ଟ୍ରାକ୍ଟର ଓ ବୋଲେରୋ ମୁହାଁ ମୁହିଁ ଧକ୍କାରେ ଜଣେ ମୃତ

ରିପୋର୍ଟ: ଡିଳେଶ୍ୱର ବାଗ
ପଦ୍ମପୁର(୦୪/୧୦): ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ବରିକେଲ ଅନ୍ତର୍ଗତ ଲାଲବାହାଦୁର ଶାସ୍ତ୍ରୀ କଲେଜ ଆଗରେ ଆଜି ସନ୍ଧ୍ୟା ୭.୩୦ଟା ସମୟରେ ଏକ ବୋଲେରୋ ଓ ଟ୍ରାକ୍ଟର ମୁହାଁ ମୁହିଁ ଧକ୍କା ହୋଇ ଦୁର୍ଘଟଣା ଘଟିଛି ।

ବୋଲେରୋ ଡ୍ରାଇଭର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି । ମୃତ ବ୍ୟକ୍ତି ଜଣକ ଖଇରାର ସଦାନନ୍ଦ ମେହେର ବୋଲି ଜଣାପଡିଛି । ଟ୍ରାକ୍ଟର ଡ୍ରାଇଭର ବର୍ତ୍ତମାନ ଫେରାର ଥିବା ଜଣାପଡିଛି | ଘଟଣା ସ୍ଥଳରେ ପଦ୍ମପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Comments are closed.