ମୁରିବାହାଲ ତହସିଲ କାର୍ଯ୍ୟାଳୟରେ ବସୁନ୍ଧରା ଯୋଜନାରେ ଘରଡ଼ିହି ପଟ୍ଟା ବଣ୍ଟନ

ରିପୋର୍ଟ: ଭଗବାନ ମହାନ୍ତି / ନିମାଇଁ ବଘାର
ମୁରିବାହାଲ(୦୪/୧୦): ମୁରିବାହାଲ ତହସିଲ କାର୍ଯ୍ୟାଳଠାରେ ଶୁକ୍ରବାର ବସୁନ୍ଧରା ଯୋଜନାରେ ଘରଡ଼ିହି ପଟ୍ଟା ବଣ୍ଟନ କରାଯାଇଥିଲା | ମୁରିବାହାଲ ବ୍ଲକର ୨୨ଟି ପଞ୍ଚାୟତର ୪୩ଜଣ ହିତାଧିକାରୀଙ୍କୁ ଚାରି ଡ଼ିସିମିଲ ଲେଖାଏଁ ଘରଡ଼ିହି ବଣ୍ଟନ କରାଯାଇଥିଲା | ତହସିଲଦାର ଅମୃତଲାଲ ବେହେରାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ସନ୍ତୋଷ ସିଂ ସାଲୁଜା ଯୋଗଦେଇଥିଲେ |

ମୁଖ୍ୟ ଅତିଥି ଶ୍ରୀ ସାଲୁଜା ଦ୍ଵୀପପ୍ରଜ୍ୱଳନ କରିଥିଲେ ଓ ଆଦର୍ଶ ଛାତ୍ରୀ ମାନେ ସ୍ୱାଗତ ଗୀତ ପରିବେଷଣ କରିଥିଲେ | ଶ୍ରୀ ବେହେରା ବସୁନ୍ଧରା ଯୋଜନାରେ ସାମିଲ ହୋଇ ଯେଉଁ ଚାରି ଡ଼ିସିମିଲ ପଟ୍ଟା ପାଇବେ ତାକୁ ଠିକ ହିସାବରେ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥିଲେ | ରାସ୍ତାଘାଟ, ପାଣି ଏବଂ ବିଦ୍ୟୁତ ପାଇଁ ବିଧ୍ୟାୟକଙ୍କୁ କେମିତି ସୁବିଧା ହେବ ଅନୁରୋଧ କରିଥିଲେ | ମୁଖ୍ୟଅତିଥି ଶ୍ରୀ ସାଲୁଜା ଷଷ୍ଟମୀ ଉପଲକ୍ଷ୍ୟେ ଅଭିନନ୍ଦନ ଜଣାଇଥିଲେ | ସେ ତାଙ୍କ ବକ୍ତବ୍ୟରେ ଘର ଡ଼ିହି ପାଇସାରିଲାପରେ ଘର ଖଣ୍ଡିଏ ତିଆରି କରନ୍ତୁ ମୁ ଆପଣ ମାନଙ୍କୁ ସାହାଯ୍ୟ କରିବା ପାଇଁ ଚେଷ୍ଟା କରିବି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ | ବର୍ତ୍ତମାନ ଆପଣମାନେ ଧରାପୃଷ୍ଠରେ ମୋର ବି କିଛି ଅଧିକାର ଅଛି ବୋଲି ଗର୍ବ କରିପାରିବେ | ତହସିଲଦାରଙ୍କୁ ଜାଗା ଚିହ୍ନଟ କରିବା ପାଇଁ ପରାମର୍ଶ ଦେଇଥିଲେ | ସୁବିଧା ଅସୁବିଧା ପାଇଁ ମୁଁ ଆପଣଙ୍କ ସାଥିରେ ଅଛି ଓ ରହିବି | ଏହି କାର୍ଯ୍ୟକ୍ରମରେ ବାର ର ଓକିଲ, ଅଭିଭାବକ, ସାମ୍ବାଦିକ, କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ | ହିମାଂଶୁ ଶେଖର ମେହେର ସଭା ପରିଚାଳନା କରିଥିବାବେଳେ ଶ୍ରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ |

Comments are closed.