ସ୍ୱାଭିମାନ ଅଂଚଳରୁ ସରକାରଙ୍କ ଉଦ୍ଦେଶ୍ୟରେ ଧମକ ପୋଷ୍ଟର

ରିପୋର୍ଟ: ରାଜକମଲ ପୁରୋହିତ
ଚିତ୍ରକୋଣ୍ଡା(୦୪/୧୦): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ସ୍ୱାଭିମାନ ଅଞ୍ଚଳବାସୀଙ୍କ କଡା ଚେତାବନୀ ଦେଇଛନ୍ତି ପୋଷ୍ଟର ମାଧ୍ୟମରେ,ଏହାକୁ ଦେଇଛନ୍ତି ସ୍ୱାଭିମାନ ଅଂଚଳର ଅଧିବାସୀ ବିପ୍ଲବୀ ଚାଷୀ ମୂଳ ସଂଗଠନ । ଏହି ସଂଗଠନ ପୋଷ୍ଟରରେ ଉଲ୍ଲେଖ କରିଛନ୍ତି ବାଲିମେଳା ଜଳଭଣ୍ଡାରରେ ସର୍ଵ ଉଚ୍ଚସ୍ତର ପର୍ଯ୍ୟନ୍ତ ଜଳ ବୃଦ୍ଧି ପାଇଛି ।

ଗତ ବର୍ଷ ପରି ଚଳିତ ବର୍ଷ ସ୍ୱାଭିମାନ ଅଞ୍ଚଳବାସୀଙ୍କ ଫସଲ ଧାନ,ମାଣ୍ଡିଆ, ସୁଆଁ,ବିରି,ମୁଗ ଆଦି ନଷ୍ଟ ହୋଇଗଲାଣି । ଯାହାକି ଆଦିବାସୀ ମାନେ ବହୁତ କ୍ଷତିଗ୍ରସ୍ତ ହୋଉଛନ୍ତି ଓ ସରକାର କୌଣସି ପ୍ରକାର ସାହାଯ୍ୟ ସହାୟତା ଯୋଗାଇ ଦେଉ ନାଂହାନ୍ତି। ବାଲିମେଳା ଡେମରେ ଜଳସ୍ତର ବୃଦ୍ଧି କରି ଅଧିକା ବିଦ୍ୟୁତ ଉତ୍ପାବନ କରି ବଡ଼ ବଡ଼ କମ୍ପାନୀ ପାଖରୁ ସରକାର ଲାଭବାନ ହେଉଛନ୍ତି । ତେଣୁ ତୁରନ୍ତ ଡେମରୁ ପାଣି କମାନ୍ତୁ ନ ହେଲେ ଆଧିବାସୀ ବିପ୍ଲବୀ ଚାଷୀ ସଂଗଠନ ଆନ୍ଦୋଳନ ଆରମ୍ଭ କରିବେ ବୋଲି ଧମକ ଦେଇଛନ୍ତି ପୋଷ୍ଟର ମାଧ୍ୟମରେ ।

Comments are closed.