ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ପରିବେଶ ପାର୍କ ଏବଂ ପାଣ୍ଠି ବିନିଯୋଗ ନେଇ ସମୀକ୍ଷା

0
130
ପଶ୍ଚିମ ଓଡ଼ିଶା ବିକାଶ ପରିଷଦ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୦୨/୧୧) : ଆଜି ପୂର୍ବାହ୍ନରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅସିତ ତ୍ରିପାଠୀ, ମୁଖ୍ୟ କାର୍ଯ୍ୟନିର୍ବାହୀ ଡଃ. ଅଜିତ କୁମାର ମିଶ୍ର ଏବଂ ବୈଷୟିକ ପରାମର୍ଶଦାତା ଶ୍ରୀଯୁକ୍ତ ସୁନିଲ କୁମାର ନାୟକ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ବୀରନରସିଂହପୁର ସ୍ଥିତ ଯାଯାବରଠାରେ ପହଞ୍ଚିଥିଲେ ।WhatsApp Image 2022 11 01 at 18.16.10 ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ପରିବେଶ ପାର୍କ ଏବଂ ପାଣ୍ଠି ବିନିଯୋଗ ନେଇ ସମୀକ୍ଷା

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ପରିବେଶ ପାର୍କ ଏବଂ ପରିଷଦ ପାଣ୍ଠି ବିନିଯୋଗ ନେଇ ସମୀକ୍ଷା ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିଥି ମାନଙ୍କୁ ସ୍ୱାଗତ କରାଯାଇଥିଲା । ପରେ ଯାଯାବରଠାରେ ଏକ ସମୀକ୍ଷା ବୈଠକରେ ତା.୨୧.୧୦.୨୨ ରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶିଳାନ୍ୟାସ ହୋଇଥିବା ଡବ୍ଲୁଓଡିସି ଇକୋ ପାର୍କ ପାଇଁ ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରାଯାଇଥିଲା । ୧୮ କୋଟିର ଏହି ପ୍ରସ୍ତାବିତ ପ୍ରକଳ୍ପ ପାଇଁ ୪ କୋଟି ଟଙ୍କା ରାଜ୍ୟ ସରକାର ମଞ୍ଜୁର କରିଥିବାବେଳେ ବର୍ତ୍ତମାନ ୨ କୋଟି ଟଙ୍କା ଯୋଗାଇଦିଆଯାଇଛି ଏବଂ ପରବର୍ତ୍ତି ସମୟରେ ଆଉ ୨ କୋଟି ଟଙ୍କା ପ୍ରଦାନ କରାଯିବ । ଏହାର ଦାୟିତ୍ୱ ଜିଲ୍ଲାପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ପ୍ରକଳ୍ପର କାର୍ଯ୍ୟ ଜିଲ୍ଲା ବନଖଣ୍ଡ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଞ୍ଚାୟତ ସମିତି ହରଭଙ୍ଗାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହେବ ।

ଏଥିରେ ସ୍ଥାନୀୟ ଜନପ୍ରତିନିଧି, ମହିଳା ସ୍ୱୟଂସହାୟିକା ଗୋଷ୍ଠୀଙ୍କୁ ମଧ୍ୟ ସାମିଲ କରାଯାଇଛି । ଆଗାମୀ ଦିନରେ ଏହା ଏକ ସୁନ୍ଦର ପ୍ରକଳ୍ପ ଭାବରେ ବିକଶିତ ହେବାକୁ ଯାଉଅଛି । ଏହି ପରିବେଶ ପାର୍କକୁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ଭଳି ବ୍ୟବସ୍ଥା କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ଏହା ବ୍ୟତୀତ ବନ୍ୟ ଜନ୍ତୁଙ୍କ ଉଦ୍ଧାର ତଥା ସଂରକ୍ଷଣ କେନ୍ଦ୍ର, ପକ୍ଷୀ ପାର୍କ, ନୂଆପଡା ଡ୍ୟାମରେ ନୌକା ବିହାର, ସଫାରୀ, କାଫେଟୋରିଆ, ୟୋଗା ଉଦ୍ୟାନ, ବଟରଫ୍ଲାଏ ଉଦ୍ୟାନ, ଜଙ୍ଗଲ ମଧ୍ୟରେ ପ୍ରାକୃତିକ ଶୋଭାରାଜି ଉପଭୋଗ ପାଇଁ ଚଲାପଥ ସୃଷ୍ଟି, ହାଇକିଂ ଟ୍ରାକ୍‌, ଫୁଡକୋର୍ଟ, ଲେଣ୍ଡ ସ୍କେପିଂ, ଶିଶୁ ଉଦ୍ୟାନ ଆଦି ସୃଷ୍ଟି କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି ।

