ଗୁଡ଼ାରୀ ଏନ୍ ଏ ସି ରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀ ଙ୍କ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ

0
284
ଗୁଡ଼ାରୀ ଏନ୍ ଏ ସି

ରିପୋର୍ଟ : ଲୋକନାଥ ସାହୁ
ଗୁଡ଼ାରୀ, (୨୯/୧୦) : ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ଏନ୍ ଏ ସି ରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀ ଙ୍କ ସଂଘ ପକ୍ଷରୁ ପୌର ସଂସ୍ଥାରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀ ଙ୍କ ସଂଘ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୁଡ଼ାରୀ ପୌର ସଂସ୍ଥା ଇଓ ଶ୍ରୀମତୀ ଭାରତୀ ଦେବୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।WhatsApp Image 2022 10 30 at 4.03.40 PM 1 ଗୁଡ଼ାରୀ ଏନ୍ ଏ ସି ରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀ ଙ୍କ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ

ଗତ ତା ୧୨/୪/୧୯୯୩ ରିଖ ପର ଠାରୁ ଉପରୋକ୍ତ ଗୁଡ଼ାରୀ ଏନ୍ ଏ ସି ରେ କାର୍ଯ୍ୟରତ ସମସ୍ତ ଅସ୍ଥାୟୀ କର୍ମଚାରୀ ଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ପ୍ରକାଶ ଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ପତ୍ର ସଂଖ୍ୟା ୧୬୮୮୦ ତା ୧୫/୫/୧୯୯୯ ରିଖ ମାଧ୍ୟମରେ ଏକ ଆଦେଶନାମା ଜାରି କରାଯାଇଥିଲା । ଯାହା ବଲରେ ବିଭିନ୍ନ ପୌରସଂସ୍ଥା ମାନଙ୍କରେ ନିୟୋଜିତ ହୋଇଥିବା ଅସ୍ଥାୟୀ କର୍ମଚାରୀ ଙ୍କୁ ସ୍ଥାୟୀ କରିବାର ପ୍ରାବଧାନ ଥିଲା ।

ଯେଉଁ ମାନେ ନିରବିଚ୍ଛିନ୍ନ ଭାବେ ୧୦ ବର୍ଷ ଧରି ଚାକିରି ସୂଚାରୁ ରୂପେ ସମ୍ପାଦନ କରିଥିବେ । ସେମାନଙ୍କ ଚାକିରିକୁ ସ୍ଥାୟୀ କରାଯିବା ନେଇ ଉକ୍ତ ନିର୍ଦ୍ଦେଶ ନାମାରେ ଉଲ୍ଲେଖ ରହିଛି । ନିୟମିତ କର୍ମଚାରୀ ମାନେ ଯେଉଁ କାର୍ଯ୍ୟ କରନ୍ତି ସେହିଭଳି ଅସ୍ଥାୟୀ କର୍ମଚାରୀମାନେ ମଧ୍ୟ ସେମାନଙ୍କ ସହ ସେହି କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ଦିନ ମଜୁରିଆ ଭିତ୍ତିରେ ଦରମା ପାଉଥିବା ଯୋଗୁଁ ଦୈନିକ ଗୁଜୁରାଣ ମେଣ୍ଟାଇବା ଅତି କଷ୍ଟକର ହେଉଛି । ତେଣୁ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ପାଇଁ ବିନୀତ ଅନୁରୋଧ କରିଛନ୍ତି ।