ତହସିଲ ଅଫିସ ଘେରିଲେ ଚାଷୀ

ରିପୋର୍ଟ: ନିରୋଜ ପାଣି
ପାଇକମାଲ(୦୩/୧୦): ପଦ୍ମପୁର ରାଜ ବୋଡା ସମ୍ବର କୃଷକ ସଂଗଠନ ନେତୃତ୍ବରେ ଚାଷୀମାନେ ପାଇକମାଲ ତହସିଲ ଅଫିସ ଘେରାଉ କରି ରଖିଥିଲେ । ସରକାରଂକ କୃଷକ ମାରଣ ନୀତିର ତୀବ୍ର ସମାଲୋଚନା କରି ଶ୍ଲୋଗାନ ଦେଇ ଥିଲେ ।

ହଜାର ହଜାର ଚାଷୀ ପାଇକମାଲ ବସ ଷ୍ଟାଣ୍ତରୁ ଏକ ଶୋଭାଯାତ୍ରାରେ ତହସିଲ ଅଫିସ ପହଂଚି ଥିଲେ । ଦୀର୍ଘ ସମୟ ପରେ ତହସିଲଦାର ଆସି ଚାଷୀମାନଂକ ସହ ଅାଲୋଚନା କରିଥିଲେ । ଚ‍ାଷୀମାନଂକ ଇନପୁଟ୍ ସବ୍ ସିଡି ,ଏ ସି ଏଫ୍ ନାମରେ ଇନ୍ ସୁରେନ୍ସ ନ ମିଲିବା,ଅଫିସରେ ଦଲାଲରାଜ ବନ୍ଦ କରିବା ଆଦି ଦାବୀରେ ଚାଷୀମାନେ ତହସିଲଦାରଂକ ଦୃଷ୍ଟି ଆକର୍ଷଣ କରିଥିଲେ । ଅ‍ାଗାମୀ ୧୫ ଦିନ ମଧ୍ୟରେ ଦାବୀ ପୂରଣ ନ କଲେ ଆଇନ ଅମାନ୍ୟ ଆନ୍ଦୋଳନ କରିବେ ବୋଲି ଚାଷୀମାନେ ପ୍ରସାଶନକୁ ଚେତାବନୀ ଦେଇଛନ୍ତି ।

Comments are closed.