Friday, March 29, 2024

Top 5 This Week

Related Posts

ହାତୀପଳ ପାଇଁ ବିନିକା ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି !

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୧/୧୧) : ହାତୀପଳ ପାଇଁ ବିନିକା ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି ।

ଗତ କାଲି ବିଳମ୍ବିତ ରାତିରେ ଉଲୁଣ୍ଡା ପଟରୁ ମହାନଦୀ ପାରହୋଇ ୩୫ ଟିକିଆ ହାତୀପଲ ବିନିକା ସହରର ପାପକ୍ଷୟ ଓ ଉର୍ଳେ ଅଞ୍ଚଳକୁ ଆସି ଧାନ ଫସଲକୁ ଦଳିଚକଟି ନଷ୍ଟ କରିଦେଇଛନ୍ତି । ଫଳରେ ଧାରକରଜ କରି ଚାଷ କରିଥିବା ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି । ତୁରନ୍ତ କ୍ଷୟକ୍ଷତିର ଆକଳନ କରି ଚାଷୀ ମାନଙ୍କୁ କ୍ଷତିପୂରଣ ଯୋଗାଇ ଦେବାପାଇ ଚାଷୀମାନେ ଦାବୀ କରିଛନ୍ତି । ଅପରପକ୍ଷରେ ବିନିକା ବନ ବିଭାଗ ରେଞ୍ଜର ଡମ୍ବରୁଧର ପ୍ରଧାନ ଆଜି ଚାଷ ଜମି ପରିଦର୍ଶନ କରିବା ସହ କ୍ଷୟକ୍ଷତିର ଆକଳନ କରିଛନ୍ତି ।

Popular Articles