ସାରଙ୍ଗଡ଼ ଠାରେ ବିଜେଡି ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

0
279
ସାରଙ୍ଗଡ଼

ରିପୋର୍ଟ : ବିଭୁତି ଲହରିଆ
ବାଲିଗୁଡା, (୧/୧୧) : ବାଲିଗୁଡା ନିର୍ବାଚନ ମଣ୍ଡଳୀ ର କ.ନୂଆଗାଁ ବ୍ଲକ ସାରଙ୍ଗଡ଼ ଠାରେ ବିଜେଡି ର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଅଛି l

ବାଲିଗୁଡା ବିଧାୟକ ଚକ୍ରମଣି କାହଁର ଙ୍କ ନେତୃତ୍ୱ ରେ ଏକ ବିଶାଳ ପଦ ଯାତ୍ରା ସାରଙ୍ଗଡ଼ କଲେଜ ଛକ ରୁ ବାହାରି ଦଳପଦା ଠାରେ ପହଞ୍ଚିଥିଲା l ବିଜେଡି ର ଏହି ଜନ ସମ୍ପର୍କ ପଦଯାତ୍ରା ରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ଙ୍କ ବାଲିଗୁଡା ପ୍ରତିନିଧି ତଥା ବ୍ଲକ ସଭାପତି ଟୁନା ଦାସ, ସମ୍ମାନୀୟ ଅତିଥି ଭାବେ ବିଜେଡି ଜିଲ୍ଲା ପରିଷଦ ଅଧକ୍ଷା ନନ୍ଦିନୀ ମଳିକ, ବିଜେଡି ଜିଲ୍ଲା ସଭାନେତ୍ରୀ ପୁନମ କହଁର, ତୁମୁଡିବନ୍ଧ ବିଜେଡି ବ୍ଲକ ସଭାପତି ପ୍ରମୋଦ ସାହୁ, ବିଜେଡି ରାଜ୍ୟ ପରିଷଦ ସଦସ୍ୟ କୃଷ୍ଣ ମୋହନ ପାଣିଗ୍ରାହୀ,, କ ନୂଆଗାଁ ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା ଯୋଗ ଦେଇ ରାଜ୍ୟ ସରକାର ଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କ ରେ ପଦଯାତ୍ରା ମାଧ୍ୟମରେ ଜନସାଧାରଣ ଙ୍କୁ ଅବଗତ କରାଇଥିଲେ l

ଏହି ଜନ ସମ୍ପର୍କ ପଦ ଯାତ୍ରା ରେ କ.ନୂଆଗାଁ ବ୍ଲକ ର ୧୪ ଗୋଟି ପଞ୍ଚାୟତ ର ହଜାର ହଜାର ପୁରୁଷ ଓ ମହିଳା କର୍ମୀ ସାମିଲ ହୋଇ ଥିଲେ l ପରେ ଦଳପଦା ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ଆୟୋଜିତ ସାଧାରଣ ସଭାରେ ରାଜ୍ୟ ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ର ସଫଳ ରୂପାୟନ ଓ ତୃଣମୃଳ ସ୍ତରରେ କିପରି ଜନସାଧାରଣ ପ୍ରତିଟି ଯୋଜନା ର ସୁଫଳ ପାଇ ପାରିବେ ସେ ନେଇ ବିଜେଡି ବିଧାୟକ ଚକ୍ରମଣି କହଁର, ସାଂସଦ ପ୍ରତିନିଧି ଟୁନା ଦାସ, ବିଜେଡି ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଳିକ ଉପସ୍ଥିତ ଜନସାଧାରଣ ଙ୍କ ଠାରେ ଉଦବୋଧନ ରଖିଥିଲେ l

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିରନ୍ତର ସେବା ପ୍ରଦାନ ଓ ଯୁଗାନ୍ତକାରୀ ପଦକ୍ଷେପ କୁ ଆଧାର କରି ଜନ୍ମ ଠାରୁ ମୃତ୍ୟୁ ଯାଇଁ ପ୍ରତିଟି ଲୋକାଭିମୁଖୀ ଯୋଜନା ଜନସାଧାରଣ ଙ୍କ ନିକଟରେ ପହଞ୍ଚେଇବା ଏହି ଜନ ସମ୍ପର୍କ ପଦ ଯାତ୍ରା ର ମୂଳ ଉଦେଶ୍ୟ ବୋଲି କହିଛନ୍ତି କନ୍ଧମାଳ ସାଂସଦ ଙ୍କ ବାଲିଗୁଡା ପ୍ରତିନିଧି ଟୁନା ଦାସ l ଏହି ଜନ ସମ୍ପର୍କ ପଦଯାତ୍ରା ରେ ବିଜେଡି ରାଜ୍ୟ ପରିଷଦ ସଦସ୍ୟ କୃଷ୍ଣ ମୋହନ ପାଣିଗ୍ରାହୀ, କ.ନୂଆଗାଁ ବିଜେଡି ବ୍ଲକ ସଭାପତି ବାସୁଦେବ ପଣ୍ଡା, ଜିଲ୍ଲା ପରିଷଦ ଅନିତା ମଳିକ, କ.ନୂଆଗାଁ ବ୍ଲକ ସାଂସଦ ପ୍ରତିନିଧି ସହଦେବ ପାତ୍ର ଙ୍କ ସମେତ ବହୁ ବିଜେଡି କର୍ମୀ ସାମିଲ ହୋଇଥିଲେ l