ପୂଜାରୀଗୁଡା ଠାରେ ୫୪ କୁଣ୍ଡ ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ

0
226
ପୂଜାରୀଗୁଡା

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୩୧/୧୦) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରବ୍ଲକ ପୂଜାରୀଗୁଡା ଶିବ ମନ୍ଦିର ନିକଟ ରେ ୫୪ କୁଣ୍ଡିୟ ମହା ମୃତ୍ୟୁଞ୍ଜୟ ହୋମ ଯଜ୍ଞ ଅନୁଷ୍ଠିତ ହୋଇଛି ।

ପୂଜାରୀଗୁଡା ଠାରେ ୫୪ କୁଣ୍ଡ ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ଏହି ମହା ମୃତ୍ୟୁଞ୍ଜୟ ହୋମ ଯଜ୍ଞରେ ୧୦୮ ଦମ୍ପତ୍ତି ଭାଗ ନେଇଥିବା ଜଣାପଡ଼ିଛି । ଏଥିରେ ପୂଜାରୀଗୁଡା ଗ୍ରାମବାସୀ, ଦେବଗିରି କ୍ରାନ୍ତି କରୀ ଆଶ୍ରମ ଓ ପୂଜ୍ୟ ଯୋଗୀ ଶ୍ରୀ ଚୈତନ୍ୟ ରାମ ଜି. ଙ୍କ ତତ୍ତ୍ଵାବଧାନରେ ପୂଜ୍ୟ କ୍ରାନ୍ତି ସ୍ୱରୂପା ନନ୍ଦ ଗିରୀଙ୍କ ଉପସ୍ଥିତ ରେ ଅନୁଷ୍ଠିତ ହୋଇଛି । ପ୍ରଥମେ ନାଗାବଳି ନଦୀ ରୁ ଜଳ ଧରି କଳସ ଯାତ୍ରା ଆରମ୍ଭ କରାଯାଇ ଥିଲା । ଏହି ଅବସରରେ କଳସ ଯାତ୍ରା ସହ ଦେବ ଆୱାନ ମଣ୍ଡଳ ଧାରଣ, ରୁଦ୍ରାଭିଷେକ, ମହା ମୃତ୍ୟୁଞ୍ଜୟ ମନ୍ତ୍ରର ଏକ କୋଟି ଏଗାର ଲକ୍ଷ ସହ ସାତ କୋଟି ସେକେଣ୍ଡ ଧ୍ୟାନ ସାଧନା ପୂର୍ଣ୍ଣ ହୋଇଛି ।

ମାନସିକ ଧାରୀ ମାନେ ନିଜ ନିଜ ପୂଜନ ସାମଗ୍ରୀ ଧରି ଯଜ୍ଞ କୁଣ୍ଡରେ ଦମ୍ପତି ମାନେ ବସି ହୋମ ପୂଜନ ଆହୁତି ପ୍ରଦାନ କରିଥିଲେ । ଏହି ମହା ମୃତ୍ୟୁଞ୍ଜୟ ହୋମ ଯଜ୍ଞରେ ଭାଗ ନେବାକୁ ୫୧୬ ଟଙ୍କା ଶୁକ୍ଳ ଦେବାକୁ ପଡ଼ିଥିଲା । ଏହି ହୋମ ଯଜ୍ଞ କୁ କେ କୁଲୁରୁ ଭେଙ୍କେଟା ଦ୍ରି ଶର୍ମା ଓ ଲକ୍ଷ୍ମୀନାରାୟଣ ଶର୍ମା ପରିଚାଳନା କରିଥିବା ବେଳେ ଚନ୍ଦନ ଆଚାର୍ଯ୍ୟ, ନୀଳାଚଳ ପଣ୍ଡା ସହଯୋଗ କରିଥଲେ । ଏହି ମହା ମୃତ୍ୟୁଞ୍ଜୟ ହୋମ ଯଜ୍ଞ ରେ ବ୍ଲକ ର ବିଭିନ୍ନ ଗ୍ରାମ ର ଦମ୍ପତି ମାନେ ଭାଗ ନେଇଥିବା ଜଣାପଡ଼ିଛି । ଯଜ୍ଞ ଦୂରା ବିଶ୍ଵ, ରାଷ୍ଟ୍ର, ଦେଶ ଓ ଅଞ୍ଚଳ ବାସୀ ଙ୍କ ସୁ କାମନା ଓ କରୋନା ମହାମାରୀ ଠାରୁ ରକ୍ଷା ପାଇବା ପାଇଁ ଶାନ୍ତିପୂର୍ଣ୍ଣ ଯଜ୍ଞ ଆୟଜନ କରାଯାଉଛି ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଯୋଗୀ ଶ୍ରୀ ଚୈତନ୍ୟ ରାମ ଜି. ସୂଚନା ଦେଇଛନ୍ତି ।