ଗନ୍ଧମାର୍ଦ୍ଦନ ପାହାଡ଼ରେ ମାଓବାଦୀଙ୍କ ଟ୍ରେନିଂ କ୍ୟାମ୍ପ ଠାବ

ରିପୋର୍ଟ: ଭୋଜରାଜ ବରିହା
ଖପ୍ରାଖୋଲ(୦୫/୧୦): ବଲାଙ୍ଗିର ଜିଲ୍ଲା ଖପ୍ରାଖୋଳ ବ୍ଳକ ହରିଶଙ୍କର ଗନ୍ଧମାର୍ଦ୍ଦନ ପାହାଡ଼ରେ ମାଓବାଦୀ କ୍ୟାମ୍ପ ଠାବ କରାଯାଇଛି। ଘଟଣାସ୍ଥଳରେ ନକ୍ସଲ ସାମଗ୍ରୀ ଜବତ କରାଯାଇଛି ।

ହରିଶଙ୍କର ନିକଟ ଗନ୍ଧମାର୍ଦ୍ଦନ ପାହାଡ଼ରେ ମାଓବାଦୀ କ୍ୟାମ୍ପ ଚାଲିଥିବା ଖବର ମିଳିଥିଲା । ଆଜି ଏସ୍ଓଜି ଟିମ୍ ସେହି ଅଞ୍ଚଳରେ ଚଢ଼ଉ କରିଥିଲା । ସୂଚନା ପାଇ ମାଓବାଦୀ ସେଠାରୁ ପଳାଇଯାଇଥିଲେ । ପୋଲିସ୍ ନକ୍ସଲ ସାମଗ୍ରୀ ଜବତ କରିଥିଲା । ଗନ୍ଧମାର୍ଦ୍ଦନ ପାହାଡ଼ରେ ନକ୍ସଲଙ୍କ ପାଠଶାଳା ଚାଲିଥିବା ତଥା ନକ୍ସଲମାନଙ୍କୁ ଟ୍ରେନିଂ ଦିଆଯାଉଥିବା ଜଣାପଡ଼ିଛି |

Comments are closed.