Related Contents

ସ୍ବେଚ୍ଛାସେବୀ ସଂଗଠନ ତରଫରୁ ରକ୍ତଦାନ ସଚେତନତା ରାଲି

ରିପୋର୍ଟ: ହିରୋଜ କୁମାର ସାହୁ
କର୍ଲାମୁଣ୍ଡା(୦୩/୧୦): କଳାହାଣ୍ଡି ଜିଲ୍ଲାର ସୁପରିଚିତ ସ୍ବେଛାସେବୀ ସଂଗଠନ ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ସଂଗଠନ ତରଫରୁ ଆସନ୍ତା ୫ତାରିଖରେ ହେବାକୁ ଥିବା ରକ୍ତଦାନ ଶିବିରକୁ ନେଇ ଲୋକଙ୍କୁ ରକ୍ତଦାନ ମହତ ଦାନ ବିଷୟରେ ବୁଝାଇଥିଲେ |

ଆଜି କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବାପୁଜୀ ଉଚ୍ଚ ବିଦ୍ୟାଳୟର ଛାତ୍ରଙ୍କୁ ନେଇ ଏକ ରାଲି ମାଧ୍ୟମରେ ଲୋକଙ୍କୁ ସଚେତନ କରିବା ସହିତ ପ୍ରଚାର ପତ୍ରିକା ବଣ୍ଟନ କରିଥିଲେ | ଉକ୍ତ ରାଲିକୁ ସଂଗଠନର କର୍ଲାମୁଣ୍ଡା ବ୍ଲକ ସଭାପତି ସୁମନ୍ତ ସାହୁ ପରିଚାଳନା କରିଥିଲେ ଏବଂ ସମ୍ପାଦକ ଡମ୍ବରୁଧର ସାହୁ, କାର୍ଯ୍ୟକାରିଣୀ ସଭାପତି ଵୈସାଖୁ ସାହୁ, ଏବଂ ସଂଗଠନର ବିଶ୍ୱନାଥ ସାହୁ, ମୁକେଶ ସାହୁ,ଚୁଡାଚାନ୍ଦ ବଗର୍ତ୍ତୀ, ପ୍ରକାଶ ହେର୍ଣ୍ଣା ଏବଂ ଉକ୍ତ ସ୍କୁଲର ଶିକ୍ଷକ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ | ଶେଷରେ ସଂଗଠନର କୋଷାଧକ୍ଷ ବୀରେନ୍ଦ୍ର ଚୌଧୁରୀ ସମସ୍ତଙ୍କୁ ଧନ୍ୟବାଦ ଜଣେଇ ରାଲି ଶେଷ କରିଥିଲେ |

Comments are closed.