ସୁବର୍ଣ୍ଣପୁର ଠାରେ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ

0
249
ସୁବର୍ଣ୍ଣପୁର ଠାରେ ବିଶ୍ୱ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୩୦/୧୦) : ଆର୍ଥିକ ଓ ସାମାଜିକ ନିରାପତ୍ତାକୁ ସୁଦୃଢ କରିବା ସହ ସଞ୍ଚୟକୁ ସୁନିଶ୍ଚିତ କରିବା ବାର୍ତ୍ତାରେ ଆଜି ସୁବର୍ଣ୍ଣପୁର ଠାରେ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ ହୋଇଯାଇଛି ।WhatsApp Image 2022 10 30 at 7.39.32 PM ସୁବର୍ଣ୍ଣପୁର ଠାରେ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ

ସୁବର୍ଣ୍ଣପୁର ଠାରେ ବିଶ୍ୱ ମିତବ୍ୟୟିତା ଦିବସ ପାଳନ ଅବସରରେ ଭବିଷ୍ୟତକୁ ନଜରରେ ରଖି କଷ୍ଟୋପାର୍ଜିତ ଅର୍ଥ ର ସଞ୍ଚୟ ଆତ୍ମନିର୍ଭର ହେବାକୁ ପ୍ରବର୍ତ୍ତେଇ ଥାଏ ବୋଲି ଜିଲ୍ଲାପାଳ ଅବୋଲି ସୁନିଲ ନରୱଣେ ଓ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଅତିଥିଭାବେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ଆଜିର ବ୍ୟୟବହୁଳ ସମୟରେ ମିତବ୍ୟୟିତା ଅପରିହାର୍ଯ୍ୟ ହୋଇ ପଡିଥିବାବେଳେ ପ୍ରଚଳିତ ସ୍ୱଳ୍ପ ସଞ୍ଚୟ ଯୋଜନାକୁ ନେଇ ଜନ ଜାଗରଣ ଉପରେ ଗୁରୁତ୍ୱାରୋପ କରିଥିଲେ ।

ଭାରପ୍ରାପ୍ତ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ଅଶ୍ୱିନୀ କୁମାର ଭୋଇଙ୍କ ତତ୍ୱାବଧାନରେ ପରିଚାଳିତ ସଚେତନତା ଶୋଭାଯାତ୍ରା ତଥା ସଞ୍ଚୟ ରଥ ପରିକ୍ରମା କାର୍ଯ୍ୟକ୍ରମରେ ମହାରାଜ ହାଇସ୍କୁଲ, ସରକାରୀ ବାଳିକା ହାଇସ୍କୁଲ, ସାହାରା ଟ୍ରଷ୍ଟ ହାଇସ୍କୁଲ ର ଏନ ସି ସି, ସ୍କାଉଟ, ଗାଇଡ଼, ଛାତ୍ରଛାତ୍ରୀଙ୍କ ଦ୍ୱାରା ଦିବସ ଅବସରରେ ସଚେତନତା ରାଲି ସହର ପରିକ୍ରମା କରିଥିବା ବେଳେ ସଞ୍ଚୟ ରଥ ଜିଲ୍ଲା ର ବିଭିନ୍ନ ବ୍ଲକ ପରିକ୍ରମା କରି ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ଜଣଜାଗରଣ ସୃଷ୍ଟି କରିବ ।

ଅନୁଷ୍ଠିତ ଶୋଭାଯାତ୍ରା ଓ ସଞ୍ଚୟ ରଥ କୁ ମାନନୀୟ ଜିଲ୍ଲାପାଳ ଶ୍ରୀମତୀ ନରୱଣେ ସହର ସ୍ଥିତ ଆମ୍ବେଦକର ଛକ ଠାରେ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ଜିଲ୍ଲା ର ପୋଷ୍ଟାଲ ଏଜେଣ୍ଟ, ଶିକ୍ଷକ ଶିକ୍ଷୟତ୍ରୀ, ବୁଦ୍ଧିଜୀବୀ, ଜିଲ୍ଲା ସ୍ତରୀୟ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦାନ କରିଥିଲେ । ବିଭଗୀୟ କର୍ମଚାରୀ ଦୁଃଖିଶ୍ୟାମ ସେଠୀ, ସଞ୍ଜୟ ବାରିକ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।