ବିଧାୟକଙ୍କ ଉପସ୍ଥିତିରେ ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତି-ପ୍ରହସନରେ ଚାଲିଛି ସମିତି ବୈଠକ

ରିପୋର୍ଟ: ତ୍ରିନାଥ ଧୁରୁଆ
ଝରୀଗାଁ (୦୩-୧୦-୨୦୧୯): ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଠାରେ ଆଜି ପଞ୍ଚାୟତ ସମିତି ସଭା ଗୃହରେ ବ୍ଲକ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ବାହାଦୂରସିଂଧାରୁଆଙ୍କ ଅଧକ୍ଷତାରେ ସାଧାରଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହି ସଭାରେ ଝରୀଗାଁ ବିଧାୟକ ପ୍ରକାଶ ମାଝୀ, ଅତିରିକ୍ତ ବିଡ଼ିଓ ପ୍ରଫୁଲ୍ଲ କହଁର, ଜିପିଓ ପ୍ରଦୀପ ପଟ୍ଟନାୟକ ଯୋଗ ଦେଇଥିଲେ ।

ବ୍ଲକରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବା ପାଇଁ ସମସ୍ତ ସରକାରୀ ବିଭାଗୀୟ ଅଧିକାରୀଙ୍କୁ ସଭାରେ ଯୋଗ ଦେବାକୁ ଚିଠି କରାଯାଇଥିଲା । ହେଲେ କେତେଜଣ ହାତ ଗଣତି ଅଧିକାରୀ ସଭାରେ ଉପସ୍ଥିତ ଥିଲେ । ଯାହା ଫଳରେ ବ୍ଲକର ସମସ୍ତ ପଞ୍ଚାୟତରୁ ଆସିଥିବା ସରପଞ୍ଚ ଓ ସମିତି ସଭ୍ୟମାନେ କ୍ଷୋଭପ୍ରକାଶ କରିଥିଲେ । ନିଜ ନିଜ ପଞ୍ଚାୟତର ସମସ୍ୟା ସମାଧାନ ବିଷୟରେ ଆଲୋଚନା କରିପାରି ନଥିବାରୁ କ୍ଷୋଭପ୍ରକାଶ କରିଥିଲେ । ଏହି ବୈଠକରେ ଅଞ୍ଚଳର ବିକାଶ ପାଇଁ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ଗମନାଗମନ, ଜଙ୍ଗଲ ଓ ଲଘୁ ଜାତ ଦ୍ରବ୍ୟ, ପଶୁସମ୍ପଦ,ମସ୍ୟ ଚାଷ ଇତ୍ୟାଦି ବିଷୟରେ ଆଲୋଚନା କରିବା ପାଇଁ ଧାର୍ଯ୍ୟ କରାଯାଇଥିଲା । ଏପରିକି ଆଲୋଚନା ଚକ୍ରରେ ସ୍ବାସ୍ଥ୍ୟ ଓ ଜଙ୍ଗଲ ଭିଭାଗର ଅଧିକାରୀ ସଭା ମଝିରୁ ବିଡ଼ିଓ ଫୋନରେ ଡାକିବାରୁ ଆସିଥିଲେ । ଏହି ସକାଶେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଜନପ୍ରତିନିଧି ମାନେ ନିଜ ନିଜ ଅଞ୍ଚଳର ସମସ୍ୟାର ପ୍ରଶ୍ନର ଉତ୍ତର ସନ୍ତଷ ଜନକ ନ ଥିବାରୁ କ୍ଷଭ ପ୍ରକାଶ କରିଥିଲେ । ଏନେଇ ଝରୀଗାଁ ବିଡ଼ିଓଙ୍କୁ ପଚାରିବାରୁ ବିଡ଼ିଓ କହିଛନ୍ତି ଆସନ୍ତା ସମିତି ବୈଠକରେ ସମସ୍ତ ଅଧିକାରୀଙ୍କୁ ସଭାରେ ଉପସ୍ଥିତ ରହିବାପାଇଁ ତାଗିଦ କରିବେ ବୋଲି କହିଛନ୍ତି ।
ଯେପରି ରାଜ୍ୟରେ ବିଧାନସଭା ବୈଠକ ଗୁରୁତ୍ୱପୂର୍ଣ୍ଣ ଥାଏ । ସେହିପରି ପଞ୍ଚାୟତ ସମିତିର ସମିତି ବୈଠକ ବ୍ଲକ ପାଇଁ ଗୁରୁତ୍ୱପୂର୍ଣ୍ଣ ଥାଏ । ବ୍ଲକର ବିଭିନ୍ନ ସମସ୍ୟା ଓ ଉନ୍ନତି ପାଇଁ ଏଠାରେ ଆଲୋଚନା କରାଯାଇଥାଏ । ହେଲେ ବୈଠକରେ ସମସ୍ତ ବିଭାଗର ଅଧିକାରୀ ଯୋଗ ଦେଉନଥିବାରୁ ଏହିପରି ବୈଠକରେ ପ୍ରହସନ ହେଉଥିବା ସରପଞ୍ଚ ଓ ସମିତି ସଭ୍ୟମାନେ ଅଭିଯୋଗ କରୁଛନ୍ତି ।

Comments are closed.