କ୍ଲିନ୍ ଇଣ୍ଡିଆ କାର୍ଯ୍ୟକ୍ରମ ର ଉଦଯାପନୀ ଉତ୍ସବ ଅନୁଷ୍ଠିତ

0
101
କ୍ଲିନ୍ ଇଣ୍ଡିଆ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୦୧/୧୧) : ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ତରଫରୁ ଆଇ ଟି ଆଇ ଶିକ୍ଷାନୁଷ୍ଠାନରେ କ୍ଲିନ୍ ଇଣ୍ଡିଆ କାର୍ଯ୍ୟକ୍ରମ ର ପରିସମାପ୍ତି ହୋଇଯାଇଛି ।

ଅନୁଷ୍ଠାନର ଅଧ୍ୟକ୍ଷ ତତ୍ତ୍ଵାବଧାନରେ କ୍ଲିନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ର ଜାତୀୟ ଯୁବ ସ୍ଵେଚ୍ଛାସେବୀ ମନୋଜ ଭୋକ୍ତା, ପ୍ରବୀଣା କର୍ଣ୍ଣ ଓ ସୁପ୍ରିୟା ଦେହୁରୀ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଜିଲ୍ଲା ର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଲୋକ କଳା ବିକାଶ କେନ୍ଦ୍ରର ସ୍ଵେଚ୍ଛାସେବୀ ବୁଦ୍ଧଦେବ ପ୍ରଧାନ, ପ୍ରତାପ ମେହେର ଓ ଶିଳ୍ପାରାଣୀ ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ସ୍ଥାନୀୟ କ୍ଲବ ର ସ୍ଵେଚ୍ଛାସେବୀ ଏବଂ ଅନୁଷ୍ଠାନର ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

ସ୍ଵେଚ୍ଛାସେବୀ ସୁପ୍ରିୟା ଦେହୁରୀ କାର୍ଯ୍ୟକ୍ରମର ଲକ୍ଷ୍ୟ ଉଦ୍ଦେଶ୍ୟ ବିଷୟରେ ସମ୍ୟକ୍ ରେ ଜଣେଇବା ପରେ ଅନୁଷ୍ଠାନର ପାରିପାର୍ଶ୍ଵିକ ରେ ପଡ଼ିଥିବା ପଲିଥିନ ଗୁଡ଼ିକ ଏକତ୍ର କରି ସମ୍ପୂର୍ଣ୍ଣ ପରିସର ର ସଫେଇ କାର୍ଯ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଇଟି ଆଇ ର ଆସିଷ୍ଟାଣ୍ଟ ଅଧ୍ୟାପକ ଶ୍ରୀଯୁକ୍ତ ମକରଧଜ୍ଵ ପାଢ଼ୀ, ଶ୍ରୀଯୁକ୍ତ ଦେବବ୍ରତ ସାହାଣୀ ପ୍ରମୁଖ ଉପସ୍ଥିତ ରହି ସଫେଇ କାର୍ଯ୍ୟ କୁ ପରିଚାଳନା କରିଥିଲେ । ଶେଷରେ ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ର ଜାତୀୟ ଯୁବ ସ୍ଵେଚ୍ଛାସେବୀ ପ୍ରବୀଣା କର୍ଣ୍ଣ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।