Thursday, March 28, 2024

Top 5 This Week

Related Posts

ରାଜ୍ୟ ସ୍ତରୀୟ କୁଶୁଲାପୁଞ୍ଜା ଡ଼ଙ୍ଗର ମହୋତ୍ସବ ୨୦୨୨ ଉଦଯାପିତ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୩୦/୧୦) : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ଗୌଡ କର୍ଲାଖୁଣ୍ଟା ଠାରେ ଚାଲିଥିବା ରାଜ୍ୟ ସ୍ତରୀୟ କୁଶୁଲାପୁଞ୍ଜା ଡଙ୍ଗର ମହୋତ୍ସବ ୨୦୨୨ ଉଦଯାପିତ ହୋଇଯାଇଛି ।WhatsApp Image 2022 10 31 at 9.51.03 AM ରାଜ୍ୟ ସ୍ତରୀୟ କୁଶୁଲାପୁଞ୍ଜା ଡ଼ଙ୍ଗର ମହୋତ୍ସବ ୨୦୨୨ ଉଦଯାପିତ

୪ ଦିନ ଧରି ଚାଲିଥିବା ଏହି ମହୋତ୍ସବ ଅବସରରେ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ତେବେ ଏହି ରାଜ୍ୟ ସ୍ତରୀୟ କୁଶୁଲାପୁଞ୍ଜା ଡ଼ଙ୍ଗର ଉତ୍ସବରେ ସୁବର୍ଣ୍ଣପୁର ଜିଲ୍ଲା ର ଚାରି ଜଣ ପ୍ରତିଭାକୁ ସମ୍ବର୍ଦ୍ଧିତ କରାଯାଇଛି । ଯାହା ଜିଲ୍ଲା ପାଇଁ ଗୌରବ । ସେମାନେ ହେଲେ ସାରା ରାଜ୍ୟରେ ପରିଚିତ ବିଶିଷ୍ଠ ରେଡିଓ ତଥା ଲୋକଗୀତ କଣ୍ଠଶିଳ୍ପୀ ଶତୃଘ୍ନ ଲୁହା, ବିଶିଷ୍ଠ ସଙ୍ଗୀତଞ ତଥା କଣ୍ଠଶିଳ୍ପୀ ଶାଶ୍ୱତ ତ୍ରିପାଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

ଏହି ଦୁଇ କଣ୍ଠଶିଳ୍ପୀ ସୁବର୍ଣ୍ଣପୁର ଜିଲ୍ଲାରେ ଜନ୍ମଲାଭ କରି ଜିଲ୍ଲାକୁ ଗୌରବାନ୍ୱିତ କରିବା ସହ ଜିଲ୍ଲାକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇ ପାରିଛନ୍ତି । ସେହିପରି ପଶ୍ଚିମ ଓଡ଼ିଶା ର ଲୋକଙ୍କ କଥାକୁ ନେଇ ନୂତନ ଭାବେ ଉଭା ହୋଇଥିବା ବିଗୁଲ ଟିଭି ର ସଂସ୍ଥାପକ ସନ୍ତୋଷ କୁମାର ମିଶ୍ର ଓ ଅର୍ଗସ ନ୍ୟୁଜ ର ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ସତ୍ୟବ୍ରତ ପଧାନଙ୍କୁ ମଧ୍ୟ ମହୋତ୍ସବ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ।

ଏହି ସମାରୋହରେ କଳାହାଣ୍ଡି ର ଗର୍ବ ରାଜ୍ୟ ସଭା ସାଂସଦ ସୁଜିତ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଚାରି ଦିନ ବ୍ୟାପି ମହୋତ୍ସବ ରାଜ୍ୟରୁ ବହୁ ସଂସ୍କୃତିକ ଦଳ ଅଂଶ ଗ୍ରହଣ କରିଥିଲେ । ଅନୁଷ୍ଠାନ ର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଅନନ୍ତ ପାଳ ଏବଂ ବରିଷ୍ଠ ସାମ୍ବାଦିକ ଲକ୍ଷ୍ମଣ ସ୍ୱାଇଁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Popular Articles