ଆଇ.ଟି.ସି ଓ ମାସ ର ସହଭାଗିତାରେ ଏକ ଦିବସୀୟ ମାଷ୍ଟର ଟ୍ରେନର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

0
225
ଆଇ.ଟି.ସି

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୦୨/୧୧) : ଆଇ.ଟି.ସି ଏବଂ ମାସ୍ ର ଆନୂକୁଲ୍ୟରେ ଆକାଂକ୍ଷା ଜିଲ୍ଲା ପ୍ରକଳ୍ପ- କୃଷି ଉନ୍ନତି କାର୍ଯ୍ୟକ୍ରମ, ରାୟଗଡ଼ା ଏକ ଅଂଶ ଭାବରେ ଏକ ଦିବସୀୟ ମାଷ୍ଟର ଟ୍ରେନର ପ୍ରଶିକ୍ଷଣ ଶିବିର ଚଳିତ ରବି ଋତୁ ନିମନ୍ତେ ଜଳ ବିଭଜିକା କାର୍ଯ୍ୟାଳୟର କନ୍ଫରେନ୍‌ସ ହଲ ଠାରେ ଅନୁଷ୍ଠିତ ହୋଇଥିଲା ।WhatsApp Image 2022 11 02 at 20.01.49 ଆଇ.ଟି.ସି ଓ ମାସ ର ସହଭାଗିତାରେ ଏକ ଦିବସୀୟ ମାଷ୍ଟର ଟ୍ରେନର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଆଇ.ଟି.ସି ଓ ମାସ ର ସହଭାଗିତାରେ ଏକ ଦିବସୀୟ ମାଷ୍ଟର ଟ୍ରେନର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ରାମ ଚନ୍ଦ୍ର ଦାସ, ପ୍ରକଳ୍ପ ନିର୍ଦ୍ଦେଶକ ଜଳ ବିଭାଜିକା, ରାୟଗଡ଼ା ଡ. ଶ୍ରୀ ଦୟାନିଧି ବାଗ୍, ଉପ ନିର୍ଦ୍ଦେଶକ ଉଦ୍ୟାନ ବିଭାଗ, ରାୟଗଡ଼ା ଶ୍ରୀ ପତିତ ପାବନ ସାମନ୍ତରାୟ, ସହକାରୀ ମତ୍ସ୍ୟ ଅଧିକାରୀ, ରାୟଗଡ଼ା ଶ୍ରୀ ଜ୍ଞାନ ରଞ୍ଜନ ସେଠୀ, କୃଷି ବିଭାଗ – ସ୍ଟାଟିଷ୍ଟିକ, ରାୟଗଡ଼ା ଜିଲ୍ଲା କୃଷି ଅଧିକାରୀ ଗୁଣପୁର, ମୁନିଗୁଡ଼ା ଏବଂ ରାୟଗଡା, ସମସ୍ତ ବ୍ଲକ ସହକାରୀ କୃଷି ଅଧିକାରୀ, ଆତ୍ମା ପ୍ରକଳ୍ପର ବ୍ଲକ ଟେକନୋଲୋଜି ମ୍ୟାନେଜର ଏବଂ ଏ. ଡ଼ି.ଏ ମୃତ୍ତିକା ଲାବୋରେଟୋରୀ ବିଭାଗର ମୁଖ୍ୟ ଉପସ୍ଥିତ ରହିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ପ୍ରଶିକ୍ଷକ ଭାବରେ ଶ୍ରୀ ରାଜୀବ କୁମାର ଟୁଡୁ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଚଳିତ ରବି ଋତୁରେ ଡାଲି ଏବଂ ତୈଳବିଜ ଜାତୀୟ ଫସଲ (ଯଥାକ୍ରମେ ବିରି, ମୁଗ, ସୂର୍ଯ୍ୟମୁଖୀ) ଚାଷରେ କମ୍ ଖର୍ଚ୍ଚରେ ଅଧିକ ଆୟ ସହ ଚାଷୀମାନେ କିପରି ଲାଭବାନ ହେବେ; ସେହି ପରିପ୍ରେକ୍ଷୀରେ ଆଇ.ଟି.ସି – ମିଶନ ସୁନହେରା କାଲ, ମାନବ ଅଧିକାର ସେବା ସମିତି (MASS) ଏବଂ କୃଷି ବିଜ୍ଞାନ କେନ୍ଦ୍ରର ସହଭାଗିତାରେ ପ୍ରସ୍ତୁତ ହୋଇଥିବା ମଡ୍ୟୁଲ ଦ୍ୱାରା ମାଷ୍ଟର ଟ୍ରେନର ମାନଙ୍କୁ ପ୍ରଶିକ୍ଷଣ କରାଯାଇଥିଲା। ଏଥିରେ ମାନବ ଅଧିକାର ସେବା ସମିତି (MASS) ର କର୍ମକର୍ତ୍ତା ମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସୂଚାରୁ ଭାବରେ ପରିଚାଳନା କରିଥିଲେ । ପରିଶେଷରେ ପ୍ରକଳ୍ପ ସଂଯୋଜକ ଶ୍ରୀ କିରଣ କୁମାର ଦାଶ ଏବଂ ଜିଲ୍ଲା ସଂଯୋଜକ ଶ୍ରୀ ସୁଦିପ୍ କୁମାର ସାହୁ ଧନ୍ୟବାଦ୍ ଜଣାଇ କାର୍ଯ୍ୟକ୍ରମକୁ ଶେଷ କରିଥିଲେ ।