ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

ରିପୋର୍ଟ: କୈଳାସ ମାଳବିଶୋୟୀ
ଚନ୍ଦ୍ରପୁର(୨୯/୦୯): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଚନ୍ଦ୍ରପୁର ପୋଲିସ ପେଟ୍ରୋଲିଙ୍ଗ ଯିବା ସମୟରେ ବିଶ୍ୱସ୍ତ ସୂତ୍ରରୁ ମୁଦିଗୁଡ଼ା ଗ୍ରାମରେ ଏକ ବଜ୍ରକାପ୍ତା ଥିବା ଶୁଣି ଡାଙ୍ଗସୁରୁଡ଼ା ଫରେଷ୍ଟର ଶ୍ରୀ ଜୟଦେବ ନାୟକ ବେହେରା ଜଣେଇଥିଲେ |

ଖବର ପାଇବାପରେ ଡାଙ୍ଗସୁରୁଡ଼ା ଫରେଷ୍ଟର ଚନ୍ଦ୍ରପୁର ଫରେଷ୍ଟର ଶ୍ରୀ ଡମ୍ବରୁଧର ସେନାପତି, ଡାଙ୍ଗସୁରୁଡ଼ା ଗାର୍ଡ କପିଳଦେବ ମନାହୀର, ଘାଷି ମାଝୀ, ଚନ୍ଦ୍ରପୁର ଗାର୍ଡ ଜଗଦୀଶ ନାୟକ, ଗୁରୁପ୍ରସାଦ ପତ୍ର, ଚନ୍ଦ୍ରପୁର ଥାନା ଆଇଆଇସି ସୁନୀଲ ଅରୁଣ କୁମାର ନାୟକ, ଏସ ଆଇ ସମୀର କୁମାର ପଧାନ, କନେଷ୍ଟବଳ ପ୍ରସନ୍ନ କୁମାର ଦଳେଇ ଓ ଅନ୍ୟ କର୍ମଚାରୀ ସମେତ ମିଳିତ ଚଢ଼ାଉ କରି ହନୁମନ୍ତ ପୁର ପଂଚାୟତ ମୁଦିଗୁଡ଼ାକୁ ଯାଇ ଏକ ବଜ୍ରକାପ୍ତା ଉଦ୍ଧାର କରିବା ସହ କାଶୁ ଦିଵାକଙ୍କୁ କୋର୍ଟ ଚାଲାଣ କରିଛନ୍ତି | ଏହାକୁ ଆଧାର କରି ଅନ୍ୟ କେହି ଥିବା ସନ୍ଦେହ କରି ପଚରାଉଚୁରା ଜାରି ରଖିଛନ୍ତି |

Comments are closed.