Advertisements
Sunday, May 31, 2020
Home Development ଲମତାପୁଟରେ ନୂତନ ବିଡ଼ିଓଙ୍କ ଦାୟିତ୍ଵ ଗ୍ରହଣ

ଲମତାପୁଟରେ ନୂତନ ବିଡ଼ିଓଙ୍କ ଦାୟିତ୍ଵ ଗ୍ରହଣ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ
ଲମତାପୁଟ(୪/୧୦/୧୯): ଲାମତାପୁଟ ବ୍ଲକରେ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବରେ ଶ୍ରୀ ତ୍ରିନାଥ ମାଝି ଆଜି ଦାୟିତ୍ଵ ଗ୍ରହଣ କରିଛନ୍ତି । ପୂର୍ବତନ ବିଡ଼ିଓ ଶ୍ରୀ ସମ୍ୟସର୍ଥକ ମିଷ୍ଟଙ୍କ ବଦଳି ପରେ ଲମତାପୁଟ ତହସିଲଦାର ସ୍ନେହପ୍ରଭା ମାଝୀ ଦାୟିତ୍ଵରେ ଥିଲେ ।

ଶ୍ରୀ ମାଝି ଦାୟିତ୍ୱ ଗ୍ରହଣ କରିବା ପାଇଁ ବ୍ଲକ କର୍ମଚାରୀ ଓ ଜନପ୍ରତିନିଧି ମାନେ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରିଥିଲେ । ଶ୍ରୀ ମାଝୀ କହିଛନ୍ତି ଯେ ସର୍ବପ୍ରଥମେ ଲମତାପୁଟ ବ୍ଲକ ବିକାଶ ଦିଗରେ ଅଗ୍ରାଧିକାର ଦିଆଯିବ । ସରକାରୀ ଯୋଜନାକୁ ଅଞ୍ଚଳବାସୀ ଯେପରି ଅଧିକରୁ ଅଧିକ ଉପକୃତ ହୋଇପାରିବେ ସେ ଦିଗରେ ଗୁରୁତ୍ବ ଦିଆଯିବ ଓ ସମସ୍ତଙ୍କ ସହଯୋଗ ମିଳିଲେ ସମସ୍ୟାର ସମାଧାନ ହୋଇପାରିବ ବୋଲି ପ୍ରକାଶ କରିଛନ୍ତି । ଏହି ଅବସରରେ ବ୍ଲକ ଅଧକ୍ଷ ଲକ୍ଷ୍ମୀ କୁମାରୀ ହନ୍ତାଳ, ଉପାଧ୍ୟକ୍ଷ ଘାସି ମାଣ୍ଡି ବ୍ଲକ ସଭାପତି ଶ୍ୟାମସୁନ୍ଦର ନାୟକ ବିଧାୟକ ପ୍ରତିନିଧି ଧନୁର୍ ଜୟ ଦାର୍ଲି, ଜିଲ୍ଲା ଓବିସି ସେଲ୍ ସଭାପତି ସୁନାଧର ଆଡାରିଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜିଲା ବିଜେଡି ସଭାପତି ଓ ହସ୍ତତନ୍ତ ମନ୍ତ୍ରୀଙ୍କ ସହ ପଟାଙ୍ଗି ଓ କୋରାପୁଟ,ଲୋଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ବନ୍ଧୁଗାଁ ଗସ୍ତ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୨୭:୫:୨୦): କୋରାପୁଟ ଜିଲାର ବନ୍ଧୁଗାଁ ବ୍ଲକ ଠାରେ ରହିଥିବା କରନା ଭାଇରସ ରୋଗ ବିଷୟରେ ଅଞ୍ଚଳରେ ତଦାରଖ ଓ ସମୀକ୍ଷା କରିବା...

ଭାରତୀୟ ଯୁବ ମୋର୍ଚ୍ଚା ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୩୦/୦୫): ସମଗ୍ର ବିଶ୍ୱକୁ କରୋନା ଭୁତାଣୁ ପାଇଁ ପ୍ରଭାବିତ ଥିବା ବେଳେ ପଦ୍ମପୁର ଭାରତୀୟ ଜନତା ଯୁବମୋର୍ଚା ତରଫରୁ ଲଗାତାର ରକ୍ତଦାନ...

ବୁକୁରାମୁଣ୍ଡା ଠାରେ କରୋନା ଯୋଦ୍ଧାଙ୍କୁ ସମ୍ମାନ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୩୦/୫): ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭୁତାଣୁ କୋବିଡ଼-୧୯ ନିଜର କାୟା ବିସ୍ତାର କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ...

ଜାମସେଠ ଓ ଟେମରୀ ଗ୍ରାମରେ ବନ୍ଦେ ଉତ୍କଳ ଜନନୀ ଗାନ କରି କରୋନା ଯୋଦ୍ଧାଙ୍କୁ ସମ୍ମାନ

ରିପୋର୍ଟ: ନିରୋଜ କୁମାର ପାଣି //ପାଇକମାଳ,୩୦/୫: କୋଭିଡ ଯୋଦ୍ଧାଙ୍କୁ ସମାନ ଜଣାଇ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ କ୍ରମେ ପାଇକମାଳ ଜାମସେଠ ଗ୍ରାମ ପଞ୍ଚାୟତରେ ସରପଞ୍ଚ ରମ୍ଭା ତାଣ୍ଡିଙ୍କ...

Recent Comments

%d bloggers like this: