ବଲାଙ୍ଗୀର ଦିନ୍ ଅବସରରେ ଶଙ୍ଖ ଫୁକା, ମେହେନ୍ଦି ଓ ଆମର ପିଠା ମଡ଼ା ପ୍ରତିଯୋଗିତା ଅନୁଷ୍ଠିତ

0
108
ବଲାଙ୍ଗୀର ଦିନ୍

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୩୧/୧୦) : ଅପରାହ୍ନ ୩ଟା ସମୟରେ ନଭେମ୍ବର ଏକ ବଲାଙ୍ଗୀର ଦିନ୍ ଉଧେ ବଲାଙ୍ଗୀର କଲେଜ ଛକ କଲ୍ୟାଣ ମଣ୍ଡପ ଠାରେ ଶଙ୍ଖ ଫୁକା, ମେହେନ୍ଦି ଓ ଆମର ପିଠା ମଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।WhatsApp Image 2022 10 30 at 10.23.47 PM ବଲାଙ୍ଗୀର ଦିନ୍ ଅବସରରେ ଶଙ୍ଖ ଫୁକା, ମେହେନ୍ଦି ଓ ଆମର ପିଠା ମଡ଼ା ପ୍ରତିଯୋଗିତା ଅନୁଷ୍ଠିତ

ବଲାଙ୍ଗୀର ଦିନ୍ ଉଧେ ଆଜି ସର୍ବପ୍ରଥମେ ମାଁ ସମଲେଶ୍ଵରୀ ମାଁ ପାଟଣେଶ୍ୱରୀ ଙ୍କ ପାଖରେ ପୁଷ୍ପମାଲ୍ୟ ଦେଇ ପୂଜା କରାଯାଇଥିଲା ତା’ର ମେହେନ୍ଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଚାଲିସ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ ବିଚାରକ ଭାବରେ ହିମାନୀ ତ୍ରିପାଠୀ, ବାସୁଦେବ ମେହେର ଥିଲେ । ତା’ପରେ ଶଙ୍ଖ ଫୁଖା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏଥିରେ ୨୨ ଜଣେ ପ୍ରତିଯୋଗୀ ଭାଗ ନେଇଥିଲେ । ବିଚାରକ ଭାବରେ କବିତା ପଟ୍ଟନାୟକ, ସରିତା ଦାସ ଥିଲେ ।

ଏହାକୁ ସମ୍ପୂର୍ଣ୍ଣ ଅନୁଷ୍ଠାନ ର ସଞ୍ଜୀବ ମେହେର, ରଶ୍ମି ପାତ୍ର, ସଞ୍ଜୟ ଶତପଥୀ, ନିଲମଣି ଶତପଥୀ, ପୁଷ୍ପାଞ୍ଜଳି ମେହେର, ରଶ୍ମିତା ଡାକୁଆ , ମମତା ବେହେରା, ମିଲିଲତା ପଟ୍ଟନାୟକ ପରିଚାଳନା କରିଥିଲେ । ପରବର୍ତ୍ତୀ ସମୟରେ ଆମର ପିଠା ମଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏଥିରେ ଛତିଶ ଜଣ ମହିଳା ଭାଗନେଇ ବିଭିନ୍ନ ପ୍ରକାର ର ପିଠା ମଡ଼ା ପରିବେଷଣ କରିଥିଲେ ବିଚାରକ ଭାବରେ କସ୍ତୁରୀ ରଥ, ପଦ୍ମିନୀ ପାଣିଗ୍ରାହୀ, ଅନୁପ୍ରିୟା ମିଶ୍ର ଥିଲେ । ଏହି କାର୍ଯ୍ୟକ୍ରମକୁ ଭିଲେଜ ଲାଇଫ ଷ୍ଟାଇଲ ର ଲକି ହୋତା, ଜ୍ୟୋତିଷ ହୋତା, ଅକ୍ଷୟ ସରାଫ ଆୟୋଜନ କରିଥିଲେ ।WhatsApp Image 2022 10 30 at 10.23.47 PM 1 ବଲାଙ୍ଗୀର ଦିନ୍ ଅବସରରେ ଶଙ୍ଖ ଫୁକା, ମେହେନ୍ଦି ଓ ଆମର ପିଠା ମଡ଼ା ପ୍ରତିଯୋଗିତା ଅନୁଷ୍ଠିତ

ଆଜିର କାର୍ଯ୍ୟକ୍ରମରେ ଅତିଥି ଭାବେ ଲିକା ସାହୁ, ଗୋପାଳଜୀ ପାଣିଗ୍ରାହୀ, ସରିତା ବାଗ ଥିଲେ । ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଗୋପାଳ ପ୍ରଧାନ, ବିନୋଦ କାଳସାଏ, ନୂତନ ଦାସ, ସୋମନାଥ ମିଶ୍ର, ଅଭିଷେକ ଦାସ, ଗୋବିନ୍ଦ ଶତପଥୀ, ସଞ୍ଜୀବ ସାହୁ, ଥବିର କର୍ମୀ, ସୁମେସ ଡାଙ୍ଗ, ରିଲୁ ରଥ, ରଞ୍ଜିତ ପ୍ରଧାନ, ହିରିଓମ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।