୧୫୦ତମ ଗାନ୍ଧୀ ଜୟନ୍ତୀ ପାଳିତ

ରିପୋର୍ଟ:ମାଧବ ସାହୁ
ଆଗଲପୁର(୦୨/୧୦): ଆଗଲପୁର ବ୍ଲକ ଅଧିନସ୍ଥ ହରଭଂଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମହାତ୍ମା ଗାନ୍ଧୀ ଙ୍କ ୧୫୦ତମ ଜୟନ୍ତୀ ଓ ଶାସ୍ତ୍ରୀଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି | ସର୍ବପ୍ରଥମେ ଏକ ସାଧାରଣ ସଭା ରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଗୋବିନ୍ଦ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା |

ସଭା ପ୍ରାରମ୍ଭରେ ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ତୈଳଚିତ୍ର ଶମ୍ବୁଖରେ ଦୀପ ପ୍ରଜ୍ବଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ | ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ତଥା ଛାତ୍ରଛାତ୍ରୀଙ୍କ ଦ୍ୱାରା ଗାନ୍ଧୀ ଓ ଶାସ୍ତ୍ରିଜୀ ଙ୍କ ନୀତି ଆଦର୍ଶ ବିଷୟରେ ସ୍ମୃତିଚାରଣ କରାଯାଇଥିଲା | ତାପରେ ଏକ ଶୋଭାଯାତ୍ରାରେ ଛାତ୍ରଛାତ୍ରୀମାନେ ବୈଷ୍ଣବ ଜନ ତେରେ ଭଜନ ଓ ରାମଧୁନ ରଘୁପତି ରାଘବ ରାଜାରାମ ଗାନ କରି ବସ୍ତି ପରିକ୍ରମା କରିଥିଲେ | ବିଦ୍ୟାଳୟର ୨ୟ ଶ୍ରେଣୀ ଛାତ୍ର ଶ୍ରୀ ଶକ୍ତି ନାଏକଙ୍କ ଗାନ୍ଧୀ ବେଶ ମୁଖ୍ୟ ଆକର୍ଷଣ ଥିଲା | ୨ୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ମହାତ୍ମାଗାନ୍ଧୀଙ୍କ ଉପରେ ଆଧାରିତ ପ୍ରବନ୍ଧ, ତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା | କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା | ଏଥିରେ ବିଦ୍ୟାଳୟର ସହକାରୀ ଶିକ୍ଷକ ରାଜକିଶୋର ମହାକୁର, ମେଣ୍ଟେସ କୁମାର ସାହୁ ତଥା ଶିକ୍ଷୟତ୍ରୀ ପିଙ୍କି କର୍ଣ୍ଣ ସହଯୋଗ କରିଥିଲେ |

Comments are closed.