ଆସନ୍ତା ଡିସେମ୍ବର ୩୧ ତାରିଖ ମଧ୍ୟରେ ୧୫ ଜଣ ସ୍ଥାନୀୟ ପୁଅ ଝିଅଙ୍କୁ ଟୁରିଷ୍ଟ ଗାଇଡ ଭାବରେ ପ୍ରଶିକ୍ଷିତ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ଯାଯାବରଠାରେ ଆସନ୍ତା ୧୦ ତାରିଖ ମଧ୍ୟରେ ସ୍ୱୟଂସହାୟିକା ଗୋଷ୍ଠୀ ପକ୍ଷରୁ କାଫେ, ଓମଫେଡ ଓ ବୁଣାକାର ସାମଗ୍ରୀ ବିକ୍ରୟ ଷ୍ଟଲ ଖୋଲାଯାଇ ବିଭିନ୍ନ ସମାଗ୍ରୀର ପ୍ରଦର୍ଶନ ଏବଂ ବିକ୍ରୟ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା ।

ପରେ ପରେ ଜନକଲ୍ୟାଣ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ମା ଗୀତାଞ୍ଜଳୀ ସ୍ୱୟଂ ସହାୟକ ଗୋଷ୍ଠୀ ଖଜୁରିପଡାର ମହିଳା ମାନଙ୍କ ସହିତ ଅଧ୍ୟକ୍ଷ ଓ ଅଧିକାରୀ ମାନଙ୍କ ଆଲୋଚନା ହୋଇଥିଲା । ଅଧ୍ୟକ୍ଷ ଶ୍ରୀଯୁକ୍ତ ତ୍ରିପାଠୀ ସ୍ଥାନୀୟ ଖାଦ୍ୟର ସ୍ୱାତନ୍ତ୍ର‌୍ୟତା ବଜାୟ ରଖି ପରିବେଶ ପାର୍କ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବାକୁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ତ୍ରିପାଠୀ ଓ ଅନ୍ୟ ଅତିଥିମାନେ ଯାଯାବର ପରିସରରେ ବୃକ୍ଷ ରୋପଣ କରିଥିଲେ ।

ଏହି ବୈଠକରେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ, ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର, ଉପନିର୍ଦ୍ଦେଶକ ଡିପିଏମୟୁ ଇ.ସୋରେଙ୍ଗ, ହରଭଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରବିନ୍ଦ୍ର କହଁର, ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅବିନାଶ ପାଣ୍ଡିଆ, ସହକାରୀ ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ପାତ୍ର ଓ ସମ୍ବିତ କୁମାର ବିଶ୍ୱାଳ, କନିଷ୍ଠ ଯନ୍ତ୍ରୀ ଦିବ୍ୟଲୋଚନ ନାଏକ, ଉପାଧ୍ୟକ୍ଷ ହରଭଙ୍ଗା ବ୍ଲକ ସରୋଜ କୁମାର ପ୍ରଧାନ, ରାଧାନଗର ସରପଞ୍ଚ ଗଣେଶ ବେହେରା ଏବଂ ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ପ୍ରମୁଖ ଉପସ୍ଥିତ ଥିଲେ । ସ୍ଥପତି ପାୱାର ପଏଣ୍ଟ ମାଧ୍ୟମରେ ପରିବେଶ ପାର୍କ ନିର୍ମାଣ ସଂପର୍କରେ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ ।