ଲୋକଙ୍କ ୠଣ କିସ୍ତି ଟଙ୍କା ଚଲୁ କରିଥିବା ରୁ କୋକସରା ପୁଲିସ ଦ୍ୱାରା କୋର୍ଟ ଚାଲାଣ

0
270
ଲୋକଙ୍କ ୠଣ

ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି, (୦୨/୧୧) : ଲୋକଙ୍କ ୠଣ କିସ୍ତି ଟଙ୍କା ଓ ହିତାଧିକାରୀଙ୍କ ଅଜାଣତରେ ଋଣ ଉଠେଇ ପ୍ରାୟ ୧୧ ଲକ୍ଷ ଟଙ୍କା ଚଲୁ କରିଥିବା ଅଭିଯୋଗରେ ଘରୋଇ କମ୍ପାନୀରେ ପୂର୍ବରୁ ଥିବା ଜଣେ କ୍ଷେତ୍ର ସହାୟକ ଙ୍କୁ ଗିରଫ କରି କୋକସରା ପୁଲିସ ସୋମବାର କୋର୍ଟ ଚାଲାଣ କରିଛି । 

ଲୋକଙ୍କ ୠଣ କିସ୍ତି ଟଙ୍କା ଚଲୁ କରିଥିବା ରୁ କୋକସରା ପୁଲିସ ଦ୍ୱାରା କୋର୍ଟ ଚାଲାଣ ହୋଇଥିବା ଯୁବକ ଜଣକ ହେଲେ ଧର୍ମଗଡ଼ ଥାନା କିର୍କାକାନୀ ଗ୍ରାମର ରାକେଶ ଦୁର୍ଗା (୨୮) । ପୁଲିସ ସୂଚନା ଅନୁସାରେ, ଭାରତ ଫାଇନାନ୍ସ ନାମକ ଏକ ଘରୋଇ ଅର୍ଥ ପ୍ରଦାନକାରୀ ସଂସ୍ଥା କୋକସରା ଶାଖାରେ ପୂର୍ବରୁ ଥିବା କ୍ଷେତ୍ର ସହାୟକ ରାକେଶ ଦୁର୍ଗା ହିତାଧିକାରୀଙ୍କ ୠଣ ର କିସ୍ତି ଟଙ୍କା ସହ ତାଙ୍କ ଅଜାଣତରେ ୬୭ ଜଣଙ୍କ ନାଁରେ ଋଣ ଉଠେଇ ପ୍ରାୟ ୧୧ ଲକ୍ଷ ୧୯ ହଜାର ୫୩୦ ଟଙ୍କା ଚାଲୁ କରିଥିବା ନେଇ କୋକସରା ଥାନାରେ ୨୯ ତାରିଖରେ ଭାରତ ଫାଇନାନ୍ସ କମ୍ପାନୀର ୟୁନିଟ୍ ମ୍ୟାନେଜର ଶଶୀଭୂଷଣ ସାହୁ ଅଭିଯୋଗ କରିଥିଲେ ।

କ୍ଷେତ୍ର ସହାୟକ ଭାବରେ ଥିବା ରାକେଶ କୋକସରା ଅଞ୍ଚଳର ଅନେକ ଲୋକଙ୍କୁ ପ୍ରଥମେ ଋଣ କରେଇ ଦେଇଥିଲେ । ଋଣ ପାଇବା ପରେ ହିତାଧିକାରୀମାନେ ମଧ୍ୟ ନିୟମିତ ସାପ୍ତାହିକ ଭାବରେ ଋଣର କିସ୍ତି ଦେଇ ଆସୁଥିଲେ । ରାକେଶ ମଧ୍ୟ ସେମାନଙ୍କ ଠାରୁ ଋଣ କିସ୍ତି ଟଙ୍କା ସଂଗ୍ରହ କରି ଠିକ୍ ଭାବରେ ପୈଠକରି ଆସୁଥିଲେ ।

ହେଲେ ଋଣ ନେଇଥିବା କିଛି ହିତାଧିକାରୀ ନିଜ ପାଖରେ ଟଙ୍କା ହେବାପରେ ଏକ କାଳିନ ଋଣ ଟଙ୍କା ପୈଠ କରି ଋଣ ବନ୍ଦ କରିବାକୁ ରାକେଶ କୁ ଟଙ୍କା ଦେଇଥିଲେ । କିନ୍ତୁ ହିତାଧିକାରୀ ଙ୍କ ୠଣ ଟଙ୍କା କୁ ରାକେଶ ଏକ କାଳିନ ଭାବେ ପୈଠ ନକରି ସେହି ଟଙ୍କା କୁ ନିଜ ପାଖରେ ରଖି ଦେଉଥିଲେ। ଏଥି ସହିତ ହିତାଧିକାରୀ ଙ୍କୁ ଋଣ ସରିଥିବା ନେଇ ବିଶ୍ୱାସ ଜନ୍ମେଇଥିଲେ । ରାକେଶ ଋଣ ବନ୍ଦ କରିବା ପରିବର୍ତ୍ତେ ସପ୍ତାହିକ ଭାବରେ ହିତାଧିକାରୀଙ୍କ ୠଣ ଟଙ୍କା ଜମାକରୀ ଆସୁଥିଲେ ।

ଏହା ବ୍ୟତୀତ ଋଣ ସରିଥିବା କିଛି ହିତାଧିକାରୀଙ୍କ ପୂର୍ବରୁ ଋଣ ପାଇଁ ନେଇଥିବା କାଗଜପତ୍ର କୁ ବ୍ୟବହାର କରି ତାଙ୍କ ଅଜାଣତରେ ତତ୍କାଳ ଋଣ ଆବେଦନ କରି ହିତାଧିକାରୀଙ୍କ ଟଙ୍କା କୁ ଉଠାଣ କରି କୈଶଲ କ୍ରମେ ନିଜ ରଖି ଦେଉଥିଲେ । କମ୍ପାନୀ କୁ ସନ୍ଦେହ ଯେମିତି ନହେବ ସେଥିପାଇଁ ସେ ସାପ୍ତାହିକ ଭାବରେ ଋଣ କିସ୍ତି ଟଙ୍କା ମଧ୍ୟ ପୈଠକରି ଚାଲିଥିଲେ । ଯେତେବେଳେ ନିଜ ପାଖରେ ଲକ୍ଷାଧିକ ଟଙ୍କା ହୋଇଥିଲା ସେତେବେଳେ ଅତି ଚତୁରତାର ସହ ଚାକିରୀ ଛାଡ଼ିଦେଇ ଥିଲେ ।

ଅନ୍ୟପଟେ ନିୟମିତ ଭାବେ ୠଣ ଟଙ୍କା ପୈଠ ହୋଇଆସୁ ଥିବାରୁ ଶାଖା ପ୍ରବନ୍ଧକ ମଧ୍ୟ କିଛି ଜାଣିପାରି ନଥିଲେ । ତେବେ ଋଣ ପ୍ରଦାନର ସପ୍ତାହ ପରେ କ୍ଷେତ୍ର ପରିଦର୍ଶନ କଲା ପରେ ହିତାଧିକାରୀ ମାନେ ପୁଣି ଥରେ ଋଣ ଉଠାଣ କରି ନଥିବା ଘଟଣା ଜଣାପଡିଥିଲା । ଏହା ପରେ କୋକସରା ଶାଖ ପ୍ରବନ୍ଧକ ହିମାଂଶୁ ନିଆଲ କାଗଜପତ୍ର ଯାଞ୍ଚ କରି ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ । ପରେ କମ୍ପାନୀର ୟୁନିଟ୍ ମ୍ୟାନେଜର କୋକସରା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗ ପରେ କୋକସରା ପୁଲିସ ଯୁବକ ରାକେଶ ଦୁର୍ଗା ଠାରୁ ୨ ଟି ପାସବୁକ୍ ଓ ଗୋଟିଏ ମୋବାଇଲ ଜବତ କରିବା ସହ ଥାନାରେ ଏକ ମାମଲା ରୁଜ୍ଜୁ କରି ତାଙ୍କୁ ଗିରଫ କରି ତଦନ୍ତ ଆରମ୍ଭ ଥିଲେ । ସୋମବାର ଯୁବକ ରାକେଶ ଦୁର୍ଗା କୁ କୋର୍ଟ ଚାଲାଣ କରାଯାଇଥିବା କୋକସରା ଥାନା ଅଧିକାରୀ ପ୍ରଶନ୍ନ ବେହେରା ସୂଚନା ଦେଇଛନ୍ତି । ତେବେ ଜାମିନ ନାମଞ୍ଜୁର ହେବାରୁ ଯୁବକ କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି ।