Thursday, March 28, 2024

Top 5 This Week

Related Posts

ରାୟଗଡ଼ା ୱାକର୍ସ କ୍ଳବ ଆନୁକୁଲ୍ୟରେ ୱାକର୍ ଆଲୱର ଦାସଙ୍କ ଜୟନ୍ତୀ ପାଳିତ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୩୧/୧୦) : ରାୟଗଡ଼ା ୱାକର୍ସ କ୍ଳବ ପକ୍ଷରୁ ୱାକର୍ସ ଆନୁକୁଲ୍ୟରେ ସ୍ଥାନୀୟ ଲାଇନସ୍ କ୍ଳବ ପରିସରରେ ଥିବା ୱାକର୍ସ କ୍ଳବ ର ସଭାପତି ୱାକର୍ସ ପ୍ରତାପ ଚନ୍ଦ୍ର ବାଉରୀଙ୍କ ସଭାପତିତ୍ୱରେ ୱାକର୍ସ କ୍ଳବ ପ୍ରତିଷ୍ଠାତା ସୁଙ୍କାରୀ ଅଲୱର ଦାସଙ୍କ ୯୨ ତମ ଜନ୍ମ ଜୟନ୍ତୀ ପାଳିତ ସୋଇଯାଇଛି ।WhatsApp Image 2022 10 31 at 18.34.25 ରାୟଗଡ଼ା ୱାକର୍ସ କ୍ଳବ ଆନୁକୁଲ୍ୟରେ ୱାକର୍ ଆଲୱର ଦାସଙ୍କ ଜୟନ୍ତୀ ପାଳିତ

ଏହି ଅବସରରେ ସକାଳ ୬ ଘଣ୍ଟା ୩୦ ମିନିଟ ସମୟରେ ଜିଲ୍ଲା ର ସମସ୍ତ ୱାକର୍ସ କ୍ଳବ ର ସଭ୍ୟମାନେ ଲାୟନସ କ୍ଳବ୍ ଠାରେ ଏକତ୍ରିତ ହୋଇ ସହର ପରିକ୍ରମା କରି ଲାୟନସ କ୍ଳବ ସଭା ସ୍ଥଳରେ ପହଞ୍ଚି ଏକ ସଭାର ଆୟୋଜନ କରାଯାଇଥିଲା । ସଭାପତି ୱାକର୍ସ ପ୍ରତାପ ଚନ୍ଦ୍ର ବାଉରୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ରାୟଗଡ଼ା ୱାକର୍ସ କ୍ଳବର ଉପଦେଷ୍ଟା ୱାକର୍ସ ସତ୍ୟବାଦୀ ପତି, ସମ୍ପାଦକ ୱାକର୍ସ ଦାସରଥି ରାଜଗୁରୁ , ପୂର୍ବତନ ସଭାପତି ୱାକର ସୁନିଲ ଚନ୍ଦ୍ର ପଣ୍ଡା, ସ୍ଵାମୀ ବିବେକାନନ୍ଦ ୱାକର୍ସ କ୍ଳବ ର ସଭାପତି ୱାକର୍ସ ଯୋଗେଶ୍ଵର ଦାସ, ଜିସିଡିୱାକର୍ସ କ୍ଳବ ର ସମ୍ପାଦକ ୱାକର୍ସ ଦୀପକ କୁମାର ପୃଷ୍ଟି, ଫ୍ରେଣ୍ଡସ ୱାକର୍ସ କ୍ଳବ ର ସଭାପତି ୱାକର୍ସ ଇପିଲୀ ରାଜୁ, ସାଇପ୍ରୀୟା ଲେଡିଜ ୱାକର୍ସ କ୍ଳବ ର ସଭାନେତ୍ରୀ ୱାକର୍ସ ରମା ଦେବୀ ମଞ୍ଚ ରେ ମଞ୍ଚାସିନ ଅତିଥି ଭାବେ ଯୋଗଦେଇଥିଲେ ।

ଉକ୍ତ ଜୟନ୍ତୀ ପାଳନ ଉପଲକ୍ଷେ ୱାକର୍ସ ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତି, ୱାକର୍ ଡ଼ଃ କେ ଏନ କୁମନନ୍ଦ, ୱାକର୍ସ ଅଭିମନ୍ୟୁ ନାୟକ, ୱାକର୍ସ ସାଲଭା ରାଜୁ, ୱାକର୍ସ ଟି ଜୟରାମ ଯୋଗଦେଇ ନିଜ ନିଜର ମତବ୍ୟକ୍ତ କରିବା ସହ ଅଲୱର ଦାସଙ୍କ ସ୍କୃତି ଚାରଣ କରିଥିଲେ । ଏହି ଉପଲକ୍ଷେ କ୍ଳବର ପ୍ରତିଷ୍ଠାତା ସୁଙ୍କାରୀ ଅଲୱର ଦାସଙ୍କ ଚିନ୍ତାଧାରା କୁ ସମ୍ମାନ ଜଣାଇ ରାୟଗଡ଼ାୱାକର୍ସ କ୍ଳବ ର ବରିଷ୍ଠ ସଭ୍ୟ ୱାକର ଅଭିମନ୍ୟୁ ନାୟକଙ୍କ ପକ୍ଷରୁ ରାୟଗଡ଼ା ସ୍ତିତ ଶକ୍ତି ବୃଦ୍ଧ ଆଶ୍ରମରେ ଥିବା ସମସ୍ତ ବୃଦ୍ଧା ମାନଙ୍କୁ ଭୋଜନ ବ୍ୟବସ୍ଥା କରିଥିଲେ ।WhatsApp Image 2022 10 31 at 18.34.24 ରାୟଗଡ଼ା ୱାକର୍ସ କ୍ଳବ ଆନୁକୁଲ୍ୟରେ ୱାକର୍ ଆଲୱର ଦାସଙ୍କ ଜୟନ୍ତୀ ପାଳିତ

ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ସଭ୍ୟଙ୍କ ପାଇଁ ୱାକର ଲାଲ ବିହାରୀ ଲେଙ୍କା, ୱାକର ବଳରାମ ଚୌଧୁରୀ, ଜଳପାନ ର ବ୍ୟବସ୍ଥା କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ୱାକର୍ ସଙ୍କର ଚରଣ ମଗଂରାଜ, ୱାକର୍ ଡାଲି ରାଜୁ, ୱାକର୍ ଉଦୟ ପଣ୍ଡା, ୱାକର୍ କିଶୋର ଚନ୍ଦ୍ର ପଣ୍ଡା ରାୟଗଡ଼ା ୱାକର୍ସ କ୍ଳବ, ସ୍ଵାମୀ ବିବେକାନନ୍ଦ ୱାକର୍ସକ୍ଳବ, ଜିସିଡି ୱାକର୍ସକ୍ଳବ, ସାଇପ୍ରୀୟା ଲେଡିଜ୍ ୱାକର୍ସକ୍ଳବ, ସାଇପ୍ରୀୟା ୱାକର୍ସ କ୍ଳବର ସଭ୍ୟମାନେ ଯୋଗଦେଇ ପରିଚାଳନା କରିଥିଲେ ।

Popular Articles