Related Contents

ବିଜୁ ବାହିନୀ ତରଫରୁ ପଲିଥିନ ବନ୍ଦ ସଚେତନ ଅଭିଯାନ

ରିପୋର୍ଟ: ଦେବେନ୍ଦ୍ର ନାୟକ
କାଶୀପୁର(୦୨/୧୦): କାଶୀପୁର ବ୍ଲକ ବିଜୁ ବାହିନୀ ତରଫରୁ ଆଜି କାଶୀପୁର ର ସମସ୍ତ ଦୋକାନ ଓ ସାପ୍ତାହିକ ହାତର ବ୍ୟବସାୟୀଙ୍କୁ ପଲିଥିନ ବ୍ୟବହାରକୁ ବନ୍ଦ କରିବାକୁ ପରାମର୍ଶ ଦେଇଥିଲେ |

ଏହି ପଲିଥିନ ଯୋଗୁଁ କିଭଳି ପରିବେଶ ଦୂଷିତ ହେଉଛି ଓ ଏହା କେତେ କ୍ଷତିକାରକ ଆମ ସମାଜ ପାଇଁ ତାହା ବୁଝାଇଥିଲେ | ସମସ୍ତ ଗ୍ରାହକ ମାନଙ୍କୁ କପଡା ବ୍ୟାଗ ବ୍ୟବହାର କରିବା ପାଇଁ ନିବେଦନ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ବିଜୁ ବାହିନୀ ର ବ୍ଲକ ସଂଯୋଜକ ଯୋଗେନ୍ଦ୍ର ନାଏକ, ଦେବେନ୍ଦ୍ର ନାଏକ, ଜଗଦୀଶ ନାଏକ, ରସାନନ୍ଦ ନାଏକ ଯୋଗ ଦେଇ କିଭଳି ସଫଳ କରାଯିବ ସେଥିପାଇଁ ଚେଷ୍ଟା କରୁଥିବା କହିଛନ୍ତି | ଏହି ପରିପ୍ରେକ୍ଷୀରେ କାଶୀପୁର ର ଯୁବ ଓକିଲ ତଥା ଯୁବନେତା ଶ୍ରୀ ଅମିତ ନାଏକ କହିଛନ୍ତି ଏଭଳି ଯୁବକ ମାନଙ୍କ ପଦକ୍ଷେପ ସ୍ୱାଗତ ଯୋଗ୍ୟ ଏବଂ ଉଚିତ ବୋଲି କହିଛନ୍ତି |

Comments are closed.