Related Contents

ସଟ ସର୍କିଟ ଯୋଗୁଁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ, ଜଣେ ଗୁରୁତର

ରିପୋର୍ଟ: ଦେବେନ୍ଦ୍ର ନାୟକ
କାଶୀପୁର(୦୪/୧୦): କାଶୀପୁର ବ୍ଲକ ସଦର ମହକୁମା ସ୍ଥିତ ଗୌଡ଼ ସାହିର ବିଧୁଭୂଷଣ ବାରିକଙ୍କ ଘରେ ସଟ ସର୍କିଟ ଯୋଗୁଁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡିଛି |

ସୂଚନା ଥାଉକି ଯେ ଆଜି ସନ୍ଧ୍ୟାରେ କୌଣସି କାରଣ ବଶତଃ ସଟ ସର୍କିଟ ହୋଇ ତାଙ୍କ ଘରେ ଥିବା କିରାଣୀ ଜିନିଷ ଥିବା ଜାଗାରେ ନିଆଁ ଜୋରରେ ଧରିଥିଲା | ଖବର ପାଇ ସଂଗେ ସଂଗେ ଅଗ୍ନିଶମ ବିଭାଗର ଗାଡି ପହଂଚି ନିଆଁକୁ କାବୁ କରିଥିଲେ | ପରେ ସେହି ଘରେ କାମ କରୁଥିବା ଜଣେ ଯୁବକ ଈଶ୍ୱର ଗୌଡ଼ ଘର ଭିତରେ ରହିଯାଇଥିବା ଫଳରେ ଅଗ୍ନିଶମ ବିଭାଗର ଯବାନ ମାନେ ତାଙ୍କୁ ଉଦ୍ଧାର କରି କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ଉକ୍ତ ଯୁବକ ଜଣକ ବେହୋସ ହୋଇଥିବା ବେଳେ ଗୁରୁତର ହୋଇଥିବା ଜଣାପଡିଛି | ଶ୍ରୀ ବାରିକଙ୍କ କହିବା ଅନୁଯାୟୀ ତାଙ୍କ ଘରର ସମସ୍ତ ଲୁଗାପଟା ସହ ଅନେକ ଯାବତୀୟ ଜିନିଷ ନିଆଁରେ ପୋଡି ପାଉଁଶ ହୋଇଥିବା କହିଛନ୍ତି |

Comments are closed.