Advertisements
Tuesday, June 2, 2020
Home District News ୧୫୦ତମ ଗାନ୍ଧୀ ଜୟନ୍ତୀ ଅବସରରେ ସ୍ଵଚ୍ଚ ଭାରତ ଅଭିଯାନ ସଚେତନ କାର୍ଯ୍ୟକ୍ରମ

୧୫୦ତମ ଗାନ୍ଧୀ ଜୟନ୍ତୀ ଅବସରରେ ସ୍ଵଚ୍ଚ ଭାରତ ଅଭିଯାନ ସଚେତନ କାର୍ଯ୍ୟକ୍ରମ

ରିପୋର୍ଟ: ଦେବେନ୍ଦ୍ର ନାୟକ
କାଶୀପୁର(୦୨/୧୦): କାଶୀପୁର ବ୍ଲକ ସଦରମହକୁମା ରେ ଆଜି ୧୫୦ତମ ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱଚ୍ଛ ଭାରତ ଅଭିଯାନ କୁ ସମସ୍ତ ଜନସାଧାରଣଙ୍କ ପାଖରେ ପହଂଚାଇବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |

ଏହି ଅବସରରେ କାଶୀପୁର ସରକାରୀ ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ନଗର ପରିକ୍ରମା କରି ନିଜେ ସ୍ଵଚ୍ଚ ରହି ପରିବେଶ କୁ କିପରି ସ୍ଵଚ୍ଚ ରଖିବେ ତାହା ଉପରେ ଲୋକଙ୍କୁ ବୁଝାଇଥିଲେ | ପରେ ଏକ ସଭାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଛାତ୍ରଛାତ୍ରୀଙ୍କୁ ସମାଜକୁ କିଭଳି ସ୍ଵଚ୍ଚ ଭାରତ ଅଭିଯାନରେ ସାମିଲ କରିବେ ତାହା ଉପରେ ସଂକ୍ଷେପରେ ବୁଝେଇଥିଲେ | କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଏବିଇଓ ଶ୍ରୀ ବଳରାମ ପାତ୍ର ଓ ପ୍ରଧାନଶିକ୍ଷକ ଶ୍ରୀ କୁଳମଣି ବଳିୟାର ସିଂ ଯୋଗଦେଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ସଂଯୋଜିତ କରିଥିଲେ ଜଳଯୋଗାଣ ବିଭାଗ ଯନ୍ତ୍ରୀ ଶ୍ରୀ ଦାମୋଦର ବେହେରା ଓ ଶ୍ରୀ ଦାମୋଦର ମଲ୍ଲିକ | କାର୍ଯ୍ୟକ୍ରମର ପରିଚାଳନା ଶିକ୍ଷକ ଶ୍ରୀ ଜିତେନ୍ଦ୍ର ବୈଦ୍ୟ, ଶ୍ରୀମତୀ କବିତା ମିଶ୍ର,ଶ୍ରୀମତୀ ଜସସବିନୀ ନାଏକ କରିଥିଲେ | ଏ ଅବସରରେ କାଶୀପୁର ବିଏସଏଫ ବାଟାଲିୟନ ର ଯବାନ ମାନେ ରାସ୍ତା ସଫାକରିଥିବାବେଳେ ପି ଡବ୍ଲୁ ଦି ବିଭାଗ ଯନ୍ତ୍ରୀ ଶ୍ରୀ ଗୋପୀନାଥ କିସାନ ଓ ତାଙ୍କ କର୍ମଚାରୀ ମାନେ ସ୍ଵଚ୍ଚ ଭାରତ ଅଭିଯାନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତିଙ୍କ ବିଦାୟ କାଳୀନ ସମ୍ଭର୍ଦ୍ଧନା

ରିପୋର୍ଟ: ଏନ. ସନ୍ତୋଷ କୁମାର //ବୈପାରୀଗୁଡା (୦୨/୦୬): ବୈପାରୀଗୁଡା ସ୍ଥିତ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯାଳୟରେ ଗତ ଶନିବାର ଦିନ ଶିକ୍ଷା ଅଧିକାରୀ ସୁଧୀର ଚନ୍ଦ୍ର ରଥଙ୍କ ଅଧକ୍ଷତାରେ ପ୍ରଧାନ...

ରାୟଗଡା ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୨/୦୬): ରାୟଗଡା ଜିଲ୍ଲାରେ ଲକଡାଉନ ର ସୁଯୋଗ ନେଇ ଚରାମଦ କାରବାର ବୃଦ୍ଧି ପାଉଥିବା ଖବର ଜାଣି ଜିଲ୍ଲାପାଳ,ରାୟଗଡା ଏବଂ...

ଶ୍ରଦ୍ଧା ଶ୍ରୀକ୍ଷେତ୍ର ଶ୍ରୀଜିଉଙ୍କ ସ୍ନାନଯାତ୍ରାକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୧/୦୬): କରୋନାର କାରୁଣ୍ୟ ପ୍ରକୋପର କରୁଣ ପରିଣତି ସବୁକିଛି ବନ୍ଦ ପଡିଥିବାବେଳେ, ସେଥିରୁ ବାଦ ପଡିନି ଦେବାଳୟ ମଧ୍ୟ l...

କ୍ବାରେଣ୍ଟାଇନ ଛାଡିଲେ ୨୪ ଶ୍ରମିକ, ଝାରବନ୍ଧ

ରିପୋର୍ଟ: ଦିଲୀପ ଦାସ //ଝାରବନ୍ଧ(୦୨/୦୬): ଝାରବନ୍ଧ ବ୍ଲକ ଝାରବନ୍ଧ କ୍ବାରେଣ୍ଟାଇନ ସେଣ୍ଟରରୁ ୨୪ ଜଣ ଶ୍ରମିକ ନିଜ ଘରକୁ ଯାଇଛନ୍ତି । ନିଜର ଆର୍ଥିକସ୍ଥିତି ସୁଦୃଢ କରିବା ପାଇଁ...

Recent Comments

%d bloggers like this: