Related Contents

୭ କିଲୋମିଟର ସାଇକେଲରେ ବୁହା ହେଲା ଗର୍ଭବତୀ ମହିଳାଙ୍କୁ

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପାରୀଗୁଡା(୦୩/୧୦): ସାଇକେଲରେ ବୁହାହେଲା ଗର୍ଭବତୀ ମହିଳା | ଏହିପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବୈପାରୀଗୁଡା ବ୍ଲକ ଦଣ୍ଡାବାଡ଼ି ପଞ୍ଚାୟତ ଅନ୍ତର୍ଗତ ପାଣ୍ଡିରିପାଣି ଗାଁରେ |

ଆଜି ସକାଳ ୮.୩୦ସମୟରେ ପାଣ୍ଡିରିପାଣି ଗାଁର ଜଣେ ଗର୍ଭବତୀ ମହିଳାଙ୍କ ପେଟ ଯନ୍ତ୍ରଣା ଲାଗି ଗାଁ ଲୋକେ ଆମ୍ବୁଲାନ୍ସକୁ ଫୋନ କଲେ କିନ୍ତୁ ସେହି ଗାଁକୁ ଭଲ ରାସ୍ତା ନ ଥିବା ଯୋଗୁଁ ପୀଡିତଙ୍କ ଗାଁ କୁ ଆମ୍ବୁଲାନ୍ସ ଯାଇପାରିଲାଣି | ପରେ ବାଧ୍ୟହୋଇ ଆଶା ଦିଦି ସହ ଗାଁ ଲୋକେ ସାଇକେଲରେ ସାତ କିଲୋମିଟର ଦୂରରେ ଥିବା ପୋଡାପଦର ଛକ ପର୍ଯ୍ୟନ୍ତ ଗର୍ଭବତୀ ମହିଳାକୁ ବହି ଆଣିଲେ | ପରେ ଆମ୍ବୁଲାନ୍ସରେ ବୈପାରୀଗୁଡା ମେଡିକାଲକୁ ନିଆଯାଇଥିଲା | ଦୂରୁଦୂରାନ୍ତ ଗ୍ରାମର ଗର୍ଭବତୀ ମହିଳାଙ୍କ ଉତ୍ତମ ସ୍ୱାସ୍ଥ୍ୟ ସେବା ନିମନ୍ତେ ବୈପାରୀଗୁଡାରେ” ମା ଗୃହ ” ଥିବା ସ୍ୱତ୍ୱେ କାହିଁକି ଏହି ମା ଗୃହକୁ ଗର୍ଭବତୀ ମହିଳାଙ୍କୁ ଅଣାଯାଇନଥିଲା | ଏପରି ଘଟଣା ବାରମ୍ବାର ଘଟିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନ ନେବା ଏବେ ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି |

Comments are closed.