Thursday, March 28, 2024

Top 5 This Week

Related Posts

କୃଷି ବିଜ୍ଞାନ କେନ୍ଦ୍ର ରାୟଗଡ଼ା (ଗୁଣପୁର) ତରଫରୁ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ରାୟଗଡ଼ା, (୩୧/୧୦) :୩୧/୧୦/୨୦୨ ଆଜି କୃଷି ବିଜ୍ଞାନ କେନ୍ଦ୍ର ରାୟଗଡ଼ା (ଗୁଣପୁର) ତରଫରୁ ସରକାରୀ ଉଚ୍ଚ ବିଦ୍ୟାଳୟ, ଡମ୍ବସରା ପରିସରରେ ସ୍ୱଚ୍ଛ ଭାରତ ଅଭିଯାନର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 10 31 at 18.03.27 1 କୃଷି ବିଜ୍ଞାନ କେନ୍ଦ୍ର ରାୟଗଡ଼ା (ଗୁଣପୁର) ତରଫରୁ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଏହି ଅବସରରେ ବିଦ୍ୟାଳୟର ପିଲାମାନଙ୍କୁ ନେଇ ସ୍ୱଚ୍ଛ ଭାରତ ଅଭିଯାନର ଏକ ରାଲି କରାଯାଇଥିଲା । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ । ଏତଦ ବ୍ୟତୀତ ବିଦ୍ୟାଳୟର ସଭାଗୃହ ରେ ପ୍ରଧାନ ଶିକ୍ଷକଙ୍କ ଅଧ୍ୟକ୍ଷତାରେ ସ୍ୱଚ୍ଛ ଭାରତ ଅଭିଯାନର ସଚେତନତା ଉପରେ ଏକ ବୈଠକ କରାଯାଇଥିଲା । ଉକ୍ତ ବୈଠକରେ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ରାଜିବ ଟୁଡୁ, ବିନୋଦ ଚନ୍ଦ୍ର ବେହେରା, ଅମିତ ଜ୍ୟୋତି ମାଝୀ, ପରିମଳ ତରାଇ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ ।

କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ମାନେ ସ୍ୱଚ୍ଛ ଭାରତ ଅଭିଯାନର ଆଭିମୁଖ୍ୟ ତଥା ଉଦ୍ଦେଶ୍ୟ ସମ୍ବନ୍ଧରେ ସବିଶେଷ ଆଲୋଚନା କରିଥିଲେ । ପିଲାମାନେ ନିଜେ ସ୍ୱଚ୍ଛତା ଅବଲମ୍ବନ କରିବା ସହ ନିଜ ଘର, ଗାଁ ପରିବେଶ , ରାସ୍ତାଘାଟ, ନଳକୂପ ପାଖ, କୂଅ, ନାଳନର୍ଦ୍ଦମା, ବାଡିବଗିଚା, ବିଦ୍ୟାଳୟ ପରିବେଶ ଇତ୍ୟାଦି ପରିସ୍କାର ପରିଚ୍ଛନ୍ନ ରଖିବା ପାଇଁ ପରାମର୍ଶ ଦିଆଯାଇଥିଲା । ବିଦ୍ୟାଳୟ ତଥା ନିଜ ଘରେ ଥିବା ବାଡି ବଗିଚା ରେ ଗଛ ଲଗାଇ ତାର ଯତ୍ନ ନେବା, ପ୍ଲାଷ୍ଟିକ ଜିନିଷ ବ୍ୟବହାର ନକରିବା, ପରିବେଶ/ଜଳବାୟୁ ପ୍ରଦୁଷିତ ନକରିବା, ସବୁଜ ବଳୟ ସୃଷ୍ଟି କରିବା ଉପରେ ପିଲାମାନଙ୍କୁ ସଚେତନତା କରାଯାଇଥିଲା ।WhatsApp Image 2022 10 31 at 18.03.26 କୃଷି ବିଜ୍ଞାନ କେନ୍ଦ୍ର ରାୟଗଡ଼ା (ଗୁଣପୁର) ତରଫରୁ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସେମୋ ଗମାଙ୍ଗ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସ୍ୱଚ୍ଛ ଭାରତ ସୁସ୍ଥ ଭାରତ, ସ୍ବଚ୍ଛତା ହିଁ ସେବା ତଥା ସ୍ୱଚ୍ଛ ଭାରତ ଅଭିଯାନର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ବନ୍ଧରେ ପିଲାମାନଙ୍କୁ ବୁଝାଇଥିଲେ । ଶେଷରେ ରାଲି ମାଧ୍ୟମରେ ଗ୍ରାମବାସୀ ମାନଙ୍କୁ ଅନୁରୋଧ କରାଯାଇଥିଲା କି , ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏହି ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମର ଗୁରୁତ୍ଵ ଉପଲବ୍ଧି କରି ସେହି ଅନୁସାରେ କାର୍ଯ୍ୟ କଲେ ଆମ ଦେଶ ନିଶ୍ଚିତ ଭାବେ ସ୍ୱଚ୍ଛ ଭାରତ ସୁସ୍ଥ ଭାରତ ହୋଇପାରିବ ଏଥିରେ ସନ୍ଦେହ ନାହିଁ ।

Popular Articles