Friday, March 29, 2024

Top 5 This Week

Related Posts

ରାୟଗଡ଼ା-ଜିଲ୍ଲା ପ୍ରଶାସନ ତରଫରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

ରିପୋର୍ଟ :ଗୋପୀନାଥ ଗୌଡ଼
ରାୟଗଡ଼ା, (୧/୧୧) : ଦୁର୍ନୀତି ନିବାରଣ ସପ୍ତାହ ଆରମ୍ଭ ହୋଇଥିବା ବେଳେ ରାୟଗଡ଼ା-ଜିଲ୍ଲା ପ୍ରଶାସନ ତରଫରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି ।   WhatsApp Image 2022 11 02 at 19.12.22 ରାୟଗଡ଼ା-ଜିଲ୍ଲା ପ୍ରଶାସନ ତରଫରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

ରାୟଗଡ଼ା-ଜିଲ୍ଲା ପ୍ରଶାସନ ତରଫରୁ ଭିଜିଲାନ୍ସ ସପ୍ତାହ ପାଳିତ । ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସ୍ଵଧାଦେବ ସିଂ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି ଯୋଗ ଦେଇଥିବା ବେଳେ ଏସପି ବିବେକାନନ୍ଦ ଶର୍ମା, ମୁନିସିପାଲିଟି ଅଧ୍ୟକ୍ଷ ମହେଶ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ଭିଜିଲାନ୍ସ ଏସପି ସୁରେନ୍ଦ୍ରନାଥ ପାଣିଗ୍ରାହୀ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ରବିନାରାୟଣ ତ୍ରିପାଠୀ, ମୁଖ୍ୟ ବକ୍ତା ଭାବେ ସରକାରୀ ଓକିଲ ବ୍ରଜସୁନ୍ଦର ନାୟକ, ସମ୍ମାନିତ ବକ୍ତା ଭାବେ ରାୟଗଡ଼ା ମହାବିଦ୍ୟାଳୟ ର ଅଧ୍ୟାପିକା ବବିଲତା ଶ୍ରଫ ପ୍ରମୁଖ ଯୋଗଦାନ କରି ଭାରତ ଭଳି ବିରାଟ ଗଣତାନ୍ତ୍ରିକ ଦେଶରେ ଦୁର୍ନୀତି ଏକ ବଡ ବ୍ୟାଧି ଏବଂ ଏହାରି ବିରୋଧରେ ସମାଜର ସବୁସ୍ଥରରୁ ସଙ୍ଗଠିତ ହୋଇ ସଂଗ୍ରାମ କଲେ ଦେଶ ଆଗକୁ ଯିବ ବୋଲି ମତଦେଇଥିଲେ ।

ସମେତ ବରିଷ୍ଠ ଅଧିକାରୀ, ବିଭିନ୍ନ ସଙ୍ଗଠନ କର୍ମକର୍ତ୍ତା, ସ୍ୱୟଂ ସହାୟିକା ମହିଳା, ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ସ୍ଥାନୀୟ ଗଜପତି ଛକ ଠାରୁ ଏକ ସଚେତନତା ଶୋଭାଯାତ୍ରା ବାହାରିଥିଲା । ଶୋଭାଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସ୍ଥାନୀୟ ରାୟଗଡ଼ା ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ ଓ ଆଇଟିଆଇ ଆଦି ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ଯୋଗଦାନ କରି ଦୁର୍ନୀତି ବିରୋଧରେ ସଚେତନତା ମୂଳକ ସ୍ଲୋଗାନ ଦେଇ ଗଜପତି ଛାଜରୁ ସ୍ଥାନୀୟ ସଂସ୍କୃତି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ ।   WhatsApp Image 2022 11 02 at 19.12.24 ରାୟଗଡ଼ା-ଜିଲ୍ଲା ପ୍ରଶାସନ ତରଫରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

ବୈଠକ ପ୍ରାରମ୍ଭରେ ରାୟଗଡା ଏସପି ଉପସ୍ଥିତ ସଭିଙ୍କୁ ଶପଥ ପାଠ କରାଇଛଥିଲେ । ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ନେଇ ଛାତ୍ରଛାତ୍ରୀ ଙ୍କୁ ନେଇ ଅନୁଷ୍ଠିତ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ଓ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ସଂଘର ସଭାପତି ଓ କର୍ମକର୍ତ୍ତା, ସ୍ଵୟଂ ସାହାୟକ ଗୋଷ୍ଠୀର ସଦସ୍ୟମାନେ, ଜିଲ୍ଲା ସ୍ଥରୀୟ ଅଧିକାରୀ ଆଦି ଯୋଗଦାନ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପ ଆରକ୍ଷୀ ଅଧୀକ୍ଷକ ଦୁର୍ନୀତି ନିବାରଣ ସୁରେନ୍ଦ୍ର ନାଥ ରାୟଗଡ଼ା ରୁ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Popular Articles