୨୪ ଘଣ୍ଟା ବଦଳରେ ୮ଘଣ୍ଟା କାର୍ଯ୍ୟ କରିବା ଓ ବିଦ୍ୟାଳୟ ପରିଚାଳନା କମିଟିରୁ ବାଦ ଦେବା ଦାବୀ ନିମନ୍ତେ ଦାବିପତ୍ର ପ୍ରଦାନ

ରିପୋର୍ଟ: ପ୍ରଦୀପ କୁମାର ପାତ୍ର
ଗୁଣୁପୁର(୦୫/୧୦): ଗତ ତା.୨୬/୦୯/୨୦୧୯ରିଖ ଦିନ ମୟୁରଭଞ୍ଜ ଜିଲ୍ଲାର ହାତିବ।ଡି ଉଚ୍ଚବ।ଳିକା ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି, ନବମ ଶ୍ରେଣୀର ଛାତ୍ରୀର ମୃତ୍ୟୁ ଘଟିଥିବ। ପ୍ରତିବାଦରେ ର।ୟଗଡା ଜିଲ୍ଲାର ସମସ୍ତ ଆଦିବାସୀ ଉନ୍ନୟନ ବିଭାଗର ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ।

ଏହି ଛାତ୍ରୀର ମୃତ୍ୟୁ ଘଟଣା ପରେ ରାୟଗଡା ଜିଲ୍ଲାର ଆଦିବାସୀ ସ୍କୂଲର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ୨୪ ଘଣ୍ଟା ବଦଳରେ ୮ଘଣ୍ଟା କାର୍ଯ୍ୟ କରିବା ଓ ବିଦ୍ୟାଳୟ ପରିଚାଳନା କମିଟିରୁ ବାଦ ଦେବା ଦାବୀ ପୁରଣ କରିବା ପାଇଁ କଳା ବ୍ୟାଜ ପରିଧାନ କରି ରାଜ୍ୟ ସରକାରଙ୍କ ବିରୋଧରେ ଏହି ଦାବୀ ରଖିଛନ୍ତି । ପରିଚାଳନା ଦାୟିତ୍ୱରୁ ମୁକ୍ତି ଦେଲେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପିଲାଙ୍କର ଗୁଣାତ୍ମକ ପାଠ ପଢା ପ୍ରତି କେନ୍ଦ୍ରୀଭୁତ କରିପାରିବେ । ତେଣୁ ଯଦି ରାଜ୍ୟ ସରକାର ଏହି ଦାବି ପୂରଣ ନ କରନ୍ତି ତେବେ ଆଗାମୀ ଦିନରେ ସ୍କୂଲ ବନ୍ଦ କରି ରାଜରାସ୍ତାକୁ ଓଲ୍ହାଇବାକୁ ଚେତାଵନୀ ଦେଇଛନ୍ତି ।

Comments are closed.