଲାର ମଙ୍ଗଳ ବିଭାଗର ହାତିବାରୀ ହାଇସ୍କୁଲର ଶିକ୍ଷକ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ପ୍ରତି ହୋଇଥିବା ଅମାନୁଷିକ ଆକ୍ରମଣର ଦୃଢ ନିନ୍ଦା କରିବା ସହ ଅପରାଧୀଙ୍କୁ ତୁରନ୍ତ ଗିରଫ ନିମନ୍ତେ ସ୍ମାରକ ପତ୍ରରେ ଉଲେଖ କରାଯାଇଛି |

ହାତିବାରୀ ସ୍କୁଲର ଏକ ଛାତ୍ରୀ ମୃତ୍ୟୁ ଘଟଣାରେ ରାୟଗଡା ଜ଼ିଲ୍ଲା ମଙ୍ଗଳ ବିଭାଗ ଶିକ୍ଷକ ସଙ୍ଘ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି | ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସମସ୍ତ ଚେଷ୍ଟା ସତ୍ୱେ ଛାତ୍ରୀର ମୃତ୍ୟୁକୁ ନେଇ ଯେଉଁ ତୁମୁଳ କାଣ୍ଡ ଘଟିଲା ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କୁ ଯେପରି ବର୍ବରଚିତ ଆକ୍ରମଣ କରାଯିବା ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି | ଶିକ୍ଷକ ଓ ଅନ୍ୟ କର୍ମଚାରୀ ମାନେ ଦିବା ରାତ୍ରି ୨୪ଘଣ୍ଟା ହଷ୍ଟେଲର ଦାୟିତ୍ୱ ସମ୍ପନ୍ନ କରି ରହି ଆସୁଛନ୍ତି କିନ୍ତୁ କୌଣସି ଏକ ଅଘଟଣ ଘଟିଲେ ଶିକ୍ଷକ ଓ ଅନ୍ୟ କର୍ମଚାରିଙ୍କୁ ଆକ୍ରୋଶର ଶିକାର ହେବାକୁ ପଡୁଛି | ବିଭାଗ ତରଫରୁ ଆବଶ୍ୟକ କର୍ମଚାରୀ ନିଯୁକ୍ତି ଦିଆଯାଉନି ଛାତ୍ର ଛାତ୍ରୀ ତୁଳନାରେ ସେମାନଙ୍କ ସୁବନ୍ଦୋବସ୍ତ କରାନଯାଇ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି ତେଣୁକରି ଶିକ୍ଷକଙ୍କ ମେସ ପରିଚାଳନାରୁ ହଟାଯାଇ ଅନ୍ୟକୁ ହସ୍ତାନ୍ତର କରି ଶିକ୍ଷକଙ୍କ କେବଳ ଶିକ୍ଷଦାନରେ ନିୟୋଜିତ କରିବା ପାଇଁ ଦାବି କରାଯାଇଛି | ଶିକ୍ଷକଙ୍କୁ ଶିକ୍ଷାଦାନର ନିୟୋଜିତ କରାଗଲେ ଶିକ୍ଷାର ମନ ବୃଦ୍ଧି ପାଇବ ବୋଲି ସ୍ମାରକ ପତ୍ରରେ ଉଲ୍ଲେଖ ଅଛି | ଏହି ସ୍ମାରକ ପତ୍ର ପ୍ରଦାନ ସମୟରେ ଶିକ୍ଷକ ସଞ୍ଜୟ ବେହେରା ବେଣୁଧର ଚୌଧୁରୀ ବି ରାଜେଶ ରାମଚନ୍ଦ୍ର ସେନାପତି ବିପିନ ବିଶ୍ୱାଳ ବିସିକେଶନ ବାଘ ବିଭୀଷଣ ଛିଞ୍ଚୁଆନ କୃଷ୍ଣ ଦାସ ସାଙ୍ଗନ ନାଗ ପ୍ରଦୀପ ଚୌଧୁରୀ ଏସ ଆର ଲାଡି ସୁନୀଲ ଗୌଡ଼ ଗୋପୀନାଥ ପରିଛା ନାଇନ ରଇତ ଉପସ୍ଥିତ ଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ବଦାନ୍ୟତା, ଦାଦନ ବଜାରରୁ ଉଦ୍ଧାର ହେଲେ ବନ୍ଧକ ନାବାଳିକା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //ନବରଙ୍ଗପୁର (୦୧/୦୬): ତେଲେଙ୍ଗାନା ଇଟା ଭାଟିରୁ ଉଦ୍ଧାର ହେଲେ ନବରଙ୍ଗପୁର ନାବାଳିକା । ନାବାଳିକା ଝିଅର ମା ନିଜ ଶରୀରର ଚିକିତ୍ସା କରାଇବା ପାଇଁ...

ବଡ ଖବର: ବଲାଙ୍ଗୀର ଜିଲ୍ଲା ପ୍ରତ୍ୟେକ ଶନିବାର ଓ ରବିବାର ସଟ୍ ଡାଉନ, ଜୁନ ୩୦ ଯାଏଁ କଟକଣା ଅବ୍ୟାହତ

ରିପୋର୍ଟ: ଓଡିଶା ନ୍ୟୁଜ୨୪ ବ୍ୟୁରୋବଲାଙ୍ଗୀର (୦୧/୦୬): ଆଜିଠୁ ଦେଶରେ ଆରମ୍ଭ ହୋଇଛି ଅନଲକ-୧। ହେଲେ ନିଜ ନିଜ ରାଜ୍ୟର ପରିସ୍ଥିତି ଦେଖି ସରକାର ଯେ କୌଣସି ପଦକ୍ଷେପ ନେଇପାରିବେ...

ଗୁଡାରି ପୋଲିସ ର ବଡ ସଫଳତା, ୧୧୭୦ କେଜି ଗଂଜେଇ ସହ ୯ ବାଇକ ଜବତ

ରିପୋର୍ଟ: ପ୍ରଦୀପ ପାତ୍ର //ଗୁଣୁପୁର(୩୧/୦୬): ରାୟଗଡା ଜିଲ୍ଲା ଗୁଡାରି ପୋଲିସର ବଡ଼ ସଫଳତା,୧୧୭୦ କେଜି ଆନୁମାନିକ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜାଇ ଜବତ ସହ ୭ ATM...

ପଦ୍ମପୁର ରେ ମୋଦି ଅନ୍ନର ଅନ୍ତିମ ଦିବସ ଉଦଯାପିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୧/୦୬): ବର୍ତ୍ତମାନ ସାରା ଭାରତରେ କରୋନା ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଦେଶବାସୀ...

Recent Comments

%d bloggers like this: