ଦଳିତ ସମାଜର ଆତଙ୍କରାଜ, ଗ୍ରାମବାସୀ ପ୍ରଶାସନର ଦ୍ୱାରସ୍ଥ

ରିପୋର୍ଟ: ନିରୋଜ କୁମାର ପାଣି
ପାଇକମାଳ(୦୫/୧୦): ପାଇକମାଳ ଥାନା ଅନ୍ତର୍ଗତ ରସମୁଣ୍ଡା ଗାଁରେ ଗତ ସନ୍ଧ୍ୟାରେ ହୋଇଥିବା ଘଟଣା କିଛି ଖବରକାଗଜ ଓ ସୋସିଆଲ ମେଡିଆରେ ଦେଖିବାକୁ ମିଳିଛି |

ଗାଁରେ ସମସ୍ତଙ୍କ ଗହଣରେ ଏବଂ ଗାଁ ବୈଠକର ସମସ୍ତ ରେଜିଲ୍ୟୁସନ ଓ ଥାନାକୁ ଦିଆଯାଇଥିବା ବିଭିନ୍ନ ଏତଲା କୁ ଦେଖି ତଦନ୍ତ ଓ ଅନୁସନ୍ଧାନ ରୁ ସ୍ପଷ୍ଟ ଭାବରେ ଜଣାଯାଉଛି ଯେ ରସମୁଣ୍ଡା ଗାଁରେ ବାସ କରୁଥିବା ଶ୍ରୀ ଶାନ୍ତି ସୁନା ଓ ତାର ତିନି ପୁଅ ଏସସି ଏସଟି ଆଟ୍ରୋସିଟି ଓ ଦଳିତ ସମାଜର ସହଯୋଗ କ୍ରମେ ଗାଁରେ ପାଞ୍ଚରୁ ଅଧିକ ଅସାମାଜିକ /ଅମାନୁଷିକ କାମ କରିବା ସହ ଦୁର୍ନୀତି ଓ ଗଣ୍ଡଗୋଳ ଭିଆଇ ଥିବା ସ୍ପଷ୍ଟ ହେଉଛି |

ଏମିତିକି ଗତ ତା ୧୩.୧୨.୨୦୧୮ରିଖରେ ଧୁବଲ ମଳିକ ସହ ଗଣ୍ଡଗୋଳ, ତା ୨୦.୧୨.୨୦୧୮ରିଖ ରେ ଓ ତା୧୨.୦୧.୨୦୧୯ରିଖ ରେ ପୃଥକ ପୃଥକ ଗଣ୍ଡଗୋଳ ପରମାନନ୍ଦ ବାଙ୍ଗଙ୍କ ସହ କରିଛନ୍ତି | ୦୪.୦୧.୨୦୧୯ରେ ଶ୍ରାବଣୀ କୁ ବଳାତ୍କାର ଉଦ୍ୟମ କରିଛନ୍ତି | ତା ୦୩.୧୦.୨୦୧୯ରିଖ ରେ ଗାଁର ୱାର୍ଡ ସଭ୍ୟ ଙ୍କୁ ଓ ଟିକେସନ ଵୃହଙ୍କ ଘର ଉପରେ ଅସ୍ତ୍ରଶସ୍ତ୍ର ଓ ମାରଣାସ୍ତ୍ର ସହ ଆକ୍ରମଣ ପୁଣି ତା୦୪.୧୦.୨୦୧୯ରିଖ ରେ ତରଣୀ ମଲ୍ଲିକ କୁ ଲୁହଛଡ଼ ଓ ଭୁଜାଲି ରେ ଆକ୍ରମଣ କରିଛନ୍ତି | ଗ୍ରାମବାସୀ ବାରମ୍ବାର ଥାନା ଏସଡ଼ିପିଓ ପଦ୍ମପୁରଙ୍କ ଦ୍ୱାରସ୍ଥ ହେଉଥିଲେ ମଧ୍ୟ ଏ ଯାଏ କିଛି ସମାଧାନ ବା ସନ୍ତୋଷଜନକ ନିଷ୍ପତ୍ତି ପାଇପାରୁନାହାନ୍ତି | ଏ ସବୁ କାଗଜଟିକୁ ଲକ୍ଷ କଲେ ଶାନ୍ତିଲଳଶୂନ ଓ ତାର ତିନି ପୁଅ ଦୁର୍ବୁତ୍ତ ଓ ଅମାନୁଷିକ କାର୍ଯ୍ୟକଳାପ ରେ ଲିପ୍ତ ରହୁଛନ୍ତି |

ଏପରିକି ଗାଁ ପୋଖରୀରେ ଗାଧୋଉଥିବା ଝିଅ ବୋହୁଙ୍କ ଫଟୋ ମୋବାଇଲରେ ଭର୍ତ୍ତି କରୁଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରୁଛନ୍ତି | ଏ ବିଷୟରେ ପରିବାରର କେଶ ରେକର୍ଡ ଥାନାରେ ଖୋଜିଲେ ଘଟଣାଟି ନିଶ୍ଚୟ ପଦାକୁ ଆସିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି |

Comments are closed.