ଜି.ଉଦୟଗିରିରେ ବିଶ୍ବ ଅହିଂସା ଦିବସ ପାଳିତ

ରିପୋର୍ଟ: ଜଗଦୀଶ ଦାସ
ଜି.ଉଦୟଗିରି(୦୩/୧୦): ଅଗ୍ରଣୀ ସ୍ବେଛ୍ଛାସେବୀ ଅନୁଷ୍ଠାନ “ସ୍ନେହ” ତରଫରୁ ୦୨.୧୦.୧୯ ତାରିଖ ଦିନ ଜି.ଉଦୟଗିରି ବ୍ଳକ ଅଧିନସ୍ଥ ଲିଙ୍ଗାଗଡ ଗ୍ରାମ ପଞ୍ଚାୟତ ସଭା ଗୃହରେ ବିଶ୍ବ ଅହିଂସା ଦିବସ ପାଳିତ ହୋଇଯାଇଛି ।

ମୂଖ୍ୟ ଅତିଥି ଭାବେ ସସ୍ମିତା ପ୍ରଧାନ (ଲିଙ୍ଗାଗଡ ସରପଞ୍ଚ), ସମ୍ନାନୀୟ ଅତିଥି ଭାବେ ମାନୁଏଲ ନାୟକ(ଗ୍ରାମ୍ୟ ଜଳ ଓ ପରିମଳ ବ୍ଳକ ସଂଯୋଜକ).ସୁରେଶ ପରିଛା(ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ), ଅମର ସିଂ ନାୟକ(ଜିଲ୍ଲା ପରିଷଦ), ବସନ୍ତ ପ୍ରଧାନ (ପୂର୍ବତନ ବ୍ଳକ ଚେୟାରମ୍ୟାନ), ଅବଲାକର ପ୍ରଧାନ, ମହମ୍ମଦ ଜାମିଲଙ୍କ ସହ ଏସ.ଏଚ.ଜି ଗୃପର ମହିଳା ଓ ବହୁ ଶିକ୍ଷାର୍ଥୀ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ସ୍ନେହ ଅନୁଷ୍ଠାନର ସଂଯୋଜକ ବିଜୟ କୁମାର ସାହୁୁ ସ୍ବାଗତ ଭାଷଣ ଦେବା ସହ ଅତିଥି ପରଚୟ କରିଥିଲେ । ତାପରେ ଶିକ୍ଷାର୍ଥୀ ଓ ଉପସ୍ଥିତ ଜନସାଧାରଣଙ୍କ ଦ୍ବାରା ଅହିଂସା ଓ ସ୍ୱଚ୍ଛତା ନାରା ଦେଇ ଲିଙ୍ଗାଗଡ ଗ୍ରାମ ପରିକ୍ରମା କରାଯାଇଥିଲା । ଅତିଥୀ ମାନେ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଭାଇଚାରା ସୃଷ୍ଠି କଲେ ସୁସ୍ଥ ଓ ସୁନ୍ଦର ଭାରତ ଗଢାଯାଇପାରିବ ବୋଲି ଉଦବୋଧନ ଦେଇଥିଲେ । ଅନୁଷ୍ଠାନ ତରଫରୁ ଗାନ୍ଧୀଙ୍କ ଜୀବନୀ ଉପରେ ପ୍ରବନ୍ଧ ପ୍ରତିଯୋଗିତା କରାଯାଇ କୃତୀ ଶିକ୍ଷାର୍ଥୀ ମାନଙ୍କୁ ପୁରଷ୍କୃତ କରାଯାଇଥିଲା । ଅନୁଷ୍ଠାନର କ୍ଷେତ୍ରକର୍ମୀ ତରୁଲତା ଦିଗାଳ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ସଂଯୋଜକ ଶ୍ରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲେ ।

Comments are closed.