Friday, March 29, 2024

Top 5 This Week

Related Posts

ଗଞେଇ ବେପାରୀ ସହ ଯୁବକ ଗିରଫ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୦୨/୧୧) : ବଲାଙ୍ଗୀର ଜିଲ୍ଲାର ତୁଷୁରା ପୋଲିସ ପକ୍ଷରୁ ଦୁଇଟି ସ୍ଥାନରେ ଚଢାଉ କରି ପ୍ରାୟ ୮ କେଜି ୩ ଶହ ଗ୍ରାମ ଗଞ୍ଜେଇ ଜବତ ସହ ଏକ ବକ୍ସର ବାଇକ ନମ୍ବର OD- 03- T- 3773 ଓ ଗଞେଇ ବେପାରୀ କୁ ଗିରଫ କରାଯାଇଥିବା ତୁଷୁରା ଥାନାଧିକାରୀ ସଞ୍ଜୀବ ପ୍ରଧାନ ପ୍ରକାଶ କରିଛନ୍ତି ।WhatsApp Image 2022 11 02 at 18.35.31 ଗଞେଇ ବେପାରୀ ସହ ଯୁବକ ଗିରଫ

ପ୍ରାପ୍ତ ସୂଚନା ମୁତାବକ ଗୁଡ଼ଭେଲା ବ୍ଳକ ଅନ୍ତର୍ଗତ ବିରାମୁଣ୍ଡା ଗ୍ରାମ ପାଖରେ ଛକ ଠାରେ ଗଞ୍ଜେଇ ଜବତ ସହ ବାଇକ ଓ ଜଣେ ଯୁବକ ଗିରଫ ବିହାର ରାଜ୍ୟ ଭିତଆ ଥାନା ଅନ୍ତର୍ଗତ ରୂପାହିତାଣ୍ଡା ଗ୍ରାମର ୨୭ ବର୍ଷୀୟ ଭାନୁ ଚୌଧୁରୀ ବସକୁ ଅପେକ୍ଷା କରୁଥିବା ବେଳେ ପୋଲିସ ଉକ୍ତ ଯୁବକକୁ ସନ୍ଦେହ କରି ବ୍ୟାଗ ଯାଞ୍ଚ କରିଥିବା ବେଳେ ଗଞେଇ ବେପାରୀ ର ବ୍ୟାଗ ଭିତରୁ ୩ କେଜି ଏକ ଶହ ଗ୍ରାମ ଗେଞ୍ଜଇ ଜବତ କରିଥିଲା । ସେହିପରି ଧାନଘରା-କପସିଲା ରାସ୍ତାରେ ଦୁଇ ଜଣ ଯୁବକ ଏକ ବକ୍ସର ବାଇକରେ ଆସୁଥିବା ବେଳେ ପୋଲିସକୁ ଦେଖି ବାଇକ ଛାଡି ଫେରାର ମାରିଥିଲେ । ଉକ୍ତ ବାଇକରୁ ୫ କେଜି ୨ ଶହ ଗ୍ରାମ ଗଞ୍ଜେଇ ମିଳିଥିଲା । ତୁଷୁରା ତହସିଲଦାର ରବିନ୍ଦ୍ର କୁମାର ପଟେଲଙ୍କ ଉପସ୍ଥିତରେ ଗଞ୍ଜେଇ ଓଜନ କରାଯାଇଥିଲା ।

Popular Articles