ଚିତ୍ରକୋଣ୍ଡା ଯାନବାଇ ରୁ ଆରମ୍ଭ ହେଲା ସ୍ୱାଭିମାନ ଅଂଚଳ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ରିପୋର୍ଟ: ରାଜକମଲ ପୁରୋହିତ
ଚିତ୍ରକୋଣ୍ଡା(୦୩/୧୦): ଆନ୍ଧ୍ର ଓଡିଶା ସୀମାନ୍ତ ନକ୍ସଲ ଉପଦୃତ ମାଓ ପ୍ରବଣ ଆଦିବାସୀ ବହୁଳ ଉପାନ୍ତ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ୯ଗୋଟି ଗ୍ରାମ ପଞ୍ଚାୟତ ଦୀର୍ଘ ଦିନ ଠାରୁ ବାହ୍ୟଜଗତରୁ ବିଛିନ୍ନ ହୋଇ ଚିତ୍ରକୋଣ୍ଡା ବିଛିର୍ନାଞ୍ଚଳ ଭାବରେ ପଡିରହିଥିଲା |

ଗୁରୁପ୍ରିୟା ସେତୁ ଉଦଘାଟନ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଉକ୍ତ ବିଛିର୍ନାଞ୍ଚଳକୁ ସ୍ୱାଭିମାନ ଅଞ୍ଚଳ ରୂପେ ନାମକରଣ କରିବା ସହିତ ଉକ୍ତ ଅଂଚଳ ବାସୀଙ୍କ ବିକାଶ ପାଇଁ ୧୦୦କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ | ଏହି ପ୍ୟାକେଜରୁ ପ୍ରାଥମିକ ସ୍ତରରେ ଜିଲା ପ୍ରଶାସନ ମାଛ ଚାଷ ପାଇଁ ଉଦ୍ୟମ କରିଥିବା ବେଳେ ଉକ୍ତ ସ୍ୱାଭିମାନ ଅଂଚଳରେ ହଳଦୀ, ଛେଳି ଓ କୁକୁଡ଼ା ଚାଷ କୁ ଗୁରୁତ୍ୱ ଦିଆଯାଇଥିଲା | ଉକ୍ତ ସ୍ୱାଭିମାନ ଅଞ୍ଚଳ ବାସି ବିଛିର୍ନାଞ୍ଚଳ ବାସି ବିଭିନ୍ନ ସମସ୍ୟା ନେଇ ବିଭିନ୍ନ ସମୟରେ ଜିଲା ପ୍ରଶାସନ ନଜରକୁ ଆଣିବା ପରେ ଜିଲା ପ୍ରଶାସନ ସ୍ୱାଭିମାନ ଅଞ୍ଚଳ ପାଇଁ ପ୍ରାଥମିକ ସ୍ତରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରିବା ପାଇଁ ଗଲା ତା-୨୭/୦୯/୨୦୧୯ରିଖ ଦିନ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଡକାଇ ଉକ୍ତ ଅଂଚଳରେ ବିଭିନ୍ନ ବିକାଶ ମୂଳକ କାମ କରିବାକୁ ଜିଲାପାଳ ମନୀଷ ଅଗ୍ରୱାଲ ନିର୍ଦେଶ ଦେଇଥିଲେ | ନିର୍ଦେଶ ଅନୁଯାଇ ତା-୨୯/୦୯/୨୦୧୯ରେ ଚିତ୍ରକୋଣ୍ଡା ବ୍ଲକ ପ୍ରଶାସନ ଉକ୍ତ ଅଂଚଳରେ ବିକାଶ ଧାରାକୁ ଆଗେଇ ନେବାକୁ ବିଡ଼ିଓ ଲରିମନ ଖରସେଲ ଯୋଜନା ପ୍ରସ୍ତୁତ ସହ ଦାୟିତ୍ୱ ବଣ୍ଟନ କରିଥିଲେ |

ଯୋଜନା ମୁତାବକ ଜିଲା ପ୍ରଶାସନ ଉଦ୍ୟମରେ ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ସ୍ୱାଭିମାନ ଅଂଚଳ ଯାନବାଇ ଠାରୁ ଆରମ୍ଭ ହେଲା ସ୍ୱାଭିମାନ ଅଂଚଳ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସେବା ପ୍ରଦାନ ଶିବିର, ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱାଭିମାନ ଅଞ୍ଚଳ ବାସିଙ୍କୁ ବିଭିନ୍ନ ଯୋଜନା ଯଥା-ଭତ୍ତା, ବ୍ୟାଙ୍କ ଆକାଉଣ୍ଟ ଖୋଲା, ଆଧାର କାର୍ଡ ଖୋଲା, ସ୍ୱାସ୍ଥ୍ୟ ଶିବିର, ବିଦୁତ, ବାଦ୍ୟ ଯନ୍ତ୍ର ପ୍ରଦାନ, ଖେଳ ସାମଗ୍ରୀ ଭଳି ବହୁ କାର୍ଯ୍ୟକ୍ରମ ମାଧ୍ୟମରେ ସୁବିଧା ଯୋଗାଇ ଦିଆଯାଇଥିଲା | ଉକ୍ତ କାର୍ଯ୍ୟକ୍ରମ ସ୍ୱାଭିମାନ ଅଞ୍ଚଳର ୧୦୦୦ରୁ ଉର୍ଦ୍ଧ ଜନସାଧାରଣଙ୍କୁ ସ୍ୱାଭିମାନ ଅଂଚଳରେ ସରକାରୀ କାର୍ଯ୍ୟକ୍ରମର ସଚେତନତା ଶିବିର ଅନୁଷ୍ଠିତ ହୋଇ ବିଭିନ୍ନ ସେବା ଯୋଗାଇ ଦିଆଯାଇଥିଲା | ଚିତ୍ରକୋଣ୍ଡା ବିଡ଼ିଓ ଲରିମନ ଖରସେଲଙ୍କ ନେତୃତ୍ୱରେ ମାଲକାନଗିରି ପିଏ, ଆଇଟିଡିଏ ଖିରୋଦିନି ବେହେରା,ଜିଲା କୃଷି ନିର୍ଦେଶକ ରାମଚନ୍ଦ୍ର ପଟ୍ଟନାୟକ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ରାଧାମଣି ଦଳାଇ, ଚିତ୍ରକୋଣ୍ଡା ତହସିଲଦାର ଟି.ପଦ୍ମନାଭ ଦୋରା, ଜିପିଓ ଧିରେନ ଖଣ୍ଡl ଗିରି, ସିପି ସୁଧା ମଣ୍ଡଳ, ଅତିରିକ୍ତ ତହସିଲଦାର ଚନ୍ଦ୍ରମଣି ସ୍ୱାଇଁ ତଥା ଜିଲା ଶ୍ରମ ଅଧିକାରୀ, ଜିଲା ପ୍ରାଣୀ ଚିକିତ୍ସା ଅଧିକାରୀ ଉପସ୍ଥିତରେ ଏହି କାଯ୍ୟକ୍ରମ କରାଯାଇଥିଲା | ଆସନ୍ତା କାଲି ଠାରୁ ସ୍ୱାଭିମାନ ଅଂଚଳର ଅବଶିଷ୍ଟ ୮ଗୋଟି ସ୍ଥାନରେ କରାଯିବାକୁ ପ୍ରସ୍ତୁତି ସରିଛି |

Comments are closed